ETV Bharat / state

ଆଧ୍ୟାତ୍ମିକ ପରିବେଶରେ ହେଲା ପ୍ରଭୁ ବଳରାମଜୀଉଙ୍କ ରଥଯାତ୍ରା

author img

By

Published : Jun 20, 2023, 9:27 PM IST

ଢେଙ୍କାନାଳର ଆରାଧ୍ୟ ପ୍ରଭୁ ବଳରାମଜୀଉଙ୍କ ପାରମ୍ପରିକ ରଥଯାତ୍ରା ଅନୁଷ୍ଠିତ ହୋଇଯାଇଛି । ସାନ ରଥକୁ କେବଳ ମହିଳାମାନେ ଟାଣି ନେଇଥିବାର ନିଆରା ଦୃଶ୍ୟ ଦେଖିବାକୁ ମିଳିଥିଲା । ଅପରପକ୍ଷେ ରଥ ଟଣା ସମୟରେ ଅଂଶୁଘାତରେ ବୃଦ୍ଧଙ୍କ ଜୀବନ ଯାଇଥିବା ଭଳି ଅଘଟଣ ମଧ୍ୟ ଘଟିଛି। ଅଧିକ ପଢନ୍ତୁ

ବଳରାମଜୀଉଙ୍କ ପାରମ୍ପରିକ ରଥଯାତ୍ରା
ବଳରାମଜୀଉଙ୍କ ପାରମ୍ପରିକ ରଥଯାତ୍ରା
ବଳରାମଜୀଉଙ୍କ ପାରମ୍ପରିକ ରଥଯାତ୍ରା

ଢେଙ୍କାନାଳ: ଆଜି ପବିତ୍ର ଶ୍ରୀଗୁଣ୍ଡିଚା ଅବସରରେ ଢେଙ୍କାନାଳର ଆରାଧ୍ୟ ପ୍ରଭୁ ବଳରାମଜୀଉଙ୍କ ରଥଯାତ୍ରା ପରମ୍ପରାର ସହକାରେ ଅନୁଷ୍ଠିତ ହୋଇଯାଇଛି । ଢେଙ୍କାନାଳର ପରମ୍ପରା ମୁତାବକ ରାଜା କାମାକ୍ଷା ପ୍ରସାଦ ସିଂହଦେଓ ରଥରେ ଛେରା ପହଁରା କରିଛନ୍ତି। ତେବେ ଢେଙ୍କାନାଳରେ ପ୍ରଭୁ ବଳରାମ ଜୀଉ ପାଷାଣ ବିଗ୍ରହ ଯୋଗୁ ରଥକୁ ଯାଇନଥାନ୍ତି । ଫଳରେ ରଥଯାତ୍ରା ପାଇଁ ଦୁଇଟି ରଥରୁ ବଡ଼ ରଥରେ ବଳରାମଙ୍କ ମନ୍ଦିର ପରିସର ଜଗନ୍ନାଥଙ୍କୁ ପହଣ୍ଡି କରି ରଥକୁ ନିଆଯାଇଛି । ସାନ ରଥରେ ଦଧି ବାମନଜୀଉଙ୍କୁ ପହଣ୍ଡି କରି ନିଆଯାଇଛି। ରଥଯାତ୍ରାର ନୀତିକାନ୍ତି ମୁତାବକ ଭୋର ସମୟରେ ସ୍ନାନ ମାର୍ଜନା ପରେ ସକାଳ ଧୂପ ଓ ନୀତିକାନ୍ତି ସରିଥିଲା। ପରେ ପହଣ୍ଡି ବେଶ ଓ ମଙ୍ଗଳାର୍ପଣ ପୂଜା କରି ରାଜ ଦର୍ଶନ କରାଯାଇଥିଲା ।

ଏହାପରେ ସକାଳ ୧୧ଟା ୨୦ମିନିଟରେ ପହଣ୍ଡି ବିଜେ କରାଯାଇଥିଲା । ସେବାୟତମାନେ ଜୀଉଙ୍କୁ ପହଣ୍ଡି ବିଜେ କରାଇ ରଥାରୂଢ କରାଇଥିଲେ । ଅପରାହ୍ନ 1ଟା ସମୟରେ ରାଜା କମାକ୍ଷାପ୍ରସାଦ ସିଂହଦେଓ ରଥରେ ଛେରା ପହଁରା କରିଥିଲେ । ପରେ ପ୍ରଭୁଙ୍କ ଅଙ୍ଗଲାଗି ପଗଡ଼ି ବନ୍ଧନ ପରେ ପ୍ରାଥମିକ ରଥ ଟଣା ଅପରାହ୍ନ 1.30ମିନିଟ ସମୟରେ କରାଯାଇଥିଲା । ଏହି ଅବସରରେ ରଥ ଆଗେ ଆଗେ ବିଭିନ୍ନ ସାଂସ୍କୃତିକ ଅନୁଷ୍ଠାନ ପକ୍ଷରୁ ଭଜନ କୀର୍ତ୍ତନ ସାଙ୍ଗକୁ ନାଚ ଗୀତର ଆସର ମଧ୍ୟରେ ଏକ ଆଧ୍ୟାତ୍ମିକ ପରିବେଶରେ ସୃଷ୍ଟି ହୋଇଥିଲା । ଅପରାହ୍ନ ସାଢେ ୩ଟା ସମୟରେ ଆନୁଷ୍ଠାନିକ ଭାବେ ରଥ ଟଣା ହୋଇଥିଲା। ବଡ଼ ରଥକୁ ସମସ୍ତେ ଟାଣୁଥିବାବେଳେ ସାନ ରଥକୁ କେବଳ ମହିଳାମାନେ ଟାଣି ଟାଣି ଗୁଣ୍ଡିଚା ମନ୍ଦିର ଅଭିମୁଖେ ନେଉଥିଲେ । ଶାନ୍ତି ଶୃଙ୍ଖଳା ପାଇଁ ପୁଲିସ ପ୍ରଶାସନ ପକ୍ଷରୁ ପୁଲିସ ଫୋର୍ସ ମୁତୟନ କରାଯାଇଥିବାବେଳେ ପୁଲିସ ଅଧିକାରୀ ଓ ଜିଲ୍ଲାପାଳଙ୍କ ସମେତ ପ୍ରଶାସନିକ ଅଧିକାରୀମାନେ ରଥଯାତ୍ରା ପରିଚାଳନା କରୁଥିବା ଦେଖିବାକୁ ମିଳିଥିଲା ।

ଅପରପକ୍ଷେ ରଥ ଟଣା ଚାଲିଥିବାବେଳେ ଘଟିଯାଇଛି ଅଘଟଣ । ରଥ ପଛ ପଟେ ଜଣେ ଭକ୍ତ ଛିଡା ହୋଇ ରଥକୁ ଛୁଇ ପ୍ରଣାମ କରିବାବେଳେ ହଠାତ ତାଙ୍କ ମୁଣ୍ଡ ବୁଲାଇ ଦେଇଥିଲା l ବୃଦ୍ଧ ଜଣଙ୍କ ତଳେ ଖସିପଡ଼ିଥିଲେ l ତାଙ୍କ ମୁଣ୍ଡ ପଛପଟ ତଳେ ମାଡ଼ ହୋଇ ଫାଟି ଯାଇଥିବାବେଳେ ଘଟଣା ସ୍ଥଳରେ ତାଙ୍କର ମୃତ୍ୟୁ ଘଟିଛି l ତୁରନ୍ତ 108 ଆମ୍ବୁଲାନ୍ସ ଯୋଗେ ତାଙ୍କୁ ଢେଙ୍କାନାଳ ମୁଖ୍ୟ ଡାକ୍ତରଖାନାକୁ ନିଆଯାଇଥିଲା l ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି l ମୃତକ ଜଣଙ୍କ ସ୍ଥାନୀୟ ମୁକ୍ତାଦେଇଇପୁର ଶାସନର ନିରୋଦ କୁମାର ରଥ ବୋଲି ଜଣାପଡିଛି। ତେବେ ଏହା ଅଂଶୁଘାତ ଜନିତ ମୃତ୍ୟୁ ବୋଲି ସନ୍ଦେହ କରାଯାଉଛି ।

ଇଟିଭି ଭାରତ, ଢେଙ୍କାନାଳ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.