ETV Bharat / state

ପୋଖରୀରେ ବୁଡି ଛାତ୍ରଙ୍କ ମୃତ୍ୟୁ

ଗାଁ ପୋଖରୀକୁ ଗାଧୋଇବାକୁ ଯାଇ ଆଉ ଫେରିଲାନି 12 ବର୍ଷର ପୁଅ । ପୋଖରୀରେ ଗାଧୋଉଥିବା ବେଳେ ବୁଡ଼ିଗଲେ ଛାତ୍ର। ଅଧିକ ପଢ଼ନ୍ତୁ

ପୋଖରୀରେ ବୁଡ଼ି ଛାତ୍ରଙ୍କ ମୃତ୍ୟୁ
ପୋଖରୀରେ ବୁଡ଼ି ଛାତ୍ରଙ୍କ ମୃତ୍ୟୁ
author img

By

Published : Dec 17, 2022, 10:36 PM IST

ପୋଖରୀରେ ବୁଡ଼ି ଛାତ୍ରଙ୍କ ମୃତ୍ୟୁ

ଢେଙ୍କାନାଳ : ଗାଁ ପୋଖରୀକୁ ଗାଧୋଇବାକୁ ଯାଇ ଆଉ ଫେରିଲାନି 12 ବର୍ଷର ପୁଅ । ପୋଖରୀରେ ଗାଧୋଉଥିବା ବେଳେ ବୁଡ଼ିଗଲେ ଛାତ୍ର। ଏଭଳି ଅଭାବନୀୟ ଘଟଣା ଘଟିଛି ଢେଙ୍କାନାଳ ଜିଲ୍ଲା କୁଟୁଣିଆ ଗ୍ରାମରେ। ସେପଟେ ପୁଅର ମୃତ୍ୟ ଖବର ପାଇ ମୁଣ୍ଡ ପିଟି କାନ୍ଦୁଛି ମାଆ।

ସୂଚନାନୁସାରେ ଢେଙ୍କାନାଳ ଜିଲ୍ଲା ରାସୋଳ ଥାନା ଅନ୍ତର୍ଗତ କୁଟୁଣିଆ ଗ୍ରାମର ହୃଦାନନ୍ଦ ସାହୁଙ୍କ ୧୨ବର୍ଷର ପୁଅ ତୁଷାରକାନ୍ତ କୁଟୁଣିଆ ଉଚ୍ଚପ୍ରାଥମିକ ବିଦ୍ୟାଳୟର ସପ୍ତମ ଶ୍ରେଣୀ ଥିଲେ। ସବୁଦିନ ପରି ଆଜି ମଧ୍ୟ ସ୍କୁଲ ଛୁଟି ପରେ ତୁଷାର ଘରକୁ ଫେରି ଗାଁ ପୋଖରୀକୁ ଗାଧୋଇବାକୁ ଯାଇଥିଲେ ।

ତେବେ ସାଙ୍ଗମାନଙ୍କ ସହ ପୋଖରୀରେ ପହଁରିବା ବେଳେ ଆଉ କୂଳକୁ ଫେରି ନପାରି ବୁଡି ଯାଇଥିଲେ । ଖବରପାଇ ଗ୍ରାମବାସୀ ପୋଖରୀରେ ଦୀର୍ଘ ସମୟ ଖୋଜିବା ପରେ ତୁଷାରଙ୍କୁ ଉଦ୍ଧାର କରିଥିଲେ। ଏହାପରେ ତୁରନ୍ତ ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ହେଲେ ସେଠାରେ ଡାକ୍ତର ତୁଷାରଙ୍କୁ ମୃତ ଘୋଷଣା କରିଥିଲେ।

ମାତ୍ର 12 ବର୍ଷର ପିଲା । ସାଙ୍ଗମାନଙ୍କ ସହ ସବୁ ଦିନ ପରି ଆଜି ବି ସ୍କୁଲରୁ ଆସି ପୋଖରୀକୁ ଗାଧୋଇବାକୁ ଯାଇଥିଲେ। ହେଲେ ସେ କଣ ବା ଜାଣିଥିଲା ଯେ ସେଠୁ ଆଉ ସେ ଘରକୁ ଫେରିବନି। ଏମିତି କିପରି ହେଲା ଯେ ପହଁରିକି ଆସିପାରିଲାନି ତୁଷାର ବୋଲି ପରିବାର ଲୋକେ ମନେ ମନେ ଭାବୁଛନ୍ତି।

ଗାଧୋଇକି ଆସିଲେ ଘରେ ପରିବାରଙ୍କ ସହ ବସି ଭୋଜନ କରିଥାନ୍ତେ ତୁଷାର। ମାଆ ମଧ୍ୟ ପୁଅର ଫେରିବା ବାଟକୁ ଅପେକ୍ଷା କରି ରହିଥିଲେ। ହେଲେ ଦୀର୍ଘ ସମୟ ଯାଏଁ ପୁଅ ଘରକୁ ଫେରିନଥିଲା। ଏହାପରେ ପୁଅର ସାଙ୍ଗମାନେ ଆସି ତୁଷାର ପୋଖରୀରେ ବୁଡ଼ି ଯାଇଛି ବୋଲି ଗାଁ ଲୋକଙ୍କୁ କହିବାସହ ପରିବାର ଲୋକଙ୍କୁ ମଧ୍ୟ ଜଣାଇଥିଲେ। ଏହାପରେ ତୁଷାରଙ୍କ ପରିବାର ଲୋକେ ଓ ଗ୍ରାମବାସୀ ଘଟଣାସ୍ଥଳରେ ପହଞ୍ଚିଥିଲେ।

ସେଠାରେ କିଛି ଗ୍ରାମବାସୀ ପୋଖରୀ ଭିତରକୁ ପଶି ତୁଷାରଙ୍କୁ ଖୋଜିଥିଲେ। ଦୀର୍ଘ ସମୟ ଧରି ଖୋଜା ଖୋଜି କରିବାପରେ ତୁଷାରଙ୍କୁ ପାଇଥିଲେ। ଏହାପରେ ତୁଷାରଙ୍କୁ ତୁରନ୍ତ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରିଥିଲେ। ହେଲେ ସେଠାରେ ଡାକ୍ତର ତୁଷାରଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରି ମୃତ ବୋଲି ଘୋଷଣା କରିଥିଲେ।

ଇଟିଭି ଭାରତ, ଢେଙ୍କାନାଳ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.