ETV Bharat / state

ବସୁଧା ସ୍କିମରେ ନିମ୍ନମାନର କାମ - ବସୁଧା ସ୍କିମ

ବସୁଧା ସ୍କିମରେ ନିମ୍ନମାନର କାମକୁ ନେଇ ଅଁଳାକଟା ଗ୍ରାମବାସୀ ଜିଲ୍ଲାପାଳଙ୍କ ଦ୍ବାରସ୍ଥ । ସେପଟେ ଗ୍ରାମବାସୀଙ୍କ ଠାରୁ ଧମକ ଦେଇ ଟଘ୍କା ଆଦାୟ କରୁଛି ଠିକାଦାର । ଅଧିକ ପଢନ୍ତୁ..

low-grade-works-on-basudha-scheem
low-grade-works-on-basudha-scheem
author img

By

Published : May 22, 2020, 8:44 PM IST

ଢେଙ୍କାନାଳ: ପରଜଙ୍ଗ ଅଁଳାକଟା ଗ୍ରାମରେ ଜଳ ବିଭାଗ ପ୍ରକଳ୍ପ ବସୁଧା ସ୍କିମରେ ନିମ୍ନମାନର କାର୍ଯ୍ୟକୁ ନେଇ ଗ୍ରାମବାସୀ ଜିଲ୍ଲାପାଳଙ୍କୁ ଅଭିଯୋଗ କରିଛନ୍ତି । ଏଥିରେ ନିମ୍ନମାନର କାମ ମନ୍ଥର ଗତିରେ ଚାଲିଥିବାରୁ ଗ୍ରାମବାସୀ ନାନା ଅସୁବିଧାର ସମୁଖୀନ ହେଉଛନ୍ତି। ଏହି କାମ ପାଇଁ ଗ୍ରାମବାସୀଙ୍କ ଠାରୁ ଘର ପିଛା ଦୁଇ ହଜାର ଟଙ୍କା ଦାବିକରୁଛି ଠିକାଦାର। ନଚେତ ପାଇପଲାଇନ ନ ଦେବାକୁ ଧମକ ଦେଉଛି ଗ୍ରାମବାସୀଙ୍କୁ ।

ବସୁଧା ସ୍କିମରେ ନିମ୍ନମାନର କାମ

ଏପଟେ ପାଇପଲାଇନ ପାଇଁ ବିଭିନ୍ନ ସ୍ଥାନରେ ରାସ୍ତା ଖୋଳିହୋଇ ମନ୍ଥର ଗତିରେ କାମ ହେଉଥିବାରୁ ଲୋକମାନେ ଯାତାୟତ ପାଇ ଅନେକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ବାରମ୍ବାର ଅଭିଯୋଗ ସତ୍ତ୍ବେ କେହି ନ ଶୁଣିବାରୁ ବାଧ୍ୟହୋଇ ଆଜି ଅଁଳାକଟା ଗ୍ରାମବାସୀମାନେ ଜିଲ୍ଲାପାଳଙ୍କ ଦ୍ବାରସ୍ଥ ହୋଇଛନ୍ତି। ଏହି ଘଟଣାର ତଦାରଖ କରି ଦୋଷୀ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ଗ୍ରାମବାସୀ।

ଢେଙ୍କାନାଳରୁ ଉର୍ମିଳା ପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.