ETV Bharat / state

ବାଳସନ୍ୟାସୀର ନିଆରା ପ୍ରଥା, ମାନସିକ ପୂରଣ ହେଲେ ଶୂନ୍ୟଦେହୀଙ୍କୁ ଟେକି ଦିଏ ମା’

author img

By

Published : Feb 13, 2020, 9:40 PM IST

ଆମ ଓଡିଆ ପରମ୍ପରାରେ ମାନସିକ ପ୍ରଥା ଢେର ପୁରୁଣା ମାତ୍ର ଶୂନ୍ୟଦେହୀଙ୍କ ପାଖରେ ବାଳସନ୍ୟାସୀ ଭାବେ ସମର୍ପଣ କରିଦେବା ପ୍ରଥା ଟିକେ ନିଆରା, ଯାହାର ଦୃଶ୍ୟ ପ୍ରତିବର୍ଷ ଯୋରନ୍ଦା ମହିମା ଗାଦିରେ ଦେଖିବାକୁ ମିଳେ । ଦେଖନ୍ତୁ, ଏପ୍ରଥା ବିଷୟରେ ଇଟିଭି ଭାରତର ସ୍ବତନ୍ତ୍ର ରିପୋର୍ଟ...

_Mundan parba
ବାଳସନ୍ୟାସୀର ନିଆରା ପ୍ରଥା

ଢେଙ୍କାନାଳ: ‘ବାବା ମୋ ପୁଅ ଦେହ ଭଲ ରହୁନି, ଦେହ ଭଲ ହୋଇଗଲେ ତମରି ପାଖେ ଅର୍ପଣ କରିଦେଇ ଯିବି ।’ ଏହାକହି ମା ତା'ର ମାନସିକ ରଖେ । ଆଉ ପୁରଣ ହେଲା ପରେ ନିଜ କଥା ରଖି ପୁଅକୁ ବାବାଙ୍କ ପାଖରେ ଅର୍ପଣ କରିଦେଇଯାଏ । ଆମ ଓଡିଆ ପରମ୍ପରାରେ ମାନସିକ ପ୍ରଥା ଢେର ପୁରୁଣା ମାତ୍ର ଶୂନ୍ୟଦେହୀଙ୍କ ପାଖରେ ବାଳସନ୍ୟାସୀ ଭାବେ ସମର୍ପଣ କରିଦେବା ପ୍ରଥା ଟିକେ ନିଆରା, ଯାହାର ଦୃଶ୍ୟ ପ୍ରତିବର୍ଷ ଯୋରନ୍ଦା ମହିମାଗାଦିରେ ଦେଖିବାକୁ ମିଳେ । ହଜାର ହଜାର ମାନସିକଧାରୀ ନିଜ ସନ୍ତାନଙ୍କୁ ଶୂନ୍ୟଦେହୀଙ୍କ ପାଖରେ ଟେକିଦେଇ ଯାଆନ୍ତି ।

ବାଳସନ୍ୟାସୀର ନିଆରା ପ୍ରଥା

ପ୍ରତିବର୍ଷ ମାଘ ଚତୁର୍ଦ୍ଦଶୀରେ ଯୋରନ୍ଦା ମେଳା ଅନୁଷ୍ଠିତ ହୁଏ । ଏହି ମେଳାରେ ଜଗତ କଲ୍ୟାଣ ପାଇଁ ତିନି ଦିନ ଧରି ଅଖଣ୍ଡ ଧୂନୀ ସାଙ୍ଗକୁ ଝାଡ ଦୀପ ପ୍ରଜ୍ବଳିତ ହୁଏ । ମେଳାର ସବୁଠୁ ଖାସ୍ ପରମ୍ପରା ହେଉଛି ମୁଣ୍ଡନ ଓ ସନ୍ୟାସୀ ସମର୍ପଣ ପରମ୍ପରା । ନିଜ ଶିଶୁର ଶୁଭମନାଷୀ ଅନେକ ମାନସିକଧାରୀ ଶିଶୁକୁ ମୁଣ୍ଡନ କରାଇଥାନ୍ତି । ପରେ ଗାଦୀରେ ଥିବା ପୁଷ୍କରଣୀରେ 7ଥର ଡୁବନ ଦିଆଯାଇଥାଏ । ଏହାପରେ ଗେରୁଆ କୌପନୀ ପିନ୍ଧାଇ ‘ମହିମା ଅଲେଖ, ଶରଣ ରଖ, ଆମେ ଡାକୁଛୁ ଛୁଆ ବାଳକ’ ଗାନ କରାଇ 7 ଥର ବେଢା ପରିକ୍ରମା କରାଇଯାଇଥାଏ ।

ପରେ ସନ୍ୟାସୀ ରୂପେ ସୀକୃତି ଦିଆଯାଇଥାଏ । ଏହାପରେ ପିତା-ମାତା ସନ୍ତାନ ଉପରୁ ସମସ୍ତ ଅଧିକାର ହରାଇ ବସନ୍ତି । ଯଦି କେବେ ସନ୍ତାନ ପ୍ରତି ମୋହ ଆସେ ତେବେ ବାଳ ସନ୍ୟାସୀର ସୀକୃତି ଲୋଡାଯାଇଥାଏ ଓ ମହିମା ସାଧୁଙ୍କୁ ସନ୍ତୁଷ୍ଟ କରିବା ପରେ ଯାଇ ସନ୍ତାନ ପୁଣି ମିଳିଥାଏ ।

ବିଶ୍ବାସ ବଳେ ଭଗବାନ । ବିଶ୍ବାସ ରଖି ସମର୍ପଣ କାମନା କଲେ ନିଃସନ୍ତାନକୁ ସନ୍ତାନ ପ୍ରାପ୍ତି, ଆରୋଗ୍ୟତା ଓ ଦୀର୍ଘଜୀବୀ ହେଉଥିବାର କୁହାଯାଇଥାଏ ।

ଢେଙ୍କାନାଳରୁ ଉର୍ମିଳା ପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.