ETV Bharat / state

ପୂର୍ବ ଶତ୍ରୁତାରୁ ହତ୍ୟା, ଜଣଙ୍କୁ ଅଟକ ରଖିଲା ପୋଲିସ - ଢେଙ୍କାନାଳରେ ବ୍ୟକ୍ତିଙ୍କୁ ନିର୍ମମ ହତ୍ୟା

ମୋଟଙ୍ଗା ଥାନା ବଳରାମ ପ୍ରାସାଦରେ ପୂର୍ବ ଶତ୍ରୁତାରୁ ଜଣଙ୍କୁ ପିଟି ପିଟି ହତ୍ୟା କରାଯାଇଛି । ଏହି ହତ୍ୟାକାଣ୍ଡରେ ଜଣଙ୍କୁ ଅଟକ ରଖି ମୋଟଙ୍ଗା ପୋଲିସ ପଚରାଉଚରା ଜାରି ରଖିଛି । ଅଧିକ ପଢ଼ନ୍ତୁ

ପୂର୍ବ ଶତ୍ରୁତାରୁ ହତ୍ୟା, ଜଣଙ୍କୁ ଅଟକ ରଖିଲା ପୋଲିସ

author img

By

Published : Apr 26, 2022, 2:10 PM IST

ଢେଙ୍କାନାଳ: ଜିଲ୍ଲା ମୋଟଙ୍ଗା ଥାନା ବଳରାମ ପ୍ରସାଦରେ ପୂର୍ବ ଶତ୍ରୁତାରୁ ଜଣଙ୍କୁ ପିଟି ପିଟି ହତ୍ୟା କରାଯାଇଛି । ଏହି ହତ୍ୟାକାଣ୍ଡରେ ଜଣଙ୍କୁ ଅଟକ ରଖି ମୋଟଙ୍ଗା ପୋଲିସ ପଚରାଉଚରା ଜାରି ରଖିଛି । ବ୍ୟକ୍ତିଙ୍କ ମୁଣ୍ଡକୁ ଠେଙ୍ଗାରେ ପିଟି ପିଟି ହତ୍ୟା କରାଯାଇଛି । ମୃତକ ବଳରାମ ପ୍ରସାଦ ଗ୍ରାମ ରଗଡି ସାହିର ହରେକୃଷ୍ଣ ଜେନା ବୋଲି ଜଣାପଡ଼ିଛି ।

ପୂର୍ବ ଶତ୍ରୁତାରୁ ହତ୍ୟା, ଜଣଙ୍କୁ ଅଟକ ରଖିଲା ପୋଲିସ

ଗତକାଲି(ସୋମବାର) ବିଳମ୍ବିତ ରାତିରେ ହରେକୃଷ୍ଣ ଘର ବାହାରେ ଶୋଇଥିବା ତାଙ୍କୁ ଆକ୍ରମଣ କରାଯାଇଥିଲା । ଗୁରୁତର ଅବସ୍ଥାରେ ତାଙ୍କୁ ଢେଙ୍କାନାଳ ମୁଖ୍ୟ ଡାକ୍ତରଖାନାକୁ ନିଆଯାଉଥିବାବେଳେ ତାଙ୍କର ମୃତ୍ୟୁ ହୋଇଛି । ପଞ୍ଚାୟତ ନିର୍ବାଚନରୁ ସେହି ଗ୍ରାମର ତୁଷାରକାନ୍ତ ମହାପାତ୍ରଙ୍କ ହରେକୃଷ୍ଣଙ୍କ ପ୍ରବଳ ବିବାଦ ଲାଗି ରହିଥିଲା । ଏଥିରେ ରାଗ ରଖି ତୁଷାରକାନ୍ତ ହରେକୃଷ୍ଣଙ୍କୁ ହତ୍ୟା କରିଥିବା ନେଇ ପରିବାର ଲୋକେ ଅଭିଯୋଗ କରିଛନ୍ତି ।

ପରିବାର ଲୋକଙ୍କ ଅଭିଯୋଗ ଆଧାରରେ ପୋଲିସ ତୁଷାରକାନ୍ତଙ୍କୁ ଅଟକ ରଖି ପଚରାଉଚର କରୁଛି । ପୋଲିସ ହରେକୃଷ୍ଣଙ୍କ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇଛି । ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ତଦନ୍ତ ଆଗେଇବ ବୋଲି ପୋଲିସ ପକ୍ଷରୁ ସୂଚନା ମିଳିଛି ।

ଢେଙ୍କାନାଳରୁ ଉର୍ମିଳା ପାତ୍ର, ଇଟଭି ଭାରତ

For All Latest Updates

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.