ETV Bharat / state

ଢେଙ୍କାନାଳ ଜିଲ୍ଲା କାରାଗାରରୁ ବିଚାରଧୀନ କଏଦୀ ଚମ୍ପଟ

ଢେଙ୍କାନାଳ ଜିଲ୍ଲା କାରାଗାରରୁ ବିଚାରଧୀନ କଏଦୀ ଚମ୍ପଟ । ଜେଲ ପାଚେରୀରେ ପିନ୍ଧା ଲୁଙ୍ଗି ପକାଇ ଫେରାର ହୋଇଥିବା ସୂଚନା । ଫେରାର ବନ୍ଦି ନାମରେ ୧୩ବର୍ଷର ନାବାଳିକା ଅପହରଣ ଓ ଦୁଷ୍କର୍ମ ମାମଲା ରହିଛି । ଆଗକୁ ପଢନ୍ତୁ....

author img

By

Published : Dec 14, 2019, 1:52 AM IST

prisoner flee away from jail premises
ଢେଙ୍କାନାଳ ଜିଲ୍ଲା କାରାଗାରରୁ ବିଚାରଧୀନ କଏଦୀ ଚମ୍ପଟ

ଢେଙ୍କାନାଳ : ଢେଙ୍କାନାଳ ଜିଲ୍ଲା କାରାଗାରରୁ ଜଣେ ବିଚାରଧୀନ କଏଦୀ ଚମ୍ପଟ ମାରିଛି। ଆଜି ସଂନ୍ଧ୍ୟାରେ ବନ୍ଦୀ ମାନଙ୍କୁ ଗଣିବା ବେଳେ ଜଣେ ନଥିବା ଜେଲ କର୍ମଚାରୀ ମାନେ ଜାଣିବାକୁ ପାଇଲେ। ତେବେ ଜଣେ ଜେଲ ପଛପଟ ପାଚେରୀରେ ଲୁଙ୍ଗି ବାନ୍ଧି ପଳାଇଥିବା ଝୁଲୁଥିବା ଲୁଙ୍ଗି ଦେଖିବାକୁ ମିଳିଥିଲା।

ଢେଙ୍କାନାଳ ଜିଲ୍ଲା କାରାଗାରରୁ ବିଚାରଧୀନ କଏଦୀ ଚମ୍ପଟ

ଫଳରେ ଢେଙ୍କାନାଳ ଜେଲରେ ତନା ଘନା କରିଥିଲେ ମଧ୍ୟ ବହୁ ବିଳମ୍ବରେ ଟାଉନ ଥାନାକୁ ଜଣାଇଛନ୍ତି । ଫଳରେ ପୁଲିସ ଖାନ ତଲାସୀ ଆରମ୍ଭ କରିଛି । ଚମ୍ପଟ ମାରିଥିବା ଏହି କଏଦୀ ଜଣକ ଶିବ ମୁଣ୍ଡା ବୋଲି ଜଣାପଡିଛି। ଶିବ ଢେଙ୍କାନାଳ ଜିଲ୍ଲା ଭୁବନ ଥାନାର କାଞ୍ଚନବାହାଳୀ ଗ୍ରାମର। ଗତ ମାର୍ଚ୍ଚ ମାସ ୧୬ ତାରିଖରେ ତୁମୁସିଂହା ଥାନା ଡଙ୍କାବୋଲର ଜଣେ ଅଷ୍ଟମ ଶ୍ରେଣୀ ଛାତ୍ରୀକୁ ଅପହରଣ ଓ ଦୁଷ୍କର୍ମ କରିଥିଲା। ପରେ ଛାତ୍ରୀର ପରିବାର ପକ୍ଷରୁ ତୁମୁସିଂହା ଥାନାରେ ଅଭିଯୋଗ ପରେ ପୁଲିସ ତନାଘନା କରିଥିଲା।

ପରେ ପୁଲିସ ନଭେମ୍ବର ୨୨ ତାରିଖରେ ଶିବ ମୁଣ୍ଡାର ଘରୁ ନାବଳିକାକୁ ଉଦ୍ଧାର କରିବା ସହ ଶିବକୁ ଗିରଫ କରି ଢେଙ୍କାନାଳ ସ୍ବତନ୍ତ୍ର ପୋକସୋ କୋର୍ଟକୁ ଚାଲାଣ କରିଥିଲା। ଜାମିନ ନାମଞ୍ଜୁର ହୋଇ ଶିବ ଢେଙ୍କାନାଳ ଜିଲ୍ଲା କାରାଗାରରେ ବିଚାରଧୀନ ବନ୍ଦୀ ଭାବେ ଥିଲା ବୋଲି ଜଣାପଡିଛି। ତା ନାମରେ ଥିବା ମାମଲା ଏବେ ଢେଙ୍କାନାଳ ସ୍ବତନ୍ତ୍ର ପୋକସୋ ଅଦଲତରେ ବିଚାରଧୀନ ରହିଛି ।

ଢେଙ୍କାନାଳରୁ ଉର୍ମିଳା ପାତ୍ର, ଇଟିଭି ଭାରତ

Intro:ଢେଙ୍କାନାଳ ଜିଲ୍ଲା କାରାଗାରରୁ ବିଚାରଧୀନ କଏଦୀ ଚମ୍ପଟ/ ଜେଲ ପାଚେରୀରେ ପିନ୍ଧା ଲୁଙ୍ଗି ପକାଇ ଫେରାର /ଫେରାର ବନ୍ଦି ନାମରେ ୧୩ବର୍ଷର ନାବାଳିକା ଅପହରଣ ଓ ଦୁଷ୍କର୍ମ ମାମଲା ରହିଛି।

ଆଙ୍କର-ଢେଙ୍କାନାଳ ଜିଲ୍ଲା କାରାଗାରରୁ ଜଣେ ବିଚାରଧୀନ ବନ୍ଦି ଚମ୍ପଟ ମାରିଛି। ଆଜି ସଂନ୍ଧାରେ ବନ୍ଦି ମାନଙ୍କୁ ଗଣିବା ବେଳେ ଜଣେ ନଥିବା ଜେଲ କର୍ମଚାରୀ ମାନେ ଜାଣିବାକୁ ପାଇଲେ। ତେବେ ଜଣେ ଜେଲ ପଛ ପଠ ପାଚେରୀରେ ଲୁଙ୍ଗି ବାନ୍ଧି ପଳାଇଥିବା ଝୁଲୁଥିବା ଲୁଙ୍ଗି ଦେଖିବାକୁ ମିଳିଥିଲା। ଫଳରେ ଢେଙ୍କାନାଳ ଜେଲରେ ତନା ଘନା କରିଥିଲେ ମଧ୍ୟ ବହୁ ବିଳମ୍ବରେ ଟାଉନ ଥାନାକୁ ଜଣାଇଛନ୍ତି । ଫଳରେ ପୁଲିସ ଖାନ ତଲାସୀ ଆରମ୍ଭ କରିଛି
Body:ଚମ୍ପଟ ମାରିଥିବା ଏହି ବନ୍ଦି ଜଣଙ୍କ ଶିବ ମୁଣ୍ଡା ବୋଲି ଜଣାପଡିଛି। ଫେରାର କଏଦି ଶିବ ଢେଙ୍କାନାଳ ଜିଲ୍ଲା ଭୁବନ ଥାନାର କାଞ୍ଚନବାହାଳୀ ଗ୍ରାମର। ଗତ ମାର୍ଚ୍ଚ ମାସ ୧୬ତାରିଖରେ ତୁମୁସିଂହା ଥାନା ଡଙ୍କାବୋଲ ର ଜଣେ ୮ମଶ୍ରେଣୀ ଛାତ୍ରୀକୁ ଅପହରଣ କରିନେଇଥିଲା।ପରେ ଛାତ୍ରୀର ପରିବାର ପକ୍ଷରୁ ତୁମୁସିଂହା ଥାନାରେ ଅଭିଯୋଗ ପରେ ପୁଲିସ ତନାଘନା କରିଥିଲା। ପରେ ପୁଲିସ ଗତ ମାସ ଅର୍ଥାତ ନଭେମ୍ବର ୨୨ ତାରିଖରେ ଶିବ ମୁଣ୍ଡାର ଘର ଭୁବନ ଥାନା କଞ୍ଚନବାହାଳୀ ଗ୍ରାମରୁ ଉକ୍ତ ନାବାଳିକା ଛାତ୍ରୀକୁ ଉଦ୍ଧାର କରିବା ସହ ଶିବକୁ ଜଣେ ନାବାଳିକା ଅପହରଣ ଓ ଦୁଷ୍କର୍ମ ମାମଲାରେ ଗିରଫ କରି ଢେଙ୍କାନାଳ ସ୍ବତନ୍ତ୍ର ପୋକସୋ କୋର୍ଟକୁ ଚାଲାଣ କରିଥିଲା। ଜାମିନ ନାମଞ୍ଜୁର ହୋଇ ଶିବ ଢେଙ୍କାନାଳ ଜିଲ୍ଲା କାରାଗାରରେ ବିଚାରଧୀନ ବନ୍ଦି ଭାବେ ଥିଲା ବୋଲି ଜଣାପଡିଛି। Conclusion:। ତା ନାମରେ ଥିବା ମାମଲା ଏବେ ଢେଙ୍କାନାଳ ସ୍ବତନ୍ତ୍ର ପୋକସୋ ଅଦଲତରେ ବିଚାରଧୀନ ରହିଛି ।
ଢେଙ୍କାନାଳରୁ ଉର୍ମିଳା ପାତ୍ର।ଇଟିଭି ଭାରତ।
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.