ETV Bharat / state

ମହିମା ପୀଠରେ ନୂଆଁଖାଇ ତିହାର: ଶୂନ୍ୟ ଠାକୁରଙ୍କୁ ନବାନ୍ନ ଲାଗି

author img

By

Published : Aug 23, 2020, 2:23 PM IST

ଆଜି ପଶ୍ଚିମ ଓଡିଶାର ଗଣପର୍ବ ନୂଆଁଖାଇ । ତେବେ ମହିମା ପରମ୍ପରା ମୁତାବକ ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ମହିମା ଗାଦିରେ ନିଆରା ଢଙ୍ଗରେ ପାଳିତ ହୋଇଥାଏ ନୂଆଁଖାଇ ପର୍ବ ।

nuakhai festiva
ମହିମା ପୀଠରେ ନୂଆଁଖାଇ ତିହାର: ଶୂନ୍ୟ ଠାକୁରଙ୍କୁ ନବାନ୍ନ ଲାଗି

ଢେଙ୍କାନାଳ: ଆଜି ପଶ୍ଚିମ ଓଡିଶାର ଗଣପର୍ବ ନୂଆଁଖାଇ । ଗାଁଠୁ ସହର ଯାଏଁ ସବୁଠି ଦେଖାଦେଇଛି ଉତ୍ସବର ମାହୋଲ । ତେବେ ମହିମା ପରମ୍ପରା ମୁତାବକ ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ମହିମା ଗାଦିରେ ନିଆରା ଢଙ୍ଗରେ ପାଳିତ ହୋଇଥାଏ ନୂଆଁଖାଇ ପର୍ବ । ପ୍ରତ୍ୟେକ ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ପାଳନ କରାଯାଇଛି ମାତ୍ର କୋରୋନା କଟକଣା ପାଇି ନୂଆଁଖାଇ ମଉଜ ଟିକେ ଫିକା ପଡିଛି ।

ସରକାରଙ୍କ ନିୟମକୁ ମାନି କମ୍ ସଂଖ୍ୟକ ଭକ୍ତଙ୍କୁ ନେଇ ପର୍ବ ପାଳିତ ହୋଇଛି । ମହିମା ପରମ୍ପରା ମୁତାବକ ବହ୍ମ ମୁହୂର୍ତ୍ତରୁ ଉଠି ମହିମା ଭକ୍ତମାନେ ନିତ୍ୟକର୍ମ ସାରି ନୂଆ ବସ୍ତ୍ର ପରିଧାନ କରି ଏକତ୍ରିତ ହୋଇଥିଲେ । କୋରୋନା କଟକଣା ମଧ୍ୟରେ ବି ଭଜନ ଓ କିର୍ତ୍ତନ କରାଯାଇଥିଲା । ପରମ୍ପରା ମୁତାବକ ୧୮୬୫ ମସିହାରୁ ଆଠଗଡର ତଳସିଂହ ଗ୍ରାମର ଭାଷ୍କର ଭୋଇ ଓ ତାଙ୍କ ପରିବାର ନବାନ୍ନ ଲାଗି ଦେଇ ଆସୁଥିବା ନୂଆ ଧାନରୁ ଚୁଡା ପ୍ରସ୍ତୁତ ହୋଇଥିଲା ।

ପ୍ରାତଃ ୪ଟା୩୦ମିନିଟ ସମୟରେ ଭକ୍ତମାନେ ଏକାଠି ହୋଇ ଚୂଡାକୁ କଦଳି, ସେଓ, ନଡିଆ, ମହୁ, ଘିଅ, କ୍ଷୀର, ଦହି, ଗୁଡ ଆଦିରେ ପ୍ରସ୍ତୁତ ନବାନ୍ନକୁ ଏକ ନୂତନ ମାଟି ପାତ୍ରରେ ଅମୁଣିଆ ମଣ୍ଡପଠାରେ ଶୂନ୍ୟ ଠାକୁର ଅଲେଖ ମହିମାଙ୍କୁ ଅର୍ପଣ କରିଥିଲେ । ଏହା ପରେ ସମସ୍ତ ଭକ୍ତ, ସାଧୁ ସନ୍ଥ ମାନେ ଏକାଠି ନବାନ୍ନ ଖାଇଥିଲେ ।

ଏହି ଅବସରରରେ ସମଗ୍ର ବିଶ୍ବର କଲ୍ୟାଣ ଓ ବିଶ୍ବରୁ କୋରୋନା ମହାମାରୀ ଦୂରେଇ ଯାଉ ବୋଲି ସାଧୁ ମାନେ ଅଲେଖ ମହିମାଙ୍କ ନିକଟରେ ପ୍ରାର୍ଥନା କରିଥିଲେ । ଵିଶ୍ଵାସ ରହି ଆସିଛି ଯେ ବର୍ଷର ପ୍ରଥମ ଧାନକୁ ମହିମା ଆଲେଖଙ୍କୁ ଅର୍ପଣ କଲେ ଭଲ ଅମଳ ହେବା ସହ ଜଗତର ମଙ୍ଗଳ ହେବ ।

ଢେଙ୍କାନାଳରୁ ଉର୍ମିଳା ପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.