ETV Bharat / state

ଲଗାଣ ବର୍ଷାରେ ବେହାଲ ଢେଙ୍କାନାଳ, ଡ୍ରେନ ପାଣିରେ ବୁଡିଛି ଟାଉନ ପ୍ଲାନିଂ - ଡ୍ରେନ ଜଳ ସମସ୍ୟା

ବାସସ୍ଥାନଠାରୁ ଆରମ୍ଭ କରି ବିଦ୍ୟୁତ ଓ ସ୍ବାସ୍ଥ୍ୟ ସେବା ଆଦି ଯୋଗାଇବାର ପ୍ରତିଶୃତି ଦେଇ ପ୍ଲଟ କିଣିବା ପାଇଁ ଏଠି ଲୋକଙ୍କୁ କରାଯାଇଥିଲା ଆକର୍ଷିତ । ସମସ୍ତ ସୁବିଧା ପାଇବା ଆଳରେ ଲୋକେ ମଧ୍ୟ ଆରମ୍ଭ କରିଥିଲେ ଘର ତିଆରି । ହେଲେ ଆଜିକୁ ଦୀର୍ଘ 25 ବର୍ଷ ହେବ ସେ ସ୍ବପ୍ନ କେବଳ ପ୍ରତିଶୃତିରେ ହିଁ ଅଟକି ଯାଇଛି ।

water log problem, dhenkanal latest news, water log problem in dhenkanal, water log problem in town planning, ଢେଙ୍କାନାଳରେ ଡ୍ରେନ ସମସ୍ୟା, ଢେଙ୍କାନାଳ ଲାଟେଷ୍ଟ ନ୍ୟୁଜ୍‌, ଡ୍ରେନ ଜଳ ସମସ୍ୟା, ଟାଉନ ପ୍ଲାନିଂରେ ଡ୍ରେନ ସମସ୍ୟା
ଲଗାଣ ବର୍ଷାରେ ବେହାଲ ଢେଙ୍କାନାଳ, ଡ୍ରେନ ପାଣିରେ ବୁଡୁଛି ଟାଉନ ପ୍ଲାନିଂ
author img

By

Published : Aug 20, 2020, 9:11 PM IST

ଢେଙ୍କାନାଳ: ବର୍ଷା ହେଲେ ଢେଙ୍କାନାଳ ସହରର ଟାଉନ ପ୍ଲାନିଂବାସୀଙ୍କ ସମସ୍ୟା ବଢି ଯାଏ । ଡ୍ରେନ ପାଣିରେ ବୁଡି ଯାଏ କଲୋନୀ ରାସ୍ତା ଘାଟ । ଦୀର୍ଘ 25 ବର୍ଷ ହେଲା ଏପରି ସମସ୍ୟାରେ ସନ୍ତୁଳି ହେଉଛନ୍ତି କଲୋନୀ ବାସିନ୍ଦା । ଢେଙ୍କାନାଳ ପୌରାଞ୍ଚଳର ୱାର୍ଡ ନଂ 16 ଓ 20ରେ ରହିଥିବା ଦେବୋତ୍ତର ଜାଗାରୁ 11 ଏକର ଜାଗାକୁ ଗତ 1986 ମସିହାରେ ଟାଉନ ପ୍ଲାନିଂକୁ କଲୋନୀ ପାଇଁ ହସ୍ତାନ୍ତର ହୋଇଥିଲା । ପରେ ଏହି ଜାଗାକୁ ପ୍ଲଟିଂ କରି ଲୋକମାନଙ୍କୁ ବିକ୍ରି କରାଯାଇଥିଲା । ହେଲେ 25 ବର୍ଷ ହେବ କୃତ୍ରିମ ବନ୍ୟା ସମସ୍ୟା ଯୋଗୁଁ ଜର୍ଜରିତ ଏହି କଲୋନୀବାସୀ ।

ଲଗାଣ ବର୍ଷାରେ ବେହାଲ ଢେଙ୍କାନାଳ, ଡ୍ରେନ ପାଣିରେ ବୁଡୁଛି ଟାଉନ ପ୍ଲାନିଂ

ଲୋକମାନଙ୍କ ପାଇଁ ରାସ୍ତା ଘାଟ ବିଦ୍ୟୁତ ଆଦି ବ୍ୟବସ୍ଥା କରି ଦିଆଯିବ, କୌଣସି ଅସୁବିଧା ହେବ ନାହିଁର ପ୍ରତିଶୃତି ଦେଇ ଲୋକଙ୍କୁ ପ୍ଲଟ ହସ୍ତାନ୍ତର କରି ଦିଆଗଲା । ମାତ୍ର ଏହି ଟାଉନ ପ୍ଲାନିଂବାସୀଙ୍କ ଦୁଃଖ ଏବେ କେହି ଶୁଣି ନାହାନ୍ତି । ବର୍ଷା ହେଲେ କଲୋନୀର ଘରେ ଘରେ ପଶି ଯାଉଛି ଡ୍ରେନ ପାଣି । କଲୋନୀର ରାସ୍ତା ଘାଟ ଡ୍ରେନ ପାଣିରେ ବୁଡି ରହୁଛି । ସହର ସାରା ଡ୍ରେନ ପାଣି ଏହି କଲୋନୀରେ ପଶି କୃତ୍ରିମ ବନ୍ୟା ସୃଷ୍ଟି କରୁଛି । ଫଳରେ କଲୋନୀବାସୀ ନାହିଁ ନଥିବା ସମସ୍ୟାରେ ପଡି ଯାଉଥିବା ପ୍ରକାଶ କରନ୍ତି।

ତେବେ କଲୋନୀରେ 300 ପରିବାର ବସବାସ କରନ୍ତି । ଗତ 1996 ମସିହାରେ ଟାଉନ ପ୍ଲାନିଂ ବିକାଶ ପରିଷଦ ଗଠନ କରି ଏହି ସମସ୍ୟା ପାଇଁ ବାରମ୍ବାର ପୌର କର୍ତ୍ତୃପକ୍ଷଙ୍କଠାରୁ ଆରମ୍ଭ କରି ଉପଜିଲ୍ଲାପାଳ ଓ ଜିଲ୍ଲାପାଳଙ୍କ ପର୍ଯ୍ୟନ୍ତ ଗୁହାରି କରୁଛନ୍ତି । ମାତ୍ର କର୍ତ୍ତୃପକ୍ଷମାନଙ୍କ ପ୍ରତିଶୃତିରେ ଅଟକି ରହିଛି ସମାଧାନ । ଫଳରେ ନିରାଶ ହୋଇଥିବା ପ୍ରକାଶ କରନ୍ତି ଟାଉନ ପ୍ଲାନିଂ ବିକାଶ ପରିଷଦର ଉପଦେଷ୍ଟା ।

ଗତ 25 ବର୍ଷ ହେଲା ଏପରି ସମସ୍ୟା ଲାଗି ରହିଛି । ବର୍ଷା ହେଲେ ଘର ଭିତରକୁ ପଶିଯାଉଛି ପାଣି । ଆଉ ବର୍ଷା ଲାଗି ରହିଲେ କଲୋନୀବାସୀଙ୍କ ବଢିଯାଏ ଦୁର୍ଦଶା । ଘରେ ଘରେ 2 ଫୁଟର ପାଣି ଜମିଯାଏ । ରାତି ଅନିଦ୍ରା ହୋଇ ଖଟ ଉପରେ ବସି ରୁହନ୍ତି କଲୋନୀବାସୀ । ଆଉ ଚାରିଆଡେ ଜଳମଗ୍ନ ହୋଇ ସୃଷ୍ଟି କରେ କୃତ୍ରିମ ବନ୍ୟା । ତେବେ ପ୍ରତ୍ୟେକ ବର୍ଷ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରାଯାଉଥିବା ପ୍ରକାଶ କରନ୍ତି ପୌର କର୍ତ୍ତୃପକ୍ଷ । ମାତ୍ର ଫଳ ଶୂନ । ସୁଧୁରୀ ପାରୁନି ସମସ୍ୟା । ପାଲଟା କଲୋନୀ ତିଆରି ବେଳେ ଭୁଲ ଯୋଜନା ଯୋଗୁଁ ଏପରି ଅବସ୍ଥା ହେଉଥିବା ନିଜର ଅସହାୟତା ପ୍ରକାଶ କରନ୍ତି ପୌର କର୍ତ୍ତୃପକ୍ଷ ।

ଏପରିସ୍ଥଳେ ଗତ ଦୁଇ ଦିନ ହେଲା ଲଗାଣ ବର୍ଷା ତ ଛାଡିଯାଇଛି । ମାତ୍ର ଏହି କଲୋନୀବାସୀଙ୍କ ଦୁର୍ଦଶା କମିନି । ଏପଟେ ପୌର କର୍ତ୍ତୃପକ୍ଷ ସମାଧାନ ଦିଗରେ ନିଜର ଅସହାୟତା ପ୍ରକାଶ କରିବା ଏହି ସମସ୍ୟା ସୁଧାରିବ କେବେ ତାକୁ ଚାହିଁ ରହିଛନ୍ତି କଲୋନୀ ବାସିନ୍ଦା ।

ଢେଙ୍କାନାଳରୁ ଉର୍ମିଳା ପାତ୍ରଙ୍କ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.