ଢେଙ୍କାନାଳ: ଝୁଲନ୍ତା ଅବସ୍ଥାରେ ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର । ଜିଲ୍ଲାର ବାଲିମି ଥାନା ଅନ୍ତର୍ଗତ ପଟଲା ଗାଁର ଗୁରୁଡି ସାହି ମୁଣ୍ଡରେ ଥିବା ଏକ ଆମ୍ବ ଗଛରୁ ଜଣେ ବ୍ୟକ୍ତିଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି । ମୃତବ୍ୟକ୍ତି ଜଣଙ୍କ କଟକ ବଡମ୍ବା ଥାନା ଅନ୍ତର୍ଗତ ଇଚ୍ଛାପୁର ଦେହୁରୀ ସାହିର ବିଜୟ ମହନ୍ତ ବୋଲି ଜଣାପଡିଛି । ତେବେ ସେ ଦେବୀ ମଙ୍ଗଳାଙ୍କୁ ଧରି ଗାଁ ଗାଁ ବୁଲି ଭିକ୍ଷା କରନ୍ତି ବୋଲି ଜଣIପଡ଼ିଛି ।
ତେବେ ସେ କାହିଁକି ଆତ୍ମହତ୍ୟା କରିଛନ୍ତି ତାର ସଠିକ କାରଣ ଏପର୍ଯ୍ୟନ୍ତ ଜଣାପଡ଼ିନାହିଁ। ଖବର ପାଇ ବାଲିମି ପୋଲିସ ପହଞ୍ଚି ମୃତଦେହ ଉଦ୍ଧାର କରିବା ସହ ବ୍ୟବଚ୍ଛେଦ ପାଇଁ ପଠାଇଛି।
ଢେଙ୍କାନାଳରୁ ଉର୍ମିଳା ପାତ୍ର, ଇଟିଭି ଭାରତ