ETV Bharat / state

ରୋଗୀଙ୍କୁ ସୁଇପର ଇଞ୍ଜେକ୍ସନ ଦେବା ଘଟଣା, କାର୍ଯ୍ୟାନୁଷ୍ଠାନ ଦାବି

author img

By

Published : Dec 4, 2019, 10:29 AM IST

Updated : Dec 4, 2019, 8:06 PM IST

ଢେଙ୍କାନାଳ ମୁଖ୍ୟ ଡାକ୍ତରଖାନାରେ ରୋଗୀଙ୍କୁ ଓ୍ବାର୍ଡନ ଓ ସୁଇପର ଇଞ୍ଜେକସନ ଦେବା ଘଟଣା ପରେ ତେଜୁଛି ବିବାଦ । ଉକ୍ତ ୱାର୍ଡେନ ଓ ସୁଇପରଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ସାଧାରଣରେ ଦାବି ହୋଇଛି। ଅଧିକ ଖବର ପଢନ୍ତୁ...

ନର୍ସ ବଦଳରେ ରୋଗୀଙ୍କୁ ଇଞ୍ଜେକସନ ଦେଉଛନ୍ତି ସୁଇପର

ଢେଙ୍କାନାଳ: ଢେଙ୍କାନାଳ ମୁଖ୍ୟ ଡାକ୍ତରଖାନାରେ ରୋଗୀଙ୍କୁ ଓ୍ବାର୍ଡନ ଓ ସୁଇପର ଇଞ୍ଜେକସନ ଦେବା ଘଟଣାରେ ତେଜୁଛି ବିବାଦ। ଖବରଟି ବିଭିନ୍ନ ଗଣମାଧ୍ୟମରେ ପ୍ରସାରଣ ହେବା ପରେ ସାଧାରଣରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି । ଏହାସହ ଉକ୍ତ ୱାର୍ଡେନ ଓ ସୁଇପରଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ସାଧାରଣରେ ଦାବି ହୋଇଛି।

ନର୍ସ ବଦଳରେ ରୋଗୀଙ୍କୁ ଇଞ୍ଜେକ୍ସନ ଦେଉଛନ୍ତି ସୁଇପର

ସୂଚନା ଅନୁସାରେ,ଇଞ୍ଜେକସନ ଦେଉଥିବା ଓ୍ବାଡେନ ଜଣଙ୍କ ମନୋରମା ବେହେରା । ସେ ଜିଲ୍ଲା ରୋଗୀ କଲ୍ୟାଣ ସମିତି ମାଧ୍ୟମରେ ଅସ୍ଥାୟୀ ଭାବେ ଓ୍ବାଡେନ ତଥା ସୁଇପର ଭାବେ କାମ କରନ୍ତି। ମହିଳା ଭେଷଜ ଓ୍ବାର୍ଡରେ ୪୫ଟି ବେଡ ରହିଥିଲେ ମଧ୍ୟ ୬୦ଜଣରୁ ଉର୍ଦ୍ଧ୍ବ ରୋଗୀ ଚିକିତ୍ସିତ ହୋଇଥାନ୍ତି। ତେବେ ସେମାନଙ୍କ ପାଇଁ ତିନି ସିଫ୍ଟରେ ମାତ୍ର ୬ଜଣ ନର୍ସ ରହିଥିବା ବେଳେ ଏପରି ଅଭାବନୀୟ ଘଟଣା ସାମ୍ନାକୁ ଆସିଛି।

ଢେଙ୍କାନାଳରେ ସରକାରଙ୍କ ପକ୍ଷରୁ କୋଟି କୋଟି ଟଙ୍କା ଖର୍ଚ୍ଚ କରି ଏତେ ବଡ ଡାକ୍ତରଖାନା ପ୍ରତିଷ୍ଠା ହେଲା । ରୋଗୀମାନେ ରୋଗର ନିଦାନ ପାଇଁ ଡାକ୍ତରଖାନାକୁ ଯାଇଥାନ୍ତି । ମାତ୍ର ଦୁଃଖ ତଥା ପରିତାପର କଥା ଖୋଦ ଢେଙ୍କାନାଳ ସଦର ମହକୁମାର ମୁଖ୍ୟ ଡାକ୍ତରଖାନାରେ ଯଦି ଏପରି ଓ୍ବାର୍ଡେନ ଓ ସୁଇପର ମାନେ ରୋଗୀମାନଙ୍କୁ ଇଞ୍ଜେକସନ ଦେବେ ଡାକ୍ତରଖାନାରେ ରୋଗୀମାନେ ଆଦୌ ସୁରକ୍ଷିତ ନୁହଁନ୍ତି।

ସୁତରାଂ ଏଦିଗରେ ତଦନ୍ତ କରି ଦୃଢ କାର୍ଯ୍ୟାନୁଷ୍ଠାନ ଗହଣ କରିବାକୁ ଜନସାଧାରଣ ଦାବି କରିଛନ୍ତି। ସେପଟେ ଏହି ଘଟଣାକୁ ନେଇ ଜିଲ୍ଲା ମୁଖ୍ୟ ଡାକ୍ତରଖାନା ଦାୟିତ୍ବରେ ଥିବା ଅତିରିକ୍ତ ଜିଲ୍ଲା ଚିକିତ୍ସାଧିକାରୀ ସଫେଇ ଦେଇଛନ୍ତି। ରୋଗୀଙ୍କୁ ଜଣେ ଓ୍ବାଡେନ ଇଞ୍ଜେକସନ ଦେବା ଆଦୌ ଉଚିତ ନୁହେଁ। କିନ୍ତୁ ଢେଙ୍କାନାଳ ମୁଖ୍ୟ ଡାକ୍ତରଖାନାରେ ୧୩୫ଜଣ ନର୍ସ ରହିବା କଥା। ମାତ୍ର ୩୦ଜଣ ନର୍ସ ରହିଥିବାରୁ ସ୍ବାସ୍ଥ୍ୟ ସେବାରେ ଏପରି ଜଟିଳ ପରିସ୍ଥିତି ଉପୁଜିଛି। ଏହି ଘଟଣା ସଂପକରେ ସେ ଯାଞ୍ଚ କରିବା ପରେ ପଦକ୍ଷେପ ନେବେ ବୋଲି ପ୍ରକାଶ କରିଛନ୍ତି ଡାକ୍ତରଖାନା କର୍ତ୍ତୃପକ୍ଷ ।

ପୂର୍ବରୁ କେଉଁଠି ସାଇକେଲ ପମ୍ପରେ ଓ କେଉଁଠି ମହମବତୀରେ ଅପରେସନକୁ ନେଇ ତୁମ୍ବି ତୋଫାନ ପରେ ବି ଡାକ୍ତରଖାନାରେ କର୍ମଚାରୀ ବା ଅଧିକାରୀ ମାନଙ୍କର ମାନସିକତାରେ ସାମନ୍ୟ ବି ପରିବର୍ତ୍ତନ ଆସୁନି । ଆଉ ଏହି ଦୃଶ୍ୟ ପରେ ରୋଗୀ ମାନଙ୍କ ସୁରକ୍ଷିତ ଚିକିତ୍ସା ନେଇ ନିଶ୍ଚିତ ପ୍ରଶ୍ନ ଉଠୁଛି।

ଢେଙ୍କାନାଳରୁ ଉର୍ମିଳା ପାତ୍ରଙ୍କ ରିପୋର୍ଟ, ଇଟିଭି ଭାରତ

Intro:ମୋ ସରକାର/ ଢେଙ୍କାନାଳ ସ୍ବାସ୍ଥ୍ୟ ବିଭାଗରେ ଉପହାସ/ଢେଙ୍କାନାଳ ମୁଖ୍ୟ ଡାକ୍ତରଖାନାରେ ରୋଗୀ ମାନେ ଅସୁରକ୍ଷିତ/ ନର୍ସ ବଦଳରେ ଓ୍ବାର୍ଡନ ଓ ସୁଇପର ରୋଗୀମାନଙ୍କୁ ଦେଉଛନ୍ତି ଇଞ୍ଜେକସନ

ଆଙ୍କର-ରାଜ୍ୟରେ ବିପର୍ଯ୍ୟସ୍ତ ସ୍ବାସ୍ଥ୍ୟସେବାକୁ ସୁଧାରିବା ପାଇଁ ମୋ ସରକାର ର ଡିଣ୍ଡିମ ପିଟୁଛନ୍ତି ସରକାର।ମାତ୍ର ଏହି ମୋ ସରକାର କେବଳ ଲୋକ ଦେଖାଣିଆ । ବାସ୍ତବିକ କ୍ଷେତ୍ରରେ ଜିଲ୍ଲାସ୍ତରରେ ଡାକ୍ତରଖାନା ମାନଙ୍କରେ କର୍ତ୍ତୃପକ୍ଷ ମାନଙ୍କରେ ମନମାନୀ ରୋଗୀ ମାନଙ୍କୁ ଅତିଷ୍ଠ କରୁଛି। ଡାକ୍ତରଖାନା ମାନଙ୍କରେ କର୍ମଚାରୀ ଓ ଡାକ୍ତର ଅଭାବର ଦ୍ବାହି ଦେଇ ରୋଗୀ ମାନଙ୍କୁ ବେଶ ଅବହେଳା କରାଯାଉଛି। ଏପରିକି ଡାକ୍ତରଖାନା ମାନଙ୍କରେ ରୋଗୀ ସେବାରେ ବେଶ ଖାମଖିଆଲି କରାଯାଉଥିବାରୁ ରୋଗୀମାନେ ଡାକ୍ତରଖାନାରେ ଡାକ୍ତରୀସେବାକୁ ନେଇ ଅସୁରକ୍ଷିତ ହୋଇପଡିଛନ୍ତି। Body:କେଉଁଠି ସାଇକେଲ ପମ୍ପରେ ଓ କେଉଁଠି ମହମବତୀରେ ଅପରେସନକୁ ନେଇ ତୁମ୍ଭୀତୋଫାନ ପଳର ମଧ୍ୟ ଡାକ୍ତରଖାନାରେ କର୍ମଚାରୀ ବା ଅଧିକାରୀ ମାନଙ୍କର ମାନସିକତାର ସାମନ୍ୟ ବି ପରିବର୍ତନ ଆସୁନି।ଆଉ ଏହାର ଜ୍ବଳନ୍ତ ଉଦାହରଣ ଦେଖିବାକୁ ମିଳିଛି ଢେଙ୍କାନାଳ ସଦର ମହକୂମାରେ ଥିବା ଖୋଦ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ। ଏହି ଡାକ୍ତରଖାନାରେ ପ୍ରତିଦିନ ଅଭାବନୀୟ ଦୃର୍ଶ୍ୟ ଦେଖିବାକୁ ମିଳୁଛି। ଡାକ୍ତରଖାନାରେ ରୋଗୀମାନଙ୍କୁ ନର୍ସଙ୍କ ବଦଳରେ ଓ୍ବାଡେନ ଓ ସୁଇପର ମାନେ ଇଞ୍ଜେକସନ ମଧ୍ୟ ଦେଉଛନ୍ତି। ଆଉ ଏପରି ଦୃର୍ଶ୍ୟକୁ ଆମେ କ୍ୟାମେରାରେ କଏଦ କରିଛୁ । ଏହି ଦୃର୍ଶ୍ୟ ହେଉଛି ଢେଙ୍କାନାଳ ମୁଖ୍ୟ ଡାକ୍ତରଖାନାର ମହିଳା ଭେଷଜ ଓ୍ବାର୍ଡର।ରୋଗୀ ମାନଙ୍କୁ ଇଞ୍ଜେକସନ ଦେଉଥିବା ମହିଳା ହେଉଛନ୍ତି ଜଣେ ଅସ୍ଥାୟୀ କର୍ମଚାରୀ ।ସେ ଜଣେ ଓ୍ବାଡେନ ଓ ସୁଇପର । ରୋଗୀମାନଙ୍କ ବେଡସିଟ ବଦଳେଇବା,ସଫା ସୁତରା କରିବା ଆଦି କାମ।ମାତ୍ର ତାଙ୍କୁ ଡାକ୍ତରଖାନା କତ୍ତୃପକ୍ଷଙ୍କ କେଉଁକାମରେ ଲଗାଛନ୍ତି ଦେଖନ୍ତୁ ।Conclusion:ଯାହାକି ରୋଗୀ ମାନଙ୍କ ସୁରକ୍ଷିତ ଚିକିତ୍ସା ନେଇ ନିଶ୍ଚିତ ପ୍ରଶ୍ନ ଉଠୁଛି।
ଢେଙ୍କାନାଳରୁ ଉର୍ମିଳା ପାତ୍ରଙ୍କ ରିପୋର୍ଟ।ଇଟିଭି ଭାରତ।

Last Updated : Dec 4, 2019, 8:06 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.