ETV Bharat / state

Mother sells child: ମରିଗଲା ମମତା, ଖଣ୍ଡେ ଲୁଗା ଓ ୧୦୦ ଟଙ୍କାରେ ପୁଅକୁ ବିକି ଦେଲା ମା' !

କାମାକ୍ଷାନଗରରେ ଛୁଆବିକ୍ରିକୁ ନେଇ ଚାଞ୍ଚଲ୍ୟ । ମାତ୍ର ଖଣ୍ଡେ ଲୁଗା ଓ ୧୦୦ ଟଙ୍କା ବିନିମୟରେ ନବଜାତ ଶିଶୁ ପୁତ୍ରକୁ ଅନ୍ୟ ହାତକୁ ମା’ ଟେକି ଦେଇଥିବା ଅଭିଯୋଗ ହୋଇଛି । ଅଧିକ ପଢନ୍ତୁ

author img

By ETV Bharat Odisha Team

Published : Nov 1, 2023, 3:16 PM IST

Etv Bharat
Etv Bharat
କାମାକ୍ଷାନଗରରେ ଛୁଆବିକ୍ରି କୁ ନେଇ ଚାଞ୍ଚଲ୍ୟ

ଢେଙ୍କାନାଳ: ଦାରିଦ୍ର୍ୟତାର ବିକଳ ଚିତ୍ର । ମାତ୍ର ଖଣ୍ଡେ ଲୁଗା ଓ ୧୦୦ ଟଙ୍କା ପାଇଁ ନବଜାତ ପୁତ୍ରକୁ ଅନ୍ୟ ହାତକୁ ଟେକିଦେଲା ଜନ୍ମକଲା ମାଆ । ଏଭଳି ଏକ କୋହଭରା ଘଟଣା ଘଟିଛି ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଅଞ୍ଚଳରେ ।
ଜନ୍ମରୁ ମୃତ୍ୟୁ ପର୍ଯ୍ୟନ୍ତ ସରକାରଙ୍କ ଅନେକ ଯୋଜନା ରହିଥିବା ନେଇ ଡିଣ୍ଡିମ ପିଟୁଥିବା ବେଳେ କାମାକ୍ଷାନଗର ଅଞ୍ଚଳରୁ ଆସିଛି ଏକ ହୃଦୟ ବିଦାରକ ଘଟଣା । ଅଭାବ ଅନଟନରେ ସନ୍ତୁଳି ହୋଇ ଶେଷରେ ନିଜ ନବଜାତକ ପୁତ୍ରକୁ ବିକ୍ରି କରିଛି ଏକ ଅଭାବୀ ମାଆ । ମାତ୍ର ଖଣ୍ଡେ ଲୁଗା ଓ 100ଟଙ୍କା ଦରରେ ନିଜ ଜନ୍ମିତ ଶିଶୁକୁ ଅନ୍ୟହାତକୁ ଟେକି ଦେଇଥିବା ଅଭିଯୋଗ ହୋଇଛି ।

ଏହାମଧ୍ୟ ପଢନ୍ତୁ.. ଆର୍ଥିକ ଅନଟନରୁ ଶିଶୁ ବିକ୍ରି ! ଅଢେଇ ଲକ୍ଷରେ ନବଜାତକୁ ବିକିଲା ବାପା

ସୂଚନା ଅନୁଯାୟୀ କାମାକ୍ଷାନଗର ଥାନା ଅନ୍ତର୍ଗତ ଜିରିଡାମାଳିର କେନାଲ ନିକଟରେ ଥିବା ଆଦିବାସୀ ବସ୍ତିରେ ଏକ ଅର୍ଦ୍ଧନିର୍ମିତ ଘରେ ଜେମା ଚାମ୍ପିଆ ନାମକ ଜଣେ ମହିଳା ରୁହନ୍ତି । ଜେମା ଚାମ୍ପିଆଙ୍କ ସ୍ବାମୀ ବାପୁନ ଚାମ୍ପିଆ କିଛିଦିନ ତଳେ କୌଣସି ଏକ ମାମଲାରେ ଜେଲରେ ଅଛନ୍ତି। ସ୍ବାମୀ ଜେଲ ଯିବା ପରେ ଜେମା ନିଜର ଦୁଇ ଶିଶୁଙ୍କ ସହ ନେଇ ସମ୍ପୂର୍ଣ୍ଣ ଅସହାୟ ହୋଇ ପଡିଛନ୍ତି । ଗୋଟିଏ ପଟରେ ସ୍ୱାମୀକୁ ଜେଲରୁ ମୁକୁଳାଇବାର ଚିନ୍ତା ଆଉ ଗୋଟେ ପଟେ ଦୁଇ ଶିଶୁଙ୍କ ଲାଳନ ପାଳନ । ଏହାମଧ୍ୟରେ ନିଜର ତୃତୀୟ ଶିଶୁକୁ ଜନ୍ମ ଦେଇଥିଲେ ଚାମ୍ପିଆ ।

ଏହାମଧ୍ୟ ପଢନ୍ତୁ.. ଚାଞ୍ଚଲ୍ୟ ! 20 ହଜାର ଟଙ୍କାରେ ନବଜାତ ଶିଶୁ କନ୍ୟାକୁ ବିକିଦେଲେ ଦମ୍ପତି

ଗତ ୧୩ ତାରିଖ ଶୁକ୍ରବାର ରାତିରେ ଏକ ଶିଶୁପୁତ୍ର ଜନ୍ମ ଦେଇଥିଲେ ଚାମ୍ପିଆ । ନିଜ ଚଳିବା ତାଙ୍କ ପକ୍ଷରେ କଷ୍ଟକର ବ୍ୟାପାର ଥିବା ବେଳେ ଆଉ ଏକ ନବଜାତକକୁ ପାଳିବା ତାଙ୍କ ପକ୍ଷେ ଅସମ୍ଭବ ଥିଲା । ତେଣୁ ଶିଶୁଟିକୁ ସେ ଅନ୍ୟଜଣଙ୍କୁ ବିକ୍ରି କରିଥିଲେ । ଗୋଟିଏ ଲୁଙ୍ଗି, ଗୋଟିଏ ଲୁଗା ଓ ଶହେ ଟଙ୍କା ମୂଲ୍ୟରେ ଶିଶୁ ପୁତ୍ରଟିକୁ ବିକ୍ରି କରିଦେଇଥିବା କହିଛନ୍ତି ଚାମ୍ପିଆ ।

ତେବେ କାହାକୁ ଶିଶୁଟିକୁ ବିକ୍ରି କରାଯାଇଛି ସେନେଇ କୌଣସି ସୂଚନା ମିଳିପାରିନଥିବା ବେଳେ ଏଭଳି ଘଟଣା ସାଧାରଣରେ ସମସ୍ତଙ୍କୁ ଚକିତ କରିଛି । ଅନ୍ୟପଟେ ଘଟଣାର ତଦନ୍ତ କରିବା ସହ ଏଭଳି ଅସହାୟ ପରିବାରର ପ୍ରତିପୋଷଣ ନିମନ୍ତେ ପ୍ରଶାସନ ପଦକ୍ଷେପ ନେବା ଉଚିତ ବୋଲି ସ୍ଥାନୀୟ ବୁଦ୍ଧିଜୀବୀ ମହଲରେ ପ୍ରକାଶ ପାଇଛି ।

ଇଟିଭି ଭାରତ, ଢେଙ୍କାନାଳ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.