ETV Bharat / state

Political Violation: ଗଁନ୍ଦିଆ ନିହଲ ପ୍ରସାଦ ପଞ୍ଚାୟତରେ ଉତ୍ତେଜନା

author img

By

Published : Feb 16, 2022, 9:07 PM IST

ଢେଙ୍କାନାଳ ଜିଲ୍ଲାର ଗଁନ୍ଦିଆ ବ୍ଲକର ନିହଲ ପ୍ରସାଦ ପଞ୍ଚାୟତରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଛି । ନିହଲ ପ୍ରସାଦ ପଞ୍ଚାୟତର ୩ଟି ବୁଥରେ ବକ୍ସ ସିଲ କରିବା ବେଳେ ଆକ୍ରମଣ ହୋଇଛି । ଅଧିକ ପଢନ୍ତୁ

Political Violation: ଗଁନ୍ଦିଆ ନିହଲ ପ୍ରସାଦ ପଞ୍ଚାୟତରେ ଉତ୍ତେଜନା
Political Violation: ଗଁନ୍ଦିଆ ନିହଲ ପ୍ରସାଦ ପଞ୍ଚାୟତରେ ଉତ୍ତେଜନା

ଢେଙ୍କାନାଳ: ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ଆଜି(ବୁଧବାର) ଢେଙ୍କାନାଳ ଜିଲ୍ଲାର ହିନ୍ଦୋଳ ଓ ଗଁନ୍ଦିଆ ବ୍ଲକରେ ଭୋଟଗ୍ରହଣ କରାଯାଇଛି । ତେବେ ଗଁନ୍ଦିଆ ବ୍ଲକର ନିହଲ ପ୍ରସାଦ ପଞ୍ଚାୟତରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଛି । ନିହଲ ପ୍ରସାଦ ପଞ୍ଚାୟତର ୩ଟି ବୁଥରେ ବକ୍ସ ସିଲ କରିବାବେଳେ ଆକ୍ରମଣ ହୋଇଛି । ଏପରିକି ନିହଲ ପ୍ରସାଦ ସରକାରୀ ନୋଡାଲ ଉ.ପ୍ରା ସ୍କୁଲର ବଥ ନଂ ୬ ଓ ୭, ନିହଲ ପ୍ରସାଦ ଦଶରାପଡ଼ିଆ ଉପ୍ରା ସ୍କୁଲର ବୁଥ ନଂ ୧୧କୁ କବ୍ଜା କରିଛନ୍ତି ଆକ୍ରମଣକାରୀ ।

ଏପରିକି ଆକ୍ରମଣକାରୀମାନେ ଏହି ବୁଥର ଭୋଟ ବାକ୍ସକୁ ଛଡାଇ ନେଇ ଆକ୍ରମଣକାରୀ ମାନେ କୂଅରେ ପକାଇ ଦେଇଛନ୍ତି । ଆକ୍ରମଣକାରୀ ମାନେ ଗାଡି ମଧ୍ୟ ଭଙ୍ଗାରୁଜା କରିଛନ୍ତି । ତେବେ ଆକ୍ରମଣରେ ପୂର୍ଣ୍ଣଚନ୍ଦ୍ର ରାଉଳ ଆହତ ହୋଇଥିବା ଜଣାପଡିଛି । ପୋଲିସ ପରିଚାଳନାରେ ବ୍ୟାପକ ଅବହେଳା ସୁଯୋଗରେ ଆକ୍ରମଣକାରୀ ମାନେ ଏପରି କାଣ୍ଡ ଘଟିବାର ସୁଯୋଗ ପାଇଥିବା କୁହାଯାଉଛି । ଘଟଣାସ୍ଥଳରେ ପୋଲିସ ଫୋର୍ସ ସହ ଢେଙ୍କାନାଳ ଏସପି ଲୋଗନ୍ୟାଗି ଦିବ୍ୟା ଭି ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି ।

ଢେଙ୍କାନାଳରୁ ଉର୍ମିଳା ପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.