ETV Bharat / state

ତିନି ପିଲାଙ୍କୁ ନିର୍ଯ୍ୟାତନା ଦେଉଥିଲା ମଦ୍ୟପ ବାପା, ବୁଦାରୁ ଉଦ୍ଧାର କଲା ପୋଲିସ - dhenkanal police rescue three children

ମଦ୍ୟପ ବାପର ନିର୍ଯାତନା ସହି ନପାରି ବୁଦାରେ ଶୋଇଥିବା ଅବସ୍ଥାରେ ତିନି ଶିଶୁଙ୍କୁ ଉଦ୍ଧାର କଲା ଢେଙ୍କାନାଳ ଟାଉନ ପୋଲିସ ।

3 ଶିଶୁଙ୍କୁ ଉଦ୍ଧାର କଲା ପୋଲିସ
3 ଶିଶୁଙ୍କୁ ଉଦ୍ଧାର କଲା ପୋଲିସ
author img

By

Published : Dec 11, 2020, 1:42 PM IST

ଢେଙ୍କାନାଳ: ମଦ୍ୟପ ବାପର ଅମାନବୀୟ କାଣ୍ଡ। ନିର୍ଯାତନା ସହି ନପାରି ପରିତ୍ୟକ୍ତ ବୁଦାରେ ଶୋଇଥିବା ଅବସ୍ଥାରେ ତିନି ଶିଶୁଙ୍କୁ ଉଦ୍ଧାର କଲା ଢେଙ୍କାନାଳ ଟାଉନ ପୋଲିସ ।

3 ଶିଶୁଙ୍କୁ ଉଦ୍ଧାର କଲା ପୋଲିସ

ସୂଚନା ଅନୁଯାୟୀ, ମଦ୍ୟପ ବାପର ନିର୍ଯ୍ୟାତନା ସହି ନପାରି ଢେଙ୍କାନାଳ ସହର ଦକ୍ଷିଣକାଳୀ ଅଞ୍ଚଳର ଏକ ପରିତ୍ୟକ୍ତ ବୁଦା ପାଲଟିଛି ଏହି କୁନି କୁନି ଶିଶୁ ତିନୋଟିର ଆଶ୍ରୟସ୍ଥଳୀ । ହାଡ଼ ଭଙ୍ଗା ଶୀତରେ ସାରା ସହର ଥରୁଥିବା ବେଳେ ଖୋଲା ଆକାଶ ତଳେ ଏକ ପରିତ୍ୟକ୍ତ ବୁଦାରେ ଗତ ଦୁଇଦିନ ବିତୁଛି ଏମାନଙ୍କ ଜୀବନ।

ଗୁରୁବାର ରାତିରେ ସ୍ଥାନୀୟ ଲୋକ ଦେଖି ଖବର ଦେବାରୁ ଟାଉନ ପୋଲିସ ଏମାନଙ୍କୁ ଉଦ୍ଧାର କରିଛି । ଏମାନେ ତିନିଜଣ ଭାଇ ଭଉଣୀ । ସମସ୍ତଙ୍କ ବୟସ ମାତ୍ର ସାତରୁ ଦଶ ଏଗାର ବର୍ଷ ବୋଲି ଅନୁମାନ କରାଯାଇଛି ।

ଢେଙ୍କାନାଳ ସହର ଦକ୍ଷିଣକାଳୀ ସରଜଙ୍ଗ ସାହିରେ ଏମାନଙ୍କ ଘର । ଦିନ ମଜୁରିଆ ବାପା କୁଲି ନାୟକ ମଦ ପିଇ ସବୁବେଳେ ଏମାନଙ୍କୁ ଅମାନୁଷିକ ଭାବେ ନିର୍ଯାତନା ଦିଅନ୍ତି । ଏପରିକି ଘରେ ଥିବା ତାଙ୍କର ଅନ୍ୟ ଏକ କୁନି ଝିଅକୁ ମଧ୍ୟ ତାର ବାପା କିପରି ଅମାନବୀୟ ନିର୍ଯାତନା ଦିଏ ଏହି କୁନି ଝିଅ ପାଟିରୁ ଶୁଣନ୍ତୁ ।

ତେବେ ବାପର ନିର୍ଯ୍ୟାତନା ସହି ନପାରି ଏମାନେ ଭାଇଭଉଣୀ ତିନିଜଣ ଘରୁ ଗତ ଦୁଇଦିନ ହେଲା ପଳାଇ ଆସିଥିଲେ । ଦିନ ସାରା ଏଣେ ତେଣେ ବୁଲି ଭିକ୍ଷା କରି ଖାଉଥିବାବେଳେ ରାତିରେ ଖୋଲା ଆକାଶର ଏହି ପରିତ୍ୟକ୍ତ ବୁଦାରେ ଶୋଇଥାନ୍ତି । ଟାଉନ ପୋଲିସ ଉଦ୍ଧାର କରି ଏମାନଙ୍କୁ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟକୁ ହସ୍ତାନ୍ତର କରିଥିବା ଜଣାପଡ଼ିଛି । ତେବେ ଏହି କୁନି ଶିଶୁମାନଙ୍କର ଏପରି ଘଟଣାକୁ ନେଇ ଢେଙ୍କାନାଳରେ ବେଶ ଆଲୋଡନ ସୃଷ୍ଟି ହୋଇଛି।

ଢେଙ୍କାନାଳରୁ ଉର୍ମିଳା ପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.