ଢେଙ୍କାନାଳ: ରାଜ୍ୟ ଖଣି ଓ ଇସ୍ପାତ ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକଙ୍କ ଆଶୁ ଆରୋଗ୍ୟ କାମନା କରି ଢେଙ୍କାନାଳ ସାମ୍ବାଦିକ ସଂଘର ସମୂହ ଦୀପଦାନ । ସଂଘ ପକ୍ଷରୁ ଢେଙ୍କାନାଳର ଆରାଧ୍ୟ ବଳରାମ ଜୀଉ ମନ୍ଦିରରେ ପାଖରେ ସମୂହ ଦୀପଦାନ କରାଯାଇଛି ।
ରାଜ୍ୟ ଖଣି ,ଇସ୍ପାତ ଓ ପୂର୍ତ୍ତ ମନ୍ତ୍ରୀ ତଥା କମାକ୍ଷାନଗର ବିଧାୟକ ପ୍ରଫୁଲ୍ଲ ମଲ୍ଲିକ ଅସୁସ୍ଥ ହୋଇ ଭୁବନେଶ୍ବରରେ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି । ତାଙ୍କର ଆଶୁ ଆରୋଗ୍ୟ କାମନା କରିଛି ଢେଙ୍କାନାଳ ଜିଲ୍ଲା ସାମ୍ବାଦିକ ସଂଘ । ଏହି ଉଦେଶ୍ୟରେ ଆଜି ଜିଲ୍ଲା ସାମ୍ବାଦିକ ସଙ୍ଘର ସାଧାରଣ ସମ୍ପାଦକ ପ୍ରତାପ ବରାଳଙ୍କ ନେତୃତ୍ବରେ ସାମ୍ବାଦିକମାନେ ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକଙ୍କ ଆଶୁ ଆରୋଗ୍ୟ କାମନା ସମୂହ ଦୀପଦାନ କରିବା ସହ ପ୍ରାର୍ଥନା କରିଛନ୍ତି । ସାମାଜିକ ଦୁରତା ରକ୍ଷା କରି ସମୂହ ଦୀପଦାନ କାର୍ଯ୍ୟକ୍ରମ ସମ୍ପନ୍ନ ହୋଇଛି ।
ଢେଙ୍କାନାଳରୁ ଉର୍ମିଳା ପାତ୍ର, ଇଟିଭି ଭାରତ