ETV Bharat / state

ଭୁବନରେ ପାଞ୍ଚ ଟିକିଆ ହାତୀ ପଲଙ୍କ ଉପଦ୍ରବ, ଚିନ୍ତାରେ ଚାଷୀ - ହାତୀ ପଲଙ୍କ ଉପଦ୍ରବ

ଭୁବନ ଅଞ୍ଚଳରେ ପାଞ୍ଚ ଟିକିଆ ହାତୀ ପଲଙ୍କ ଉପଦ୍ରବ । ହାତୀ ଘଉଡାଇବାରେ ଏପର୍ଯ୍ୟନ୍ତ ସଫଳ ହୋଇପାରିନାହିଁ ବନ ବିଭାଗ । ଅଧିକ ପଢନ୍ତୁ

ଭୁବନରେ ପାଞ୍ଚ ଟିକିଆ ହାତୀ ପଲଙ୍କ ଉପଦ୍ରବ
ଭୁବନରେ ପାଞ୍ଚ ଟିକିଆ ହାତୀ ପଲଙ୍କ ଉପଦ୍ରବ
author img

By

Published : Oct 27, 2022, 7:04 PM IST

ଢେଙ୍କାନାଳ: ଜିଲ୍ଲାରେ ମାତିଲେ ୫ ଟିକିଆ ହାତୀ ପଲ । ଦୁଇ ଦିନ ହେଲା ଢେଙ୍କାନାଳର ଭୁବନ ଅଞ୍ଚଳରେ ୫ ଟିକିଆ ହାତୀ ପଲ ଉପଦ୍ରବ କରିବା ଫଳରେ ଅନେକ କ୍ଷୟକ୍ଷତି ହୋଇଛି । ଆଖୁ ବିଲରେ ଦୁଇ ଦିନ ହେଲା ହାତୀ ପଲ ଉପଦ୍ରବ କରିବାରୁ ଏବେ ଚିନ୍ତାରେ ଆଖୁ ଚାଷୀ । ହାତୀ ଘଉଡାଇବାରେ ଏପର୍ଯ୍ୟନ୍ତ ସଫଳ ହୋଇପାରିନାହିଁ ବନ ବିଭାଗ ।

ମିଳିଥିବା ସୂଚନା ଅନୁଯାୟୀ, ବୁଧବାର ଠାରୁ ଭୁବନ ଅଞ୍ଚଳର ଭୁଷଳ ଗ୍ରାମ ନିକଟ ନଦୀ ପଠା ଆଖୁ କିଆରୀରେ ପାଞ୍ଚ ଟିକିଆ ହାତୀ ପଲ ପ୍ରବେଶ କରିଥିଲେ । ସେଠାରେ ଉପଦ୍ରବ କରୁଥିବା ଦେଖି ବନ ବିଭାଗକୁ ଖବର ଦେଇଥିଲେ ସ୍ଥାନୀୟ ଲୋକେ । ଏହାପରେ ଭୁବନ ବନବିଭାଗ ହାତୀମାନଙ୍କର ଗତୀବିଧିକୁ ନଜରରେ ରଖି ଗତକାଲି ରାତିରୁ ହାତୀ ଘଉଡାଇବା ଅଭିଯାନ ଆରମ୍ଭ କରିଥିଲା । କିନ୍ତୁ ରାତି ତମାମ ହାତୀ ଘଉଡାଇବା ପାଇଁ ଭୁବନ ବନବିଭାଗର କର୍ମୀମାନେ ଉଦ୍ୟମ କରିଥିଲେ ।

ଭୁବନରେ ପାଞ୍ଚ ଟିକିଆ ହାତୀ ପଲଙ୍କ ଉପଦ୍ରବ

ବହୁ ଉଦ୍ୟମ ପରେ ଭୁବନ ବନାଞ୍ଚଳ ଅନ୍ତର୍ଗତ କିଙ୍ଗୋଳ ଗ୍ରାମ ଶିବ ମନ୍ଦିର ନିକଟ ବ୍ରାହ୍ମଣୀ ନଦୀ ପଠାରେ ହାତୀମାନେ ରହିଥିଲେ । ସକାଳ ପାହିବାରୁ ହାତୀ ପଲ ନଦୀ ପଠାରେ ଥିବା କାଜୁ ଜଙ୍ଗଲରେ ରହିଥିଲେ । ତେବେ ଆଜି(ଗୁରୁବାର) ସନ୍ଧ୍ୟାରେ ପୁଣି ହାତୀ ଘଉଡାଇବା ଉଦ୍ୟମ ଜାରି ରହିବ ବୋଲି ବନବିଭାଗ ସୂଚନା ଦେଇଥିବା ଜଣାପଡିଛି । ଏହି ୫ ଟିକିଆ ହାତୀପଲରେ ତିନୋଟି ବଡ ହାତୀ ଥିବାବେଳେ ୨ଟି ଛୁଆ ହାତୀ ରହିଥିବା ଦେଖିବାକୁ ମିଳିଛି ।

ଏହା ମଧ୍ୟ ପଢନ୍ତୁ-ହବିଷ୍ୟାଳୀ ଗାଇଲେ ନବୀନ ଭଜନ, ନିନ୍ଦା କଲା ବିଜେପି

କିଛିଦିନ ତଳେ ଭୁବନ ରେଞ୍ଜ ଜିରାଳ ବିଟ୍‌ ଅଞ୍ଚଳରୁ ଦୁଇଟି ଦନ୍ତା ହାତୀ ଖାଦ୍ୟ ଅନ୍ୱେଷଣରେ ଆସିଥିବାବେଳେ, ଜଙ୍ଗଲକୁ ଆଉ ଫେରି ପାରିନଥିଲେ । କାମାକ୍ଷାନଗର ସହର ନିକଟରେ ହାତୀ ଥିବା ଦେଖି ଲୋକେ ଭୟଭୀତ ହୋଇପଡିଥିଲେ । ହାତୀଙ୍କୁ ଦେଖିବାକୁ ଲୋକଙ୍କ ଭିଡ଼ ଜମିଥିଲା । ଏହା ଦ୍ବାରା ସାଧାରଣ ଯାତାୟତ ବାଧାପ୍ରାପ୍ତ ହୋଇଥିଲା । ଏହା ପରେ ବନ ବିଭାଗ ହାତୀ ଦୁଇଟିକୁ ଘଉଡ଼ାଇବାକୁ ଉଦ୍ୟମ ଆରମ୍ଭ କରିଥିଲା । ଗତ ଅକ୍ଟୋବର ୧୪ ତାରିଖରେ ଢେଙ୍କାନାଳ ବନଖଣ୍ଡ ଭୁବନ ରେଞ୍ଜ ରାଙ୍କିଆ ଗ୍ରାମରେ ଏକ ଦନ୍ତା ହାତୀର ମୃତ୍ୟୁ ହୋଇଥିବା ସୂଚନା ମିଳିଥିଲା । ବିଦ୍ୟୁତ ତାର ଲାଗି ହାତୀଟିର ମୃତ୍ୟୁ ହୋଇଥିବା ପ୍ରାଥମିକ ତଦନ୍ତରୁ ଜଣାପଡିଥିଲା ।

ଢେଙ୍କାନାଳ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.