ETV Bharat / state

ଭଡାରେ ଲାଗିଛି ଯୋଗକେନ୍ଦ୍ର, ଦୃଢ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି

author img

By

Published : Aug 16, 2022, 9:18 PM IST

ଢେଙ୍କାନାଳର ଭୁବନ ବିଜ୍ଞାପିତ ଅଞ୍ଚଳ ପରିଷଦରେ ଭଡ଼ାରେ ଲାଗିଛି ଯୋଗ କେନ୍ଦ୍ର । ଭଡ଼ାରେ ଲଗାଇ ଅର୍ଥ ଆତ୍ମସାତ କରୁଥିବା ବ୍ୟକ୍ତିଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି ହୋଇଛି । ଅଧିକ ପଢନ୍ତୁ

ଭଡାରେ ଲାଗିଛି ଯୋଗକେନ୍ଦ୍ର, ଦୃଢ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି
ଭଡାରେ ଲାଗିଛି ଯୋଗକେନ୍ଦ୍ର, ଦୃଢ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି

ଢେଙ୍କାନାଳ: ଯୋଗ ମନକୁ ଶାନ୍ତି ଦେଇଥାଏ । ଯୋଗ ମଣିଷକୁ ନିରୋଗ ରଖିଥାଏ । ସରକାର ଲକ୍ଷାଧିକ ଟଙ୍କା ଖର୍ଚ୍ଚ କରି ଜନସାଧାରଣଙ୍କ ପାଇଁ ଖୋଲିଛନ୍ତି ଯୋଗକେନ୍ଦ୍ର । କିନ୍ତୁ କିଛି ମୁଷ୍ଠିମେୟ ଲୋକ ଯୋଗକେନ୍ଦ୍ରକୁ ଭଡାରେ ଲଗାଇ ଟଙ୍କା ଆତ୍ମସାତ କରୁଥିବା ଅଭିଯୋଗ ହୋଇଛି । ଏପରି ଘଟଣା ଢେଙ୍କାନାଳ ଜିଲ୍ଲା ଭୁବନ ବିଜ୍ଞାପିତ ଅଞ୍ଚଳ ପରିଷଦର ଦୁଇ ନମ୍ବର ଓ୍ବାର୍ଡରେ ଦେଖିବାକୁ ମିଳିଛି ।

ଏହି ଓ୍ବାର୍ଡର କଲେଜ ରୋଡ ନୀଳମାଧବ ପେଟ୍ରୋଲ ପମ୍ପ ନିକଟରେ ୭ ଲକ୍ଷ ୯୩ ହଜାର ଟଙ୍କାରେ ୯୯୭ ଟଙ୍କାରେ ନିର୍ମିତ ହୋଇଛି ଯୋଗକେନ୍ଦ୍ର । କିନ୍ତୁ ଯୋଗକେନ୍ଦ୍ରରେ ଲୋକେ ଯୋଗ କରିବା ବଦଳରେ ଚାଲିଛି କୋରିଅର କମ୍ପାନୀ । ଆଜକୁ ୨-୩ ମାସ ହେବ ଏକ ଘରୋଇ କୋରିଅର କମ୍ପାନୀ ତା'ର କାର୍ଯ୍ୟାଳୟ ଖୋଲିଛି । ଯୋଗକେନ୍ଦ୍ରକୁ ଯିଏ ଭଡାରେ ଲଗାଇ ଅର୍ଥ ଆତ୍ମସାତ କରିଛନ୍ତି ତାଙ୍କ ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ସାଧାରଣରେ ଦାବି ହେଉଛି ।

ଏ ସଂକ୍ରାନ୍ତରେ ଖୁବଶୀଘ୍ର ପଦକ୍ଷେପ ନେବେ ବୋଲି କହିଛନ୍ତି ନଗରପାଳ ଶୁଭେନ୍ଦୁ ସାହୁ ।

ଇଟିଭି ଭାରତ, ଢେଙ୍କାନାଳ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.