ETV Bharat / state

ଆସନ୍ତା ୯ରୁ ପ୍ରସିଦ୍ଧ ଗଜଲକ୍ଷ୍ମୀ ପୂଜା, ତତ୍ପର ପୂଜା ପ୍ରତିଷ୍ଠାନ - ଗଜଲକ୍ଷ୍ମୀ ପୂଜା

ଆସନ୍ତା ୯ ତାରିଖରୁ ଆରମ୍ଭ ହେବାକୁ ଯାଉଛି ପ୍ରସିଦ୍ଧ ଗଜଲକ୍ଷ୍ମୀ ପୂଜା । ୨ ବର୍ଷ ପରେ ପୂଜାକୁ ଧୁମଧାମରେ ପାଳନ କରିବା ପାଇଁ ତତ୍ପର ହୋଇଉଠିଛି ସହରର ବିଭିନ୍ନ ପୂଜା ପ୍ରତିଷ୍ଠାନ । ଅଧିକ ପଢନ୍ତୁ

ଆସନ୍ତା ୯ରୁ ପ୍ରସିଦ୍ଧ ଗଜଲକ୍ଷ୍ମୀ ପୂଜା, ତତ୍ପର ପୂଜା ପ୍ରତିଷ୍ଠାନ

author img

By

Published : Oct 6, 2022, 7:04 PM IST

ଢେଙ୍କାନାଳ: ଆସନ୍ତା ୯ ତାରିଖ କୁମାର ପୂର୍ଣ୍ଣିମା ଅବସରରୁ ଆରମ୍ଭ ହେବାକୁ ଯାଉଛି ଢେଙ୍କାନାଳର ପ୍ରସିଦ୍ଧ ଗଜଲକ୍ଷ୍ମୀ ପୂଜା (Famous Gajalaxmi Puja of Dhenkanal)। ଏଥିପାଇଁ ଢେଙ୍କାନାଳରେ ପୂଜା ପ୍ରତିଷ୍ଠାନ ମାନେ ବେଶ ତତ୍ପର ହୋଇ ଉଠିଛନ୍ତି । କିପରି ଚଳିତ ବର୍ଷ ପୂଜାକୁ ଆକର୍ଷଣୀୟ କରାଯିବ ସେଥିପାଇଁ ଚଳଚଞ୍ଚଳ ହୋଇପଡି଼ଛି ପୂଜା ମଣ୍ଡପ । ପୂଜା ଉତ୍ସବ ପାଇଁ ପ୍ରସ୍ତୁତି ଖୁବ ଜୋରସୋରରେ ଚାଲିଥିବା ବେଳେ ସଜେଇ ହେଉଛି ସାରା ଢେଙ୍କାନାଳ ସହର ।

ଆସନ୍ତା ୯ରୁ ପ୍ରସିଦ୍ଧ ଗଜଲକ୍ଷ୍ମୀ ପୂଜା

ଗଜଲକ୍ଷ୍ମୀ ପୂଜା ୯ ତାରିଖରୁ ଆରମ୍ଭ ହେବାକୁ ଥିବା ବେଳେ ୧୯ ତାରିଖରେ ହେବ ମା'ଙ୍କ ଭସାଣି । ଫଳରେ ଏହି ପୂଜା ଉତ୍ସବକୁ ୧୧ଦିନ ଧରି ବେଶ ଧୁମଧାମରେ ପାଳିବେ ଢେଙ୍କାନାଳ ବାସୀ । ଚଳିତ ବର୍ଷ ୩୮ଗୋଟି ପୂଜା ମଣ୍ଡପରେ ମା'ଙ୍କ ମୃଣ୍ମୟୀ ମୂର୍ତ୍ତି ପୂଜା ପାଇବେ ବୋଲି ସୂଚନା ଦେଇଛନ୍ତି ମିଳିତ ଲକ୍ଷ୍ମୀପୂଜା ବଜାର କମିଟିର ଅଧ୍ୟକ୍ଷ । ଏପଟେ କୋଭିଡ଼ କଟକଣାରେ ୨ବର୍ଷ ପରେ ପୁଣି ବାର୍ଷିକ ପର୍ବ ଗଜଲକ୍ଷ୍ମୀ ପୂଜା ବିନା କଟକଣାରେ ହେବାକୁ ଯାଉଥିବାରୁ ସହରବାସୀ ବେଶ ଉତ୍ସାହର ସହ ପୂଜାକୁ ଚାହିଁ ରହିଛନ୍ତି । ତେବେ ଗତ ୨ବର୍ଷ ଧରି କୋଭିଡ଼ କଟକଣା ପରେ ଚଳିତ ବର୍ଷ ପାର୍ବଣ ଉପରେ ନାହିଁ କୌଣସି କଟକଣା ।

ଫଳରେ ଚଳିତ ବର୍ଷ ଏହି ଲକ୍ଷ୍ମୀପୂଜା ମହୋତ୍ସବକୁ କିପରି ଆହୁରି ଆକର୍ଷଣୀୟ କରିହେବ ସେଥିପାଇଁ ବେଶ ତତ୍ପର ହୋଇପଡିଛନ୍ତି ପୂଜା ପ୍ରତିଷ୍ଠାନର କର୍ମକର୍ତ୍ତା । ମଣ୍ଡପ ମାନଙ୍କରେ ମା'ଙ୍କ ମୂର୍ତ୍ତି ଗଢିବାରେ ବ୍ୟସ୍ତ ଥିବାବେଳେ ଆଉ କେଉଁଠି ସୁଉଚ୍ଚ ତୋରଣ ତିଆରିରେ ଲାଗିପଡିଛନ୍ତି କାରିଗର । ମା'ଙ୍କୁ କିପରି ଭକ୍ତ ଓ ଶ୍ରଦ୍ଧାଳୁଙ୍କ ପ୍ରତି ଆକର୍ଷିତ କରିବେ, ଚାନ୍ଦି ମେଢ଼ କିପରି ଝଲସିବ ସେଥିପାଇଁ କାରିଗର ମାନେ ଫୁଲ ଦମରେ ଲାଗିପଡିଛନ୍ତି । ଆଉ ସେପଟେ ପୁରାତନ ପୂଜା ପ୍ରତିଷ୍ଠାନ ଲଷ୍ମୀବଜାର ପୂଜା ପ୍ରତିଷ୍ଠାନ ତାର ୭୫ବର୍ଷ ପୂର୍ତ୍ତି ଅବସରରରେ ହୀରକ ଜୟନ୍ତୀ ପାଳନ ପାଇଁ ପ୍ରସ୍ତୁତି ଚଳାଇଥିବା କହିଛନ୍ତି ମଣ୍ଡପ କର୍ମକର୍ତ୍ତା ।

ଏହା ବି ପଢନ୍ତୁ- ଢେଙ୍କାନାଳ ରାବଣ ପୋଡି ଉତ୍ସବରେ ସାମିଲ ହେଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ମା'ଙ୍କ ଆଗମନ ପାଇଁ ସଜେଇ ହେଉଛି ସାରା ସହର । କଲେଜ ବଜାର ଠାରୁ ଆରମ୍ଭ କରି କୋରିଆଁ ବାଏ ପାସ ଛକ ଯାଏଁ ବଡ ବଡ ତୋରଣ ସାଙ୍ଗକୁ ରଙ୍ଗ ବେରଙ୍ଗର ଆଲୋକ ମାଳାରେ ସମଗ୍ର ସହର ଛାଉଣୀ ହେବାକୁ ଯାଉଛି । ଆଉ ଚଳିତ ବର୍ଷ ଦର୍ଶକଙ୍କ ମନୋରଞ୍ଜନ ପାଇଁ ମୀନା ବଜାର, ଦୋଳି ବିଭିନ୍ନ ଲୋକ ଦେଖାଣିଆ ପାଇଁ ପ୍ରସ୍ତୁତି ଚଳାଇଛନ୍ତି ପୂଜା ପ୍ରତିଷ୍ଠାନ ।

ପ୍ରସିଦ୍ଧ ଢେଙ୍କାନାଳର ଏହି ପାରମ୍ପରିକ ଗଜଲଷ୍ମୀ ପୂଜାରେ ରାଜ୍ୟ ତଥା ରାଜ୍ୟ ବାହାରୁ ଲକ୍ଷ ଲକ୍ଷ ସଂଖ୍ୟାରେ ଦର୍ଶକଙ୍କ ସମାଗମ ହୋଇଥାଏ । ଏପଟେ ଗତ ଦୁଇ ବର୍ଷ ଧରି କୋଭିଡ ସାଙ୍ଗକୁ ଚଳିତ ବର୍ଷ ଦଶହରା ମାହୋଲକୁ ଲଘୁଚାପ ବର୍ଷା ଫିକା ଦେଇଛି । ଫଳରେ ଢେଙ୍କାନାଳର ଗଜଲଷ୍ମୀ ପୂଜା ଉତ୍ସବରେ ଚଳିତ ବର୍ଷ ଅପେକ୍ଷାକୃତ ଅଧିକ ଦେଖାଣାହାରୀଙ୍କ ସମାଗମର ଯଥେଷ୍ଟ ଆଶଙ୍କା କରାଯାଇଛି ।

ଇଟିଭି ଭାରତ, ଢେଙ୍କାନାଳ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.