ETV Bharat / state

କୂଅରେ ପଡ଼ି ୧୨ ବର୍ଷୀୟ ନାବାଳକର ମୃତ୍ୟୁ

author img

By

Published : Apr 24, 2023, 5:35 PM IST

ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଥାନା ସରଦେଇପୁର ଗ୍ରାମରେ ଦୁଃଖଦ ଘଟଣା । ମୁକୁଳା କୂଅରେ ପଡ଼ି ୧୨ ବର୍ଷୀୟ ନାବାଳକର ମୃତ୍ୟୁ । ଅଧିକ ପଢ଼ନ୍ତୁ

minor boy dies in dhenkanal
କୂଅରେ ପଡ଼ି ନାବାଳକର ମୃତ୍ୟୁ

ଢେଙ୍କାନାଳ: ଯାତ୍ରା ଦେଖିବା ହେଲା ଶେଷ ଯାତ୍ରା l ମୁକୁଳା କୂଅରେ ପଡ଼ି ନାବାଳକଙ୍କ ମୃତ୍ୟୁ । ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଥାନା ସରଦେଇପୁର ଗ୍ରାମରେ ଏଭଳି ଦୁଃଖଦ ଘଟଣା ଦେଖିବାକୁ ମିଳିଛି । ମୃତ ନାବାଳକ ଜଣକ ହେଲେ ତୁମୁସିଙ୍ଗା ଥାନା ବୋଲୁଅ ଗ୍ରାମର ବିରଞ୍ଚି ନାୟକଙ୍କ ୧୨ ବର୍ଷୀୟ ପୁଅ ଶୁଭମ ନାୟକ । ଖବର ପାଇ ଘଟଣାସ୍ଥଳରେ କାମାକ୍ଷାନଗର ପୋଲିସ ପହଞ୍ଚି ତଦନ୍ତ ଜାରି ରଖିଛି ।

ଏହା ମଧ୍ୟ ପଢ଼ନ୍ତୁ: ୭ବର୍ଷ ପରେ ଗିରଫ ହେଲା ହତ୍ୟାକାରୀ ସ୍ବାମୀ, ଭୁବନେଶ୍ବରରୁ ଧରିଲା ପୋଲିସ

ସୂଚନା ଅନୁଯାୟୀ, ଶୁଭମ ଗ୍ରୀଷ୍ମ ଛୁଟିରେ ସରଦେଇପୁର ଗ୍ରାମ ସ୍ଥିତ ନିଜ ମାମୁଁ ଘରକୁ ଆସିଥିଲେ । ମାମୁଁ ଘର ଗ୍ରାମରେ ଯାତ୍ରାପାର୍ଟିର ଆୟୋଜନ ହୋଇଥିଲା । ପରିବାର ସହ ମିଶି ଶୁଭମ ଯାତ୍ରା ଦେଖିବାକୁ ଯାଇଥିଲେ । ବିଳମ୍ବିତ ରାତିରେ ପରିଶ୍ରା ପାଇଁ ଯିବା ସମୟରେ ଅନ୍ଧାରରେ ଦେଖାନଯିବାରୁ ଏକ ମୁକୁଳା କୂଅରେ ପଡ଼ିଯାଇଥିଲେ । ସେ ନଫେରିବାରୁ ପରିବାର ଲୋକେ ବହୁ ଖୋଜାଖୋଜି କରିଥିଲେ । ମାତ୍ର ଶୁଭମଙ୍କ କୌଣସି ପତ୍ତା ମିଳିନଥିଲା ।

ଏହା ମଧ୍ୟ ପଢ଼ନ୍ତୁ: ବ୍ଲାଉଜ ସିଲେଇକୁ କେନ୍ଦ୍ରକରି ତୁମୁଳକାଣ୍ଡ, ଯୁବକଙ୍କୁ ଗୋଡ଼ାଇ ଗୋଡ଼ାଇ ହାଣିଲେ ଦୁର୍ବୃତ୍ତ

ସୋମବାର ସକାଳେ ଗ୍ରାମବାସୀ ଶୁଭମଙ୍କ ମୃତଦେହ କୂଅରେ ଭାସୁଥିବାର ଦେଖି ପରିବାର ଲୋକଙ୍କୁ ଖବର ଦେଇଥିଲେ । ସ୍ଥାନୀୟ ଲୋକଙ୍କ ସହାୟତାରେ ତାଙ୍କ ମୃତଦେହ କୂଅରୁ ଉଦ୍ଧାର କରାଯାଇଥିଲା । ଏନେଇ ନାବାଳକ ଶୁଭମଙ୍କ ବାପା କହିଛନ୍ତି, "ବିଳମ୍ବିତ ରାତିରେ ସ୍କୁଲର ପଡ଼ିଆ ନିକଟକୁ ପୁଅ ପରିଶ୍ରା ପାଇଁ ଯାଇଥିଲା । ସେଠାରେ ଅନ୍ଧାର ଥିବାରୁ ନିକଟରେ ଥିବା ମୁକୁଳା କୂଅକୁ ଦେଖିପାରିନଥିଲା ପୁଅ । ରାତିରେ ତାକୁ ନପାଇବାରୁ ଅନେକ ଖୋଜାଖୋଜି କଲୁ । ହେଲେ କୌଣସି ପତ୍ତା ମିଳିନଥିଲା । ତେଣୁ ବାଧ୍ୟ ହୋଇ ସକାଳ ପର୍ଯ୍ୟନ୍ତ ଅପେକ୍ଷା କରିଥିଲୁ । ପରିଶେଷରେ ଭୋରରୁ ଉକ୍ତ କୂଅରେ ଏକ ନାବାଳକର ମୃତଦେହ ପଡ଼ିଥିବା ଖବର ପାଇଥିଲୁ । ଯାଇ ଦେଖିଲା ବେଳକୁ ଶୁଭର ମୃତଦେହ ପଡ଼ିଥିଲା ।"

ଏହା ମଧ୍ୟ ପଢ଼ନ୍ତୁ: Dhenkanal Accident: ଦୁଇ ବାଇକ ମୁହାଁମୁହିଁ ଧକ୍କା, ହାବିଲଦାର ମୃତ

ଖବର ପାଇ କାମାକ୍ଷାନଗର ପୋଲିସ ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ କାମାକ୍ଷାନଗର ମେଡିକାଲକୁ ପଠାଇବା ସହ ତଦନ୍ତ ଜାରି ରଖିଛି । ଶୁଭମଙ୍କ ମୃତ୍ୟୁ ଖବର ନେଇ ମାମୁଁ ଘର ସରଦେଇପୁର ଓ ନିଜ ଗାଁ ବୋଲୁଅରେ ଶୋକାକୁଳ ପରିସ୍ଥିତି ସୃଷ୍ଟି ହୋଇଛି ।

ଇଟିଭି ଭାରତ, ଢେଙ୍କାନାଳ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.