ETV Bharat / state

ବ୍ରାହ୍ମଣୀରେ ଭାସିଗଲେ 3 ଛାତ୍ର: ଜଣେ ନିଖୋଜ ଛାତ୍ରଙ୍କ ମିଳିଲା ମୃତଦେହ

author img

By

Published : May 8, 2022, 4:03 PM IST

Updated : May 8, 2022, 10:55 PM IST

ଢେଙ୍କାନାଳ ବ୍ରାହ୍ମଣୀ ନଦୀରେ ଗାଧୋଇବା ସମୟରେ 3 ଛାତ୍ର ଭାସି ଯାଇଥିବା ଘଟଣା । 2 ଜଣ ସୁରକ୍ଷିତ ଉଦ୍ଧାର ହୋଇ ଥିବାବେଳେ ନିଖୋଜ ଛାତ୍ରଙ୍କ ମୃତଦେହ ଉଦ୍ଧାର । ଅଧିକ ପଢନ୍ତୁ

ବ୍ରହ୍ମଣୀରେ ଭାସିଗଲେ 3 ଛାତ୍ର: 2 ସୁରକ୍ଷିତ ଉଦ୍ଧାର, ଜଣେ ନିଖୋଜ

ଢେଙ୍କାନାଳ: ବ୍ରାହ୍ମଣୀ ନଦୀର ଛାତ୍ର ଭାସିଯିବା ଘଟଣାରେ ମିଳିଲା ନିଖୋଜ ସୁଧାବିନ୍ଦୁ ବେହେରାଙ୍କ ମୃତଦେହ । କାଳୁରିଆ ନଦୀ ଘାଟ ନିକଟରୁ ଆଜି ରାତିରେ ମୃତଦେହ ମିଳିଥିବା ସୂଚନା ମିଳିଛି । ଗାଧୋଇବାକୁ ଯାଇ 3 ଜଣ ଛାତ୍ର ଭାସି ଯାଇଥିଲେ । ଏମାନଙ୍କ ମଧ୍ୟରୁ 2 ଜଣ ଛାତ୍ରଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଥିବାବେଳେ ଅନ୍ୟଜଣେ ନିଖୋଜ ଥିଲେ, ଯାହାଙ୍କ ମୃତଦେହ ଉଦ୍ଧାର ହୋଇଛି ।

ସୂଚନା ଅନୁଯାୟୀ, ଆଜି(ରବିବାର) ୭ଜଣ ସାଙ୍ଗ ବ୍ରାହ୍ମଣୀ ନଦୀକୁ ଗାଧୋଇବାକୁ ଯାଇଥିଲେ । ସେମାନଙ୍କ ମଧ୍ୟରୁ ୩ଜଣ ଛାତ୍ର ନଦୀ ଜଳସ୍ରୋତରେ ଭାସିଯାଇଥିବାବେଳେ ୨ ଜଣଙ୍କୁ ଉଦ୍ଧାର କରିବାରେ ସକ୍ଷମ ହୋଇଥିଲେ ସ୍ଥାନୀୟ ବାସିନ୍ଦା । ତେବେ ଅନ୍ୟ ଜଣେ ଛାତ୍ର ନଦୀ ସ୍ରୋତରେ ଭାସି ଯାଇଛନ୍ତି । ଢେଙ୍କାନାଳ ଜିଲ୍ଲା ଗଁନ୍ଦିଆ ଥାନା ଅନ୍ତର୍ଗତ ନୂଆପଡା ଗ୍ରାମ ନିକଟସ୍ଥ ବାଲିପଡା ବ୍ରାହ୍ମଣୀ ଘାଟରେ ଘଟିଛି ଏହି ଅଘଟଣ ।

ନୂଆପଡାର ମୁନା ସାହୁ ଓ ସୁଭମ ଜେନାଙ୍କୁ ସ୍ଥାନୀୟ ଗ୍ରାମବାସୀ ସୁରକ୍ଷିତ ଉଦ୍ଧାର କରିଥିଲେ । ସମସ୍ତ ଛାତ୍ର ସ୍ଥାନୀୟ ରାଧାଦେଇପୁର ଉଚ୍ଚ ବିଦ୍ୟାଳୟର ବୋଲି ଜଣାପଡିଛି । ତେବେ ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।

ଢେଙ୍କାନାଳରୁ ଉର୍ମିଳା ପାତ୍ର, ଇଟିଭି ଭାରତ

Last Updated : May 8, 2022, 10:55 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.