ETV Bharat / state

କାମାକ୍ଷାନଗରରେ ଫୁଟିଲା ଗୁଳି, ଠିକାଦାରଙ୍କୁ ଗୁଳିମାଡ

ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗରରେ ବିଜେଡି ନେତା ତଥା ଜଣେ ଠିକାଦାର କାହ୍ନୁଚରଣ ସାହୁଙ୍କୁ ଗୁଳିମାଡ ହୋଇଛି । ଅଧିକ ପଢନ୍ତୁ

author img

By

Published : Jun 15, 2023, 9:52 AM IST

miscreants open fire at bjd leader
କମାକ୍ଷାନଗରରେ ଫୁଟିଲା ଗୁଳି
କମାକ୍ଷାନଗରରେ ଫୁଟିଲା ଗୁଳି

ଢେଙ୍କାନାଳ: ଅଶାନ୍ତ କାମାକ୍ଷାନଗର । ଯୁବ ବିଜେଡି ନେତା ତଥା ଠିକାଦାର କାହ୍ନୁଚରଣ ସାହୁଙ୍କୁ ଗୁଳିମାଡ଼ ହୋଇଛି । ଗୁରୁତର ଅବସ୍ଥାରେ କଟକର ଏକ ଘରୋଇ ଡାକ୍ତରଖାନାକୁ ତାଙ୍କୁ ସ୍ଥାନାନ୍ତରଣ କରାଯାଇଛି । ଦୁଇ ରାଉଣ୍ଡ ଗୁଳି ମାଡ଼ କରି ଦୁର୍ବୃତ୍ତ ଫେରାର ହୋଇଛନ୍ତି । କାହ୍ନୁଙ୍କ ହାତ ଓ ଜଙ୍ଘରେ ଗଳି ବାଜିଛି । ସିସିଟିଭି ଫୁଟେଜ ମାଧ୍ୟମରେ କାମାକ୍ଷାନଗର ପୋଲିସ ଛାନଭିନ ଆରମ୍ଭ କରିଛି ।

କାମାକ୍ଷାନଗର ମଢ଼ି ସାହିର ବିଜେଡି ନେତା ତଥା ଜଣେ ଯୁବ ଠିକାଦାର କାହ୍ନୁଚରଣ ସାହୁଙ୍କୁ ଗୁଳିମାଡ଼ ହୋଇଛି । କାରରେ ଘର ଆଗରେ ବସିଥିବାବେଳେ ତାଙ୍କୁ କିଛି ଦୁର୍ବୃତ୍ତ ଗୁଳିମାଡ କରି ଫେରାର ହୋଇଛନ୍ତି । କାହ୍ନୁଙ୍କ ହାତ ଓ ଜଙ୍ଘରେ ଗୁଳି ବାଜିଛି । ତାଙ୍କ ଅବସ୍ଥା ଗୁରୁତର ରହିଛି । ତାଙ୍କୁ ଗୁରୁତର ଅବସ୍ଥାରେ କଟକର ଏକ ଘରୋଇ ଡାକ୍ତରଖାନାକୁ ସ୍ଥାନାନ୍ତରଣ କରାଯାଇଛି । ଗୁଳିକାଣ୍ଡର କାରଣ ଜଣାପଡୁନଥିଲେ ସୁଦ୍ଧା ପୂର୍ବ ଶତ୍ରୁତାରୁ କାହ୍ନୁ ସାହୁ ଗୁଳିକାଣ୍ଡର ଶିକାର ହୋଇଥିବା ଅନୁମାନ କରାଯାଉଛି । ପୂର୍ବରୁ ତାଙ୍କୁ ଥରେ ଅପହରଣ କରିବାକୁ ଚେଷ୍ଟା କରାଯାଇଥିଲା । ତାଙ୍କ ଉପରକୁ ଦୁଇ ରାଉଣ୍ଡ ଗୁଳି ଚଳାଇଛନ୍ତି ଦୁର୍ବୃତ୍ତ । ତାଙ୍କ ବାମ କାନ୍ଧ ଓ ଜଙ୍ଘରେ ଦୁଇଟି ଗୁଳି ବାଜିଛି । ଗତକାଲି (ବୁଧବାର) ରାତି ପ୍ରାୟ ୧୧ଟା ସମୟରେ କାହ୍ନୁ ତାଙ୍କ ଘର ସମ୍ମୁଖରେ କାରରେ ବସି ଫୋନରେ କଥା ହେଉଥିବା ବେଳେ ଦୁର୍ବୃତ୍ତମାନେ ତାଙ୍କୁ ଗୁଳିମାଡ଼ କରିଛନ୍ତି । କାହ୍ନୁଚରଣ କମାକ୍ଷାନଗର ବିଜେଡି ଯୁବ ସଭାପତି ଥିଲେ ।

ଖବର ପାଇ କାମାକ୍ଷାନଗର ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଗୁଳିକାଣ୍ଡ ସ୍ଥଳରୁ ଏକ ଖୋକା ଉଦ୍ଧାର କରିଥିବା ବେଳେ କାହ୍ନୁ ସାହୁଙ୍କ ଘର ସିସିଟିଭି ଯାଞ୍ଚ କରି ଛାନଭିନ ଆରମ୍ଭ କରିଛି ପୋଲିସ । ତେବେ ପୂର୍ବରୁ ମଧ୍ୟ ଦୁଇ ଥର କାହ୍ନୁଙ୍କ ଉପରକୁ ଗୁଳିମାଡ଼ କରାଯାଇଥିବା ବେଳେ ସେ ଅଳ୍ପକେ ବର୍ତ୍ତି ଯାଇଥିଲେ । ଠିକାକାମ ନେଇ ବିବାଦରୁ ଏହି ଗୁଳିମାଡ଼ କରାଯାଇଥିବା ସନ୍ଦେହ କରାଯାଇଛି । ତେବେ କାହିଁକି ଏହି ଗୁଳିମାଡ଼ କରାଯାଇଛି ସେ ସମ୍ପର୍କରେ ଗୁରୁତର ଠିକାଦାରଙ୍କ ପରିବାର ଜାଣିନଥିବା କହିଛନ୍ତି । ତେବେ ପ୍ରାଥମିକ ସୂଚନା ମୁତାବକ ଏକ ବାଇକରେ ୩ ଜଣ ଦୁର୍ବୃତ୍ତ ଆସି ଏହି ଗୁଳିମାଡ଼ କରିଛନ୍ତି । ସେମାନଙ୍କ ମଧ୍ୟରୁ ଜଣେ ହେଲମେଣ୍ଟ ଓ ଆଉ ଦୁଇଜଣ ମୁହଁରେ ଗାମୁଛା ବାନ୍ଧି ଥିବା ଜଣାପଡିଛି ।

ଇଟିଭି ଭାରତ, ଢେଙ୍କାନାଳ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.