ଢେଙ୍କାନାଳ: କୋରୋନା ମୁକାବିଲା ପାଇଁ ଚାଲିଥିବା ମହାସଂଗ୍ରାମରେ ପୌର ସଫେଇ କର୍ମଚାରୀଙ୍କୁ ଅନ୍ୟତମ ଯୋଦ୍ଧା କୁହାଯାଉଛି । ଏହି ପରିପ୍ରେକ୍ଷୀରେ ପୌର କର୍ମଚାରୀ ମାନଙ୍କୁ ମନେ ପକାଇଛନ୍ତି ଢେଙ୍କାନାଳର କିଛି ଯୁବ ସମାଜସେବୀ । ସୋମବାର ଯୁବ ସମାଜସେବୀ ମାତୃପ୍ରସାଦ ନନ୍ଦ, ମଣ୍ଟୁ ଦାସ, ଦିପୁ ପଟ୍ଟନାୟକ ଓ ସସ୍ମିତା ସାମଲ ପ୍ରମୁଖ ଢେଙ୍କାନାଳ ସହରର କୁଞ୍ଜକାନ୍ତ ସ୍ଥିତ ମାଇକ୍ରୋ କମ୍ପୋଷ୍ଟିଙ୍ଗ ସେଣ୍ଟରରେ ପହଞ୍ଚିଥିଲେ ।
![Municipality sweapers felicitate by youth social workers](https://etvbharatimages.akamaized.net/etvbharat/prod-images/od-dkl-01-municipality-sweeper-felicited-by-local-people-in-dhenkanal-avb-7208629-rtu_27042020181639_2704f_1587991599_502.jpg)
![Municipality sweapers felicitate by youth social workers](https://etvbharatimages.akamaized.net/etvbharat/prod-images/od-dkl-01-municipality-sweeper-felicited-by-local-people-in-dhenkanal-avb-7208629-rtu_27042020181639_2704f_1587991599_801.jpg)
ସେଠାରେ ପୌର ସଫେଇ କର୍ମଚାରୀ ମାନଙ୍କୁ କୋରୋନା ସଂକ୍ରମଣରୁ କିପରି ସାବଧାନ ରହିବେ ସେ ସମ୍ପର୍କରେ ସଚେତନ କରିବା ସହ ସମ୍ବର୍ଦ୍ଧିତ କରିଥିଲେ । ସ୍ଥାନୀୟ ଅଞ୍ଚଳର ପୂର୍ବତନ କାଉନସିଲର ସନ୍ତୋଷ ରାଉତ ଏନେଇ ସୂଚନା ଦେଇଛନ୍ତି ।
ଢେଙ୍କାନାଳରୁ ଉର୍ମିଳା ପାତ୍ର, ଇଟିଭି ଭାରତ