ଢେଙ୍କାନାଳ: ଗାଁ ପୋଖରୀକୁ ଗାଧୋଇବାକୁ ଯାଇ ବୁଡ଼ିଗଲେ ୧୦ ବର୍ଷର ଦୁଇଟି ଶିଶୁ । ଢେଙ୍କାନାଳ ଜିଲ୍ଲା ଗନ୍ଦିଆ କରମୂଳ ଗାଁରେ ଘଟିଛି ଏଭଳି ଅଭାବନୀୟ ଘଟଣା । ତେବେ ପୋଖରୀରେ ବୁଡିଯାଇ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଜଣେ ନିଖୋଜ ଅଛନ୍ତି। ମୃତକ ଜଣକ ହେଲେ ଅନିତା ମଲ୍ଲିକ । ଅନିତାଙ୍କୁ ଉଦ୍ଧାର କରି ଗୁରୁତର ଅବସ୍ଥାରେ ଢେଙ୍କାନାଳ ମୁଖ୍ୟ ଡାକ୍ତରଖାନା ନିଆଯାଇଥିଲେ ମଧ୍ୟ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ ।
ଦୁଇ ନାବାଳିକା ହେଲେ କରମୂଳ ଦଳିତ ସାହିର ଅଙ୍କିତା ମଲ୍ଲିକ ଓ ଅନିତା ମଲ୍ଲିକ । ଖବର ପାଇ ଦମକଳ ବାହିନୀ ପହଞ୍ଚି ଖୋଜାଖୋଜି ଜାରି ରଖିଛି ।
ଢେଙ୍କାନାଳରୁ ଉର୍ମିଳା ପାତ୍ର, ଇଟିଭି ଭାରତ