ETV Bharat / state

ଢେଙ୍କାନାଳରେ ପ୍ରଥମ କୋରୋନା ମୃତ୍ୟୁ, ଦିନକରେ ନୂଆ ୪୩ ଚିହ୍ନଟ - one corona patient died in Dhenkanal

ରାଜ୍ୟରେ କୋରୋନା ସ୍ଥିତି ବିଗିଡିବାରେ ଲାଗିଛି । ଢେଙ୍କାନାଳ ଜିଲ୍ଲାରେ ପ୍ରଥମ କୋରୋନା ଜନିତ ମୃତ୍ୟୁ ହୋଇଛି । ସେପଟେ ଜିଲ୍ଲାରେ ଶୁକ୍ରବାର ୪୩ ଜଣ କୋରୋନା ପୋଜେଟିଭ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ପଜିଟିଭ ସଂଖ୍ୟା ୪୯୩କୁ ବୃଦ୍ଧି ପାଇଛି । ପଢନ୍ତୁ ସମ୍ପୂର୍ଣ୍ଣ ଖବର...

ଢେଙ୍କାନାଳରେ ପ୍ରଥମ କୋରୋନାରେ ମୃତ୍ୟୁ,
ଢେଙ୍କାନାଳରେ ପ୍ରଥମ କୋରୋନାରେ ମୃତ୍ୟୁ,
author img

By

Published : Aug 7, 2020, 4:43 PM IST

ଢେଙ୍କାନାଳ: ରାଜ୍ୟରେ କୋରୋନା ସ୍ଥିତି ବିଗିଡିବାରେ ଲାଗିଛି । ସଂକ୍ରମିତଙ୍କ ସଂଖ୍ୟା ଅନିୟନ୍ତ୍ରିତ ହୋଇଥିବା ବେଳେ ଢେଙ୍କାନାଳ ଜିଲ୍ଲାରେ ପ୍ରଥମ କୋରୋନା ଜନିତ ମୃତ୍ୟୁ ହୋଇଛି । ମୃତକ ହେଲେ ଭୁବନ ବିଜ୍ଞାପିତ ପରିଷଦର ୱାର୍ଡ ନଂ-୩ ନୂଆଭୁବନ ଅଞ୍ଚଳର ୬୧ବର୍ଷୀୟ ବ୍ୟକ୍ତି । କୋରୋନା ପଜିଟିଭ ଚିହ୍ନଟ ସାଙ୍ଗକୁ ମଧୂମେହ ଓ ଉଚ୍ଚ ରକ୍ତଚାପରେ କଟକ ଏସସିବିରେ ଚିକିତ୍ସିତ ହେଉଥିଲେ ।

ଗତ ୪ତାରିଖ ଅପରାହ୍ନରେ ତାଙ୍କର ମୃତ୍ୟୁ ଘଟିଛି । ତାଙ୍କ ପତ୍ନୀ ଓ ପୁଅ ମଧ୍ୟ କୋରୋନା ପଜିଟିଭ ଚିହ୍ନଟ ହୋଇ କଟକ କୋଭିଡ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି । ସେପଟେ ଜିଲ୍ଲାରେ ଶୁକ୍ରବାର ୪୩ ଜଣ କୋରୋନା ପୋଜେଟିଭ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ପଜିଟିଭ ସଂଖ୍ୟା ୪୯୩କୁ ବୃଦ୍ଧି ପାଇଛି । ଏହି ୪୩ଜଣ ଆକ୍ରାନ୍ତଙ୍କ ମଧ୍ୟରୁ ୩୮ଜଣ ପୂର୍ବ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସି ପଜିଟିଭ ଚିହ୍ନଟ ହୋଇଛନ୍ତି ।

ଅନ୍ୟ ୫ଜଣ ଢେଙ୍କାନାଳ ମୁଖ୍ୟ ଚିକିତ୍ସାଳୟରୁ ଆଣ୍ଟିଜେନ ଟେଷ୍ଟରୁ ଚିହ୍ନଟ ହୋଇଛନ୍ତି । ଏହି ଆକ୍ରାନ୍ତଙ୍କ ମଧ୍ୟରୁ କେବଳ ଗଦିଁଆ ବ୍ଳକରୁ ୪୦ଜଣ ଚିହ୍ନଟ ହୋଇଛନ୍ତି । ତେବେ ଗଦିଁଆ ବ୍ଳକ ଷଡଙ୍ଗୀରୁ୯ଜଣ, ଝାରଦାରୁ ୭, ପିଙ୍ଗୁଆରୁ ୬, ମନ୍ଦାରରୁ ୮, ଖଣ୍ଡବନ୍ଧରୁ୨ ଜଣ ଚିହ୍ନଟ ହୋଇଛନ୍ତି । ସେହିପରି ଭୁବନ ବ୍ଳକ ମୃଦଙ୍ଗାରୁ ଜଣେ, କାମାକ୍ଷାନଗର ଶାଳପଡା ଓ କାମାକ୍ଷାନଗର ଏନଏସି ରେକୁଳାରୁ ଜଣେ ଲେଖାଏଁ ପଜିଟିଭ ଚିହ୍ନଟ ହୋଇଛନ୍ତି ।

ତେବେ ୪୩ଜଣ ଆକ୍ରାନ୍ତଙ୍କୁ ଢେଙ୍କାନାଳ କୋଭିଡ ହସ୍ପିଟାଲରେ ଚିକିତ୍ସା ନିମନ୍ତେ ଭର୍ତ୍ତି କରାଯାଇଛି । ସେମାନେ ରହୁଥିବା ଘର ଓ ସଂଲଗ୍ନ ଅଞ୍ଚଳକୁ ବିଶୋଧନ କରାଯାଇଛି । ସେପଟେ ଆଜି ସର୍ବାଧୀକ ୭୫ଜଣ ଚିକିତ୍ସା ପରେ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଆଦ୍ୟାବଧୀ ଜିଲ୍ଲାରେ ୪୯୩ଜଣ ପଜେଟିଭ ଚିହ୍ନଟ ହୋଇଛନ୍ତି । ସେଥିରୁ ୨୭୦ ଜଣ ଆକ୍ରାନ୍ତ ଚିକିତ୍ସା ପରେ ସୁସ୍ଥହୋଇ ଫେରିଥିବା ବେଳେ ୨୨୩ ଜଣ ଚିକତ୍ସାଧୀନ ଅଛନ୍ତି ।

ଢେଙ୍କାନାଳରୁ ଉର୍ମିଳା ପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.