ଢେଙ୍କାନାଳ: ପୋଲିସ ଠାରୁ ନ୍ୟାୟ ନପାଇ ଜଣେ ନାବାଳିକା ଆତ୍ମହତ୍ୟା କରିଥିବା ଘଟଣାର ୨୪ ଘଣ୍ଟା ନପୁରୁଣୁ ପୁଣି ଜଣେ ନାବାଳିକାକୁ ଅପହରଣ । ଏପରି ସଙ୍ଗୀନ ଅଭିଯୋଗ କରିଛନ୍ତି ଅପହୃତାଙ୍କ ପରିବାର । ଢେଙ୍କାନାଳ ଜିଲ୍ଲା ସଦର ଥାନା ଅନ୍ତର୍ଗତ ଭାପୁର ଫାଣ୍ଡିର କଳାଙ୍ଗ ଗ୍ରାମର ଜଣେ ନାବାଳିକା କଲେଜ ଛାତ୍ରୀକୁ ଗୁରୁବାର ରାତ୍ରିରେ ଅପହରଣ ହୋଇଥିବା ଅଭିଯୋଗ ହୋଇଛି । ୭ରୁ୮ ଜଣ ଯୁବକ ଘରେ ପଶି ଏହି ନାବାଳିକା ଛାତ୍ରୀକୁ ଜବରଦସ୍ତ ଅପହରଣ କରିନେଇଥିବା ଭାପୁର ଫାଣ୍ଡିରେ ଅଭିଯୋଗ ହୋଇଛି ।

ଏପଟେ ପୁଲିସ ଅବହେଳାରୁ ନିର୍ଯାତିତା ନାବାଳିକାଙ୍କ ଆତ୍ମହତ୍ୟା ଘଟଣା । ଘଟଣାର ଅଭିଯୁକ୍ତ ସୁବାଷ ମୁଦୁଲି ଗିରଫ। ଗିରଫ ସୁବାଷର ଘର ଭାପୁର ଫାଣ୍ଡିର ଦିନବନ୍ଧୁପୁର ଗ୍ରାମରେ । ଦିନବନ୍ଧୁପୁର ଗ୍ରାମ ବିଲମାଳ ରୁ ଗିରଫ କଲା ପୁଲିସର ସ୍ୱତନ୍ତ୍ର ଟିମ। ଅଭିଯୁକ୍ତ ସୁବାଷ ପୁଲିସ ନିଷ୍କ୍ରିୟତାରୁ ନାବାଳିକା ଘରେ ପଶି ବାରମ୍ବାର କରୁଥିଲା ଅସଦାଚରଣ ।
ସେପଟେ ଅପହରଣ ହୋଇଥିବା ନାବାଳିକା ଜଣଙ୍କ ରସୋଳ ମହିଳା ମହାବିଦ୍ୟାଳୟର ଯୁକ୍ତ ୩ର ଛାତ୍ରୀ ବୋଲି ଜଣାପଡିଛି । ତେବେ ଏ ସମ୍ପର୍କରେ ସଦର ଥାନାରେ ଏକ ମାମଲା ରୁଜୁ ହୋଇଥିବା ସହ ନାବାଳିକାଙ୍କୁ ଉଦ୍ଧାର ପାଇଁ ପୁଲିସ ଉଦ୍ୟମ କରୁଥିବା ପ୍ରକାଶ କରିଛନ୍ତି ଢେଙ୍କାନାଲ ଏସପି ।
ଢେଙ୍କାନାଳରୁ ଉର୍ମିଳା ପାତ୍ର, ଇଟିଭି ଭାରତ