ଢେଙ୍କାନାଳ: କୋରୋନାକୁ ନେଇ ତୃତୀୟ ପର୍ଯ୍ୟାୟରେ ଘୋଷଣା କରିଥିବା ଲକଡାଉନରେ କଟକଣାକୁ ସାମାନ୍ୟ କୋହଳ କରି ଦିଆଯାଇଛି । କିନ୍ତୁ ସାମାଜିକ ଦୂରତାକୁ ବେଶ କଡା କଡି କରାଯାଇଥିବା ଜଣାପଡିଛି । ଏପରିକି ଟାଉନ ପୁଲିସ ଏହାକୁ ନେଇ ତନା ଘନା କରୁଥିବା ଦେଖିବାକୁ ମିଳିଛି । ଆଜି(ଶନିବାର) ଢେଙ୍କାନାଳ ସହରର ଜବହାର ଚୌକ ସ୍ଥିତ ସ୍ମାର୍ଟ ଚଏସ ନାମକ ଏକ କସ୍ମେଟିକ ଦୋକାନରେ ଗ୍ରାହକ ଭିଡ଼ ଥିବା ଓ ସାମାଜିକ ଦୂରତା କଟକଣାକୁ ଅବମାନନା କରିଥିବାରୁ ଦୋକାନୀ ମାଲିକଙ୍କୁ ମହଙ୍ଗା ସାବ୍ୟସ୍ଥ ହୋଇଛି ।
ଟାଉନ ପୁଲିସ ପହଞ୍ଚି ଉକ୍ତ ଦୋକାନୀ ମାଲିକ ଫିରୋଜ ପାତ୍ରଙ୍କୁ ଗିରଫ କରି ଏକ ମାମଲା ରୁଜୁ କରିଛି । ପରେ ଉକ୍ତ ଦୋକାନକୁ ପୁଲିସ ସିଲ କରି ଦେଇଥିବା ଜଣାପଡିଛି। ପୁଲିସର ଏପରି ଆକ୍ସନ ମୁଡ଼କୁ ଦେଖି ଢେଙ୍କାନାଲରେ ବ୍ୟବସାୟୀଙ୍କ ମନରେ ଭୟର ବାତାବରଣ ଦେଖା ଦେଇଛି ।
ଢେଙ୍କାନାଳରୁ ଉର୍ମିଳା ପାତ୍ର, ଇଟିଭି ଭାରତ