ETV Bharat / state

ତୃତୀୟ ପର୍ଯ୍ୟାୟ ମତଦାନ ପାଇଁ ସମସ୍ତ ପ୍ରସ୍ତୁତି ଶେଷ - ଢେଙ୍କାନାଳ ନିର୍ବାଚନ ଅପଡେଟ

ତୃତୀୟ ପର୍ଯ୍ୟାୟ ମତଦାନ ପାଇଁ ଢେଙ୍କାନାଳ ଜିଲ୍ଲାର ପରଜଙ୍ଗ ବ୍ଲକର ୨୯ଟି ଓ କମାକ୍ଷାବଗରର ୨୨ଟି ଏପରି ମୋଟ ୫୧ଟି ପଞ୍ଚାୟତରେ ହେବ ଭୋଟ ଗ୍ରହଣ । ଅଧିକ ପଢନ୍ତୁ

ତୃତୀୟ ପର୍ଯ୍ୟାୟ ମତଦାନ ପାଇଁ ସମସ୍ତ ପ୍ରସ୍ତୁତି ଶେଷ

author img

By

Published : Feb 20, 2022, 6:58 AM IST

ଢେଙ୍କାନାଳ: ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ଆସନ୍ତା କାଲି ତୃତୀୟ ପର୍ଯ୍ୟାୟ ମତଦାନ । ଏହି ଅବସରରେ ଢେଙ୍କାନାଳ ଜିଲ୍ଲାର ପରଜଙ୍ଗ ବ୍ଲକର ୨୯ଟି ଓ କମାକ୍ଷାବଗରର ୨୨ଟି ଏପରି ମୋଟ ୫୧ଟି ପଞ୍ଚାୟତରେ ହେବ ଭୋଟ ଗ୍ରହଣ । ଉଭୟ ବ୍ଲକର ୭ଟି ଜୋନ ପାଇଁ ଜିଲ୍ଲାପରିଷଡ଼ ସଭ୍ୟ, ସରପଞ୍ଚ, ସମିତି ସଭ୍ୟ ଓ ୱାର୍ଡ ମେମ୍ବର ପାଇଁ ମୋଟ ୧୪୦୬ ଜଣ ପ୍ରାର୍ଥୀଙ୍କ ଭାଗ୍ୟ ପରୀକ୍ଷା କରିବେ ଭୋଟର ।

ତୃତୀୟ ପର୍ଯ୍ୟାୟ ମତଦାନ ପାଇଁ ସମସ୍ତ ପ୍ରସ୍ତୁତି ଶେଷ

ଉଭୟ ପରଜଙ୍ଗ ଓ କାମାକ୍ଷାନଗର ବ୍ଲକର ମୋଟ ଭୋଟର ସଂଖ୍ୟା ୧ ଲକ୍ଷ ୯୮ ହଜାର ୯୬୧ ଭୋଟର ୬୫୭ଟି ବୁଥରେ ସେମାନଙ୍କ ମତସାବ୍ୟସ୍ତ କରିବେ । ସେଥିମଧ୍ୟରେ ପରଜଙ୍ଗର ୫୭ଟି ଓ କାମାକ୍ଷାନଗରର ୩୪ଟି ଏପରି ମୋଟ ୧୦୧ଟି ବୁଥ ସମ୍ବେଦନଶୀଳ ରହିଛି । ଅପରପକ୍ଷରେ ପରଜଙ୍ଗ ବ୍ଲକର କୁଅଁଲୋ ଓ ପିତିରି ପଞ୍ଚାୟତର ସମିତି ସଭ୍ୟ ପ୍ରାର୍ଥୀ ଦୁଇଜଣ ନିର୍ଦ୍ୱନ୍ଦରେ ନିର୍ବାଚିତ ହୋଇସାରିଥିବା ଜଣାପଡିଛି ।

ଢେଙ୍କାନାଳରୁ ଉର୍ମିଳା ପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.