ETV Bharat / state

ଦମ୍ପତିଙ୍କ ଉପରେ ମାଡ଼ିଗଲା ଟ୍ରକ, ସ୍ବାମୀ ମୃତ - ଢେଙ୍କାନାଳ ନ୍ୟୁଜ

ବାଇକରେ ଫେରୁଥିଲେ ଦମ୍ପତି । ଢେଙ୍କାନାଳ ଶଙ୍କରପୁର ରାସ୍ତାରେ ଗଜମରା ନିକଟରେ ବାଇକକୁ ମାଡ଼ିଗଲା ଟ୍ରକ । ଟ୍ରକ ଧକ୍କାରେ ସ୍ୱାମୀର ମୃତ୍ୟୁ ହୋଇଥିବା ବେଳେ ଗୁରୁତର ସ୍ତ୍ରୀକୁ କଟକ ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି ।ଅଧିକ ପଢନ୍ତୁ

ଦମ୍ପତିଙ୍କ ଉପରେ ମାଡ଼ିଗଲା ଟ୍ରକ, ସ୍ବାମୀ ମୃତ

author img

By

Published : Sep 1, 2022, 6:54 PM IST

ଢେଙ୍କାନାଳ: ଢେଙ୍କାନାଳରେ ଶଙ୍କରପୁର ମୁଖ୍ୟ ରାସ୍ତାରେ ଘଟିଛି ମର୍ମନ୍ତୁଦ ସଡକ ଦୁର୍ଘଟଣା । ବାଇକ ଯୋଗେ ଦମ୍ପତି ଘରକୁ ଫେରୁଥିବା ବେଳେ ପଛପଟୁ ଆସୁଥବା ଏକ ଟ୍ରକ ଧକ୍କା ଦେଇଥିଲା । ଘଟଣା ସ୍ଥଳରେ ଦମ୍ପତ୍ତିଙ୍କ ମଧ୍ୟରୁ ସ୍ବାମୀଙ୍କ ମୃତ୍ୟୁ ହୋଇଥିବା ବେଳେ ପତ୍ନୀ ଗୁରୁତର ଆହାତ ହୋଇଛନ୍ତି । ପତ୍ନୀଙ୍କୁ ଗୁରୁତର ଅବସ୍ଥାରେ କଟକ ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଛି । ମୃତ ବ୍ୟକ୍ତି ଜଣଙ୍କ ହେଲେ ସଦର ଥାନା ଅନ୍ତର୍ଗତ ଗେଙ୍ଗୁଟିଆ ଗ୍ରାମର ପ୍ରକାଶ ବେହେରା ।

ସୂଚନା ଅନୁଯାୟୀ, ପ୍ରକାଶ ବେହେରା ପତ୍ନୀ ରଶ୍ମିତାଙ୍କ ସହ ତାଙ୍କ ଶ୍ବଶୁର ଘର ତିଗିରିଆ ଥାନା ବଉଲାଙ୍ଗ ଗ୍ରାମକୁ ଯାଇଥିଲେ । ପ୍ରକାଶ ଶ୍ବଶୁର ଘରୁ ବାଇକ ଯୋଗେ ନିଜ ଗ୍ରାମ ଗେଙ୍ଗୁଟିଆକୁ ଫେରୁଥିଲେ । ଏହି ସମୟରେ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲେ । ଢେଙ୍କାନାଳ ଶଙ୍କରପୁର ରାସ୍ତାରେ ଗଜମରା ନିକଟରେ ବାଇକକୁ ପଛପଟୁ ଧକ୍କା ଦେଇଥିଲା ଟ୍ରକ । ଘଟଣା ସ୍ଥଳରେ ପ୍ରକାଶ ବେହେରାଙ୍କର ମୃତ୍ୟୁ ହୋଇଥିବା ବେଳେ ଦୁର୍ଘଟଣାରେ ପତ୍ନୀ ରଶ୍ମିତା ଗୁରୁତର ଆହାତ ହୋଇଥିଲେ । ଘଟଣା ସ୍ଥଳରେ ପୋଲିସ ପହଞ୍ଚି ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ନିମନ୍ତେ ପଠାଇଛି । ସେପଟେ ଚିକିତ୍ସା ନିମନ୍ତେ ରଶ୍ମିତାଙ୍କୁ ଡାକ୍ତରଖାନାକୁ ପଠାଇଥିଲା । ତେବେ ରଶ୍ମିତାଙ୍କ ସ୍ବାସ୍ଥ୍ୟବସ୍ଥା ସଂକଟାପନ୍ନ ଥିବାରୁ ତାଙ୍କୁ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । ଅନ୍ୟପଟେ ଦୁର୍ଘଟଣା ଘଟାଇବା ପରେ ଟ୍ରକ ଚାଳକ ଟ୍ରକ ଧକରି ଫେରାର ହୋଇଯାଇଥିବା ଜଣାପଡିଛି ।

ସୂଚନା ଥାଉ କି , କିଛିଦିନ ପୂର୍ବେ NH ୫୩ ମୁକ୍ତାପଶି ଗ୍ରାମ ନିକଟରେ ତାଳଚେରରୁ ଆସୁଥିବା ଏଜ କୋଇଲା ବୋଝେଇ ଟ୍ରକ ଅଟୋକୁ ଧକ୍କା ଦେଇଥିଲା । ଫଳରେ ଘଟଣାସ୍ଥଳରେ ୫ଜଣଙ୍କର ମୃତ୍ୟୁ ହୋଇଥିଲା । ପୋଲିସ ଘଟଣା ସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରିଥିବା ବେଳେ ଦୁର୍ଘଟଣା ଘଟାଇଥିବା ଟ୍ରକଟିକୁ ଜବତ କରିଥିଲା । ସେପଟେ ସଡ଼କ ଦୁର୍ଘଟଣାରେ ପାଞ୍ଚ ଜଣଙ୍କର ଜୀବନ ଚାଲି ଯାଇଥିବାରୁ ବାଙ୍ଗୁରା ଗ୍ରାମରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିଲା । ଏନେଇ ୫ ମୃତକଙ୍କ ପରିବାରକୁ ୧ ଲକ୍ଷ ଟଙ୍କା ଲେଖାଏଁ ସହାୟତା ରାଶି ପ୍ରଦାନ କରିବା ନେଇ ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ ।

ଇଟିଭି ଭାରତ, ଢେଙ୍କାନାଳ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.