ETV Bharat / state

ବିନା ଭକ୍ତରେ ମହାମାୟୀଙ୍କ ମହାଷ୍ଟମୀ

ବିନା ଭକ୍ତରେ ଢେଙ୍କାନାଳ ସହରର ବିଭିନ୍ନ ପୂଜା ମଣ୍ଡପରେ ମା' ଦୁର୍ଗାଙ୍କ ମହାଷ୍ଟମୀ ପୂଜା ଚାଲିଛି । ଭକ୍ତଙ୍କୁ ଘରେ ରହି ପୂଜା କରିବାକୁ ନିବେଦନ କରାଯାଇଛି । ଅଧିକ ପଢନ୍ତୁ...

Mahasthami Puja of maa Durga is going on in Dhenkanal
ବିନା ଭକ୍ତରେ ମହାମାୟୀଙ୍କ ମହାଷ୍ଟମୀ
author img

By

Published : Oct 24, 2020, 6:49 PM IST

ଢେଙ୍କାନାଳ: ଆଜି ମା'ଙ୍କ ମହାଷ୍ଟମୀ ପୂଜା । ହେଲେ ଖାଁ ଖାଁ ଢେଙ୍କାନାଳ ପୂଜା ମଣ୍ଡପ । ଜଗତଜନନୀ ମା ଓ ତାର ଭକ୍ତଙ୍କ ମଧ୍ୟରେ ଏକ ଅଦୃଶ୍ୟ ରେଖା ଟାଣି ଦେଇଛି କୋରୋନା । ତେବେ ବିନା ଭକ୍ତରେ ଢେଙ୍କାନାଳ ସହରର ବିଭିନ୍ନ ମଣ୍ଡପରେ ରୀତିନୀତି ଅନୁସାରେ ମା ଦଶଭୂଜାଙ୍କ ମହାଷ୍ଟମୀ ପୂଜା ଚାଲିଛି ।

ବିନା ଭକ୍ତରେ ମହାମାୟୀଙ୍କ ମହାଷ୍ଟମୀ

ପୂଜା ସମୟରେ କୋଳାହଳରେ ଫାଟି ପଡୁଥିବା ପୂଜା ମଣ୍ଡପର ଚଳିତ ବର୍ଷ କୋରୋନା ଯୋଗୁଁ ଶାନ୍ତ ପଡି ଯାଇଛି । ଅଷ୍ଟମୀ ଦିନ ଦୁର୍ଗତି ନାସିନୀ ମା ଦୁର୍ଗାଙ୍କର ବିଶେଷ ପୂଜାର୍ଚ୍ଚନା ସହ ବ୍ରତଧାରୀ ଭକ୍ତଙ୍କର ସମାଗମ ହୋଇଥାଏ ମଣ୍ଡପକୁ । ହେଲେ କରୋନା କଟକଣା ପାଇଁ ଆଜି ତାହାର ବ୍ୟତିକ୍ରମ ଦେଖିବାକୁ ମିଳିଛି। ସମସ୍ତ ପୂଜା ମଣ୍ଡପଗୁଡିକ ପ୍ରଶାସନର ନିୟମ ମାନି ବିଧି ବିଧାନ ରକ୍ଷା କରି ପୂଜା କରୁଛନ୍ତି। କୌଣସି ମଣ୍ଡପରେ ଭକ୍ତମାନଙ୍କର ଗହଳିଚହଳି ଦେଖାଯାଉ ନାହିଁ । ମଣ୍ଡପମାନଙ୍କରେ ୪ ଫୁଟର ମା'ଙ୍କ ମୃଣ୍ମୟୀ ମୂର୍ତ୍ତି ସ୍ଥାପନା କରାଯାଇଥିବାବେଳେ 4-୫ ଜଣ କର୍ତ୍ତାଙ୍କ ମଧ୍ୟରେ ପୂଜା କରାଯାଉଛି। ଏହାସହ ସମସ୍ତ ଭକ୍ତ ଓ ଶ୍ରଦ୍ଧାଳୁମାନଙ୍କୁ ନିଜ ନିଜ ଘରେ ରହି ପୂଜା କରିବାକୁ ନିବେଦନ କରାଯାଇଛି ।

ଢେଙ୍କାନାଳରୁ ଉର୍ମିଳା ପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.