ETV Bharat / state

ଦୁଇଟି ଆମ୍ବୁଲାନ୍ସ ସମେତ ଶାନ୍ତି ରଥକୁ ଲୋକାର୍ପିତ କଲେ ସାଂସଦ ମହେଶ - Corona

କୋଭିଡ କଟକଣା ସହ କୋରୋନା କାଳରେ ରୋଗୀଙ୍କ ଚିକିତ୍ସା ଠାରୁ ଆରମ୍ଭ କରି ଶବଦାହ ପର୍ଯ୍ୟନ୍ତ ସବୁଠି ସହାୟକ ହେବ ଆମ୍ବୁଲାନ୍ସ ସମେତ ଶାନ୍ତି ରଥ । ଅଧିକ ପଢନ୍ତୁ...

ଦୁଇଟି ଆମ୍ବୁଲାନ୍ସ ସମେତ ଶାନ୍ତି ରଥକୁ ଲୋକାର୍ପିତ କଲେ ସାଂସଦ ମହେଶ

author img

By

Published : Jun 6, 2021, 7:12 PM IST

ଢେଙ୍କାନାଳ: ମହାମାରୀ କୋଭିଡ ସଂକ୍ରମଣ ଓ ମୃତ୍ୟୁ ଜନିତ ସଂଖ୍ୟା କ୍ରମଶଃ ବୃଦ୍ଧି ପାଉଥିବା ଯୋଗୁଁ ସମସ୍ତଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି । ତେବେ ଏସବୁ ମଧ୍ୟରେ କୋଭିଡ ସଂକ୍ରମିତଙ୍କୁ ତୁରନ୍ତ ଡାକ୍ତରଖାନାରେ ପହଞ୍ଚାଇବା କ୍ଷେତ୍ରରେ ହେଉ ଅବା ମୃତକଙ୍କୁ ନେବା ପାଇଁ ଶବ ବୁହା ଗାଡିର ଅଭାବ ଯୋଗୁଁ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।

ଦୁଇଟି ଆମ୍ବୁଲାନ୍ସ ସମେତ ଶାନ୍ତି ରଥକୁ ଲୋକାର୍ପିତ କଲେ ସାଂସଦ ମହେଶ

ଫଳରେ ଏଭଳି ସମସ୍ୟାର ସମାଧାନ ପାଇଁ ଅଣ୍ଟା ଭିଡିଛନ୍ତି ଢେଙ୍କାନାଳ ସାଂସଦ ମହେଶ ସାହୁ । ତାଙ୍କ ସାଂସଦ ପାଣ୍ଠିରୁ ଉଭୟ ଢେଙ୍କାନାଳ ଓ ଅନୁଗୁଳ ଜିଲ୍ଲାର କୋଭିଡ ସଂକ୍ରମିତ ଓ ମୃତକଙ୍କ ପାଇଁ ୧୧ ଲକ୍ଷ ଟଙ୍କା ବିନିମୟରେ ଦୁଇଟି ଆମ୍ବୁଲାନ୍ସ ଓ ୪ଲକ୍ଷ ୪୦ ହଜାର ଟଙ୍କାର ଦୁଇଟି ଶବ ବୁହା ଗାଡି ଶାନ୍ତି ରଥ ପ୍ରଦାନ କରିଛନ୍ତି ।

ଏହି ଉପଲକ୍ଷେ ଆଜି ସ୍ଥାନୀୟ ବଳରାମ ମନ୍ଦିର ଠାରେ ଏହି ଆମ୍ବୁଲାନ୍ସ ଓ ଶାନ୍ତି ରଥର ଲୋକାର୍ପଣ କରିଛନ୍ତି ସାଂସଦ ମହେଶ ସାହୁ । ଜିଲ୍ଲା ପ୍ରକଳ୍ପ ନିର୍ଦେଶକ ନରୋତ୍ତମ ବେହେରା, ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡା. ସୁଜାତରାଣୀ ମିଶ୍ର ଓ ଅନ୍ୟାନ୍ୟ ସରକାରୀ ପଦାଧିକାରୀଙ୍କ ଉପସ୍ଥିତିରେ ଏହି ଅବସରରେ ଜିଲ୍ଲା ସାମ୍ବାଦିକ ସଂଘକୁ ଦୁଇଟି ସାନିଟାଇଜର ସ୍ପ୍ରେଅର ମଧ୍ୟ ପ୍ରଦାନ କରିଛନ୍ତି ।

ଅନ୍ୟପଟେ ସ୍ୱଳ୍ପ ମୂଲ୍ୟରେ ଏହି ଆମ୍ବୁଲାନ୍ସ ଓ ଶାନ୍ତି ରଥକୁ କୋଭିଡ ସଂକ୍ରମିତ ଓ ମୃତକ ପରିବାର ବ୍ୟବହାର କରିପାରିବେ ବୋଲି ସୂଚନା ଦେଇଛନ୍ତି ସାଂସଦ ମହେଶ ସାହୁ ।

ଢେଙ୍କାନାଳରୁ ଉର୍ମିଳା ପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.