ETV Bharat / state

ଅବହେଳିତ ରାଜ୍ୟର ପ୍ରଥମ ହାତୀ ଉଦ୍ଧାର କେନ୍ଦ୍ର, ବେଫିକର ବନବିଭାଗ

ଅବହେଳିତ ଅବସ୍ଥାରେ ଢେଙ୍କାନାଳ କପିଳାସ ସ୍ଥିତ ରାଜ୍ୟର ଏକମାତ୍ର ହାତୀ ଉଦ୍ଧାର କେନ୍ଦ୍ର । 2007 ମସିହାରେ କେନ୍ଦ୍ର ସ୍ଥାପନ ହେବାପରେ ଏଠି କାର୍ତ୍ତିକ, ଚାନ୍ଦୁ, ଉମା ଓ ହିରୋ ନାମକ 4ଟି ଛୁଆ ହାତୀ ରହିଛନ୍ତି । ଯାହାକୁ ଦେଖିବାକୁ ଜମେ ପର୍ଯ୍ୟଟକଙ୍କ ଭିଡ । ହେଲେ ହାତୀଛୁଆଙ୍କ ପାଇଁ 4ଟି ସେଡ ନିର୍ମାଣ କରି ଚୁପ ବସିପଡିଛନ୍ତି ସରକାର । ଅଧିକ ପଢନ୍ତୁ....

author img

By

Published : Feb 6, 2020, 9:42 PM IST

aa
ଅବହେଳିତ ଗଜରାଜ, ଉଦ୍ଧାର କେନ୍ଦ୍ର ପାଇଁ ବେଫିକର ବନବିଭାଗ

ଢେଙ୍କାନାଳ: ନନ୍ଦନକାନନ ପରେ ଢେଙ୍କାନାଳର କପିଳାସଠାରେ ଗତ ୨୦୦୭ ମସିହାରେ ସ୍ଥାପିତ ହୋଇଥିଲା ରାଜ୍ୟର ଏହି ଏକମାତ୍ର ହାତୀ ଉଦ୍ଧାର କେନ୍ଦ୍ର । ଏଠାକୁ ପ୍ରଥମ ଅତିଥି ଭାବେ ରେଢ଼ାଖୋଲରୁ ୨ ମାସର ହାତୀ ଛୁଆ କାର୍ତିକ ଆସିଥିଲା । ପରେ ଚାନ୍ଦୁ, ଉମା ଓ ହୀରୋକୁ ନେଇ କେନ୍ଦ୍ରର ହାତୀ ଛୁଆ ସଂଖ୍ୟା ୪ ହେଲାଣି । ଏହି କୁନି କୁନି ହାତୀ ଛୁଆ କପିଳାସ ଚିଡ଼ିଆଖାନାକୁ ଆସୁଥିବା ପର୍ଯ୍ୟଟକମାନଙ୍କୁ ବେଶ ମନୋରଞ୍ଜନ କରିଥାନ୍ତି।

ଏଠାରେ ଏମାନଙ୍କ ପାଇଁ ମୋଟ ୪ଟି ସେଡ ରହିଛି । ଚାରି ଚାରୋଟି ଛୁଆ ହାତୀର ରକ୍ଷଣା ବେକ୍ଷଣ ଅତି ଗୁରୁତ୍ବପୂର୍ଣ୍ଣ ହୋଇଥିଲେ ମଧ୍ୟ ନା ଅଛନ୍ତି କେୟାର ଟେକର ନା ଅଛନ୍ତି ମାହୁନ୍ତ । କେବଳ ୪ ଜଣ ଦିନ ମଜୁରିଆଙ୍କ ହାତରେ ରହିଛି ଏହି ୪ ଟି ହାତୀ ଛୁଆଙ୍କ ଲାଳନ ପାଳନର ଦାୟିତ୍ବ । ଏପରିକି ଏଠାରେ ଡାକ୍ତର ନଥିବାରୁ ଗତ ଦୁଇବର୍ଷ ପୂର୍ବେ ଗଣେଶ ନାମକ କୁନି ହାତୀର ମୃତ୍ୟୁ ମଧ୍ୟ ଘଟି ଥିବା ଜଣାପଡିଛି । ତେବେ କପିଳାସ ପ୍ରାଣୀ ଉଦ୍ୟାନ ସମେତ ଏହି ହାତୀ ଉଦ୍ଧାର କେନ୍ଦ୍ର ପାଇଁ ରେଞ୍ଜରଙ୍କ ସମେତ ମାତ୍ର ୩ ଜଣ ବନ କର୍ମଚାରୀ ରହିଥିବା ପ୍ରକାଶ କରିଛନ୍ତି ଦାୟିତ୍ବରେ ଥିବା ରେଞ୍ଜର ।

ତଥାପି ବେଫିକର ବନ ବିଭାଗ । କର୍ମଚାରୀଙ୍କ ଅଭାବ ସାଙ୍ଗକୁ ଭିତ୍ତିଭୂମି ନଥିବା ସତ୍ତ୍ବେ ଉଚ୍ଚ କର୍ତ୍ତୃପକ୍ଷ ଲଦି ଦେଇଛନ୍ତି ବୋଝ ଉପରେ ଲଲିତା ବିଡା । ତାଳଚେର ଅଞ୍ଚଳରେ ଆତଙ୍କ ସୃଷ୍ଟି କରିଥିବା ନରହନ୍ତା ଦନ୍ତାକୁ କାବୁ କରି ଏଠାରେ ଆଣି ରଖାଯାଇଛି । ଏହି ନରହନ୍ତା ଉଭୟ ହାତୀ ଛୁଆ ଓ ଲୋକମାନଙ୍କ ପାଇଁ ବିପଦ ସୃଷ୍ଟି କରୁଛି । ଫଳରେ କପିଳାସ ଚିଡ଼ିଆଖାନାକୁ ଆସୁଥିବା ପର୍ଯ୍ୟଟକମାନଙ୍କ ମହଲରେ ଭୟର ବାତାବରଣ ସୃଷ୍ଟି କରିଛି ।

ଏପରିସ୍ଥଳେ ଅବହେଳିତ ହାତୀ ଉଦ୍ଧାର କେନ୍ଦ୍ର ପ୍ରତି କର୍ତ୍ତୃପକ୍ଷଙ୍କ କୃପାଦୃଷ୍ଟି ବଦଳରେ ଏହି ନରହନ୍ତା ଦନ୍ତାକୁ ନେଇ ଚିନ୍ତା ବଢିବାରେ ଲାଗିଛି । ଏସଂପର୍କରେ ଜିଲ୍ଲା ବନଖଣ୍ଡ ଅଧିକାରୀ ଗଣମାଧ୍ୟମକୁ ମତାମତ ଦେବା ପାବନ୍ଧି ଦର୍ଶାଇ କ୍ୟାମେରା ଆଗରେ ପାଟି ଖୋଲୁ ନାହାଁନ୍ତି।

ଢେଙ୍କାନାଳରୁ ଉର୍ମିଳା ପାତ୍ର, ଇଟିଭି ଭାରତ

Intro:Body:

BLANK

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.