ଢେଙ୍କାନାଳ: ଆଇଜିଆଇଟି ମହାବିଦ୍ୟାଳୟରେ ଛାତ୍ରୀଙ୍କୁ ଅସଦାଚରଣ ଘଟଣାରେ ଛାନଭିନ କରୁଛି ପରଜଙ୍ଗ ପୋଲିସ । ଢେଙ୍କାନାଳ ଜିଲ୍ଲା ସରାଙ୍ଗ ଆଇଜିଆଇଟି ମହାବିଦ୍ୟାଳୟରେ ଜଣେ ଛାତ୍ରୀଙ୍କୁ ଅସଦାଚରଣ ଘଟଣାରେ ଉତ୍ତର କେନ୍ଦ୍ରାଞ୍ଚଳ ଡିଆଇ଼ଜି ନରସିଂହ ଭୋଳଙ୍କ ନିର୍ଦ୍ଦେଶରେ ରଜଙ୍ଗ ପୋଲିସ ଛାନଭିନ ଆରମ୍ଭ କରିଛି।
ଏହି ଘଟଣାରେ ଅଭିଯୁକ୍ତ କଲେଜର ଆକାଉଣ୍ଟ ଅଫିସର ଦେବଦତ୍ତ ପ୍ରଧାନ ଫେରାର ହୋଇଥିବା ବେଳେ ଅନ୍ୟଜଣେ କର୍ମଚାରୀ ନୃସିଂହଚରଣ ପାଣିଙ୍କୁ ପୋଲିସ ଅଟକ ରଖି ପଚରା ଉଚୁରା କରୁଛି । ତେବେ ପୀଡିତା ପରିବାର ଏବଂ କଲେଜ ତରଫରୁ ଥାନାରେ କୌଣସି ଲିଖିତ ଅଭିଯୋଗ ହୋଇନଥିଲେ ମଧ୍ୟ ଏହା ଏକ ସଙ୍ଗିନ ମାମଲା ହୋଇଥିବାରୁ ପୋଲିସ ତରଫରୁ ଘଟଣା ଉପରେ କଡା ନଜର ରଖି ବିଭିନ୍ନ ଦିଗରୁ ତଦନ୍ତ ଚାଲିଛି ।
ଏପଟେ କଲେଜରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଚାପା ଉତ୍ତେଜନା ସୃଷ୍ଟି ହେଉଥିଲେ ମଧ୍ୟ କୌଣସି ଅପ୍ରିତିକର ପରିସ୍ଥିତି ସୃଷ୍ଟି ହୋଇନାହିଁ । କଲେଜ ପରିବେଶ ସମ୍ପୂର୍ଣ୍ଣ ଶାନ୍ତ ରହିଥିବା ଜଣାପଡିଛି । ତେବେ ଏହି ଘଟଣା ନେଇ କଲେଜର ଭାରାପ୍ରାପ୍ତ ଅଧ୍ୟାପକଙ୍କ ପାଖରେ କୌଣସି ଔପଚାରିକ ଭାବେ ଖବର ନଥିବା ବେଳେ ମୁଁ ତଦନ୍ତ କରିବି କହି ସେ କଥାକୁ ଏଡାଇ ଦେଇଛନ୍ତି ।
ଢେଙ୍କାନାଳରୁ ଉର୍ମିଳା ପାତ୍ର, ଇଟିଭି ଭାରତ