ETV Bharat / state

ବାଲେଶ୍ୱରରୁ ନିଖୋଜ, 4 ଦିନ ପରେ ଢେଙ୍କାନାଳରୁ ମୃତଦେହ ଉଦ୍ଧାର - ଢେଙ୍କାନାଳରୁ ଉଦ୍ଧାର ଛାତ୍ରୀଙ୍କ ମୃତଦେହ

ବାଲେଶ୍ଵର ଖଇରା କଲେଜର ନାବାଳିକା ଛାତ୍ରୀର ସନ୍ଦେହଜନକ ମୃତ୍ୟୁକୁ ନେଇ ପରିବାର ଆଣିଲେ ହତ୍ୟା ଅଭିଯୋଗ । ଜଣେ ଯୁବକକୁ ଅଟକ ରଖି ଢେଙ୍କାନାଳ ସଦର ପୋଲିସର ଛାନଭିନ ଜାରି । ସେପଟେ ପୁଲିସର ଅବହେଳାକୁ ନେଇ ଖଇରା ଥାନା ଘେରିଲେ ନାବାଳିକାଙ୍କ ଗ୍ରାମବାସୀ । ଅଧିକ ପଢନ୍ତୁ...

ବାଲେଶ୍ୱରରୁ ନିଖୋଜ ଛାତ୍ରୀଙ୍କ ଢେଙ୍କାନାଳରୁ ଉଦ୍ଧାର ମୃତଦେହ

author img

By

Published : Apr 5, 2021, 7:46 PM IST

ଢେଙ୍କାନାଳ : ବାଲେଶ୍ଵର ଜିଲ୍ଲା ଖଇରା ଥାନା ଅଞ୍ଚଳରୁ ଚାରିଦିନ ହେଲା ନିଖୋଜ ନାବାଳିକା କଲେଜ ଛାତ୍ରୀର ମୃତଦେହ ଢେଙ୍କାନାଳରୁ ଉଦ୍ଧାର ହୋଇଛି । ଛାତ୍ରୀର ଏପରି ମୃତ୍ୟୁକୁ ନେଇ ହତ୍ୟା ସନ୍ଦେହ ଦୃଢ଼ୀଭୂତ ହେଉଥିବାବେଳେ ମୃତ ନାବାଳିକାର ପରିବାର ହତ୍ୟା ଅଭିଯୋଗ ଆଣିଛନ୍ତି । ଜଣେ ଯୁବକକୁ ଅଟକ ରଖି ଢେଙ୍କାନାଳ ସଦର ପୋଲିସ ତଦନ୍ତ କରୁଥିବାବେଳେ ସେପଟେ ଖଇରା ପୋଲିସର ଅବହେଳାକୁ ଦାୟୀ କରି ମୃତ ନାବାଳିକାଙ୍କ ଗ୍ରାମବାସୀ ଖଇରା ଥାନା ଘେରିବା ଘଟଣା ଉତ୍ତେଜନା ବଢ଼ାଇଛି ।

ବାଲେଶ୍ୱରରୁ ନିଖୋଜ ଛାତ୍ରୀଙ୍କ ଢେଙ୍କାନାଳରୁ ଉଦ୍ଧାର ମୃତଦେହ

ବାଲେଶ୍ୱରରୁ ନିଖୋଜ, ଆଉ ତିନିଦିନ ପରେ ଅଢେଇଶହ କିଲୋମିଟର ଦୂର ଢେଙ୍କାନାଳରୁ ମୃତଦେହ ଠାବ । ବାଲେଶ୍ଵର ଜିଲ୍ଲା ଖଇରା ଥାନା ଅଞ୍ଚଳରୁ ଗତ ୧ ତାରିଖରୁ ନିଖୋଜ ଥିବା ଜଣେ ନାବାଳିକା ଛାତ୍ରୀର ମୃତଦେହକୁ ରବିବାର ଢେଙ୍କାନାଳ ମୁଖ୍ୟ ଡାକ୍ତରଖାନାରୁ ଢେଙ୍କାନାଳ ସଦର ଥାନା ପୋଲିସ ଜବତ କରିଛି । ଏ ସମ୍ପର୍କରେ ସଦର ପୋଲିସ ବନ୍ଧନୂଆଗାଁ ଗ୍ରାମର ଜିତେନ୍ଦ୍ର ନାୟକ ନାମକ ଜଣେ ଯୁବକକୁ ଅଟକ ରଖି ଛାନଭିନ ଆରମ୍ଭ କରିଛି । ଖବର ପାଇ ମୃତ ନାବାଳିକାର ପରିବାର ଢେଙ୍କାନାଳରେ ପହଞ୍ଚିବା ପରେ ସ୍ୱତନ୍ତ୍ର ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ଆଜି ମୃତଦେହ ବ୍ୟବଚ୍ଛେଦ କରାଯାଇଛି ।

ତେବେ ମୃତ ନାବାଳିକାର ମୁଣ୍ଡ ଓ ବେକରେ ଗଭୀର ଆଘାତ ସାଙ୍ଗକୁ ନାକରୁ ପ୍ରବଳ ରକ୍ତସ୍ରାବ ହେଉଥିବାରୁ ଏହା ଏକ ହତ୍ୟାକାଣ୍ଡ ବୋଲି ସନ୍ଦେହ କରାଯାଇଛି । ମୃତ ଦେହ ବ୍ୟବଚ୍ଛେଦ ପରେ ସଠିକ କାରଣ ଜଣାପଡିବ ବୋଲି ଦାୟିତ୍ୱରେ ଥିବା ମହିଳା ମାଜିଷ୍ଟ୍ରେଟ ପ୍ରକାଶ କରିଛନ୍ତି । ତେବେ ଖଇରା ପୋଲିସର ଅବହେଳାରୁ ତାଙ୍କ ଝିଅକୁ ହତ୍ୟା କରାଯାଇଥିବା ଓ ନ୍ୟାୟ ଦାବି କରିଛନ୍ତି ନାବଳିକାର ବାପା ।

ମୃତ ନାବଳିକା ଖଇରା କଲେଜରେ ଯୁକ୍ତ ଦୁଇ ବିଜ୍ଞାନ ଛାତ୍ରୀ ବୋଲି ଜଣାପଡିଛି । ପୂର୍ବରୁ ତାଙ୍କ ଅଶ୍ଳୀଳ ଭିଡିଓ କ୍ଲିପ ଭାଇରାଲ କରିବା ଓ ବ୍ଲାକମେଲ କରିବା ସମ୍ପର୍କରେ ଗତ ମାସ ମାର୍ଚ୍ଚ ୪ତାରିଖରେ ଖଇରା ଥାନାରେ ଅଭିଯୋଗ ହୋଇଥିଲା । ଫଳରେ ପୋଲିସ ଉଦଳା ଗ୍ରାମର ସୁବାସ ଦାସ ନାମକ ଜଣେ ଯୁବକକୁ ଗତ ମାର୍ଚ୍ଚ ୮ତାରିଖରୁ ଗିରଫ କରିଥିବା ଜଣାପଡିଛି । ଏପରିକି ଉକ୍ତ ଯୁବକର ପରିବାର ପକ୍ଷରୁ ଧମକ ଚମକ ଦିଆଯାଇଥିବାବେଳେ ଅଚାନକ ଗତ ୧ ତାରିଖ ଗୁରୁବାର ଝିଅ ଗାଏବ ହୋଇଯାଇଥିଲା ।

ଏନେଇ ନାବାଳିକାର ପରିବାର ପକ୍ଷରୁ ଖଇରା ଥାନାରେ ଗତ ୧ ତାରିଖରୁ ଲିଖିତ ଅଭିଯୋଗ କରିଥିଲେ । ମାତ୍ର କାର୍ଯ୍ୟାନୁଷ୍ଠାନ ବଦଳରେ ଖଇରା ପୋଲିସ ଅଭିଯୋଗ ପାଇ ମଧ୍ୟ ହାତ ବାନ୍ଧି ବସି ପଡିଥିଲା । ଆଉ ନିଖୋଜର ୪ ଦିନ ପରେ ଢେଙ୍କାନାଳ ପୋଲିସ ଠାରୁ ଖବର ପାଇ ଖଇରା ପୋଲିସ ଗତକାଲି ଏକ ହତ୍ୟା ମାମଲା ରୁଜୁ କରିଥିବା ଜଣାପଡ଼ିଛି । ସେପଟେ ଖଇରା ପୋଲିସର ଏପରି ଖାମଖିଆଲି ମନୋଭାବ ନେଇ ଜଣେ ନାବାଳିକାର ପ୍ରାଣ ହାନି ଘଟିଥିବା ଅଭିଯୋଗ ଉଠାଇଛନ୍ତି ମୃତ ନାବାଳିକାଙ୍କ ଗ୍ରାମବାସୀ । ତେଣୁ ଗ୍ରାମବାସୀ ଖଇରା ଥାନା ଘେରାଉ କରିଛନ୍ତି । ମାତ୍ର ଏ ସମ୍ପର୍କରେ ଖଇରା ପୋଲିସ ଗଣମାଧ୍ୟମରେ ସଠିକ ଭାବେ ପାଟି ଖୋଲୁନାହିଁ । ପୋଲିସର ନିରପେକ୍ଷ ତଦନ୍ତ ସାଙ୍ଗକୁ ସଠିକ ନ୍ୟାୟ ପାଇଁ ଦାବି କରିଛନ୍ତି ମୃତ ନାବାଳିକାର ପରିବାର ।

ଢେଙ୍କାନାଳରୁ ଉର୍ମିଳା ପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.