ETV Bharat / state

ଢେଙ୍କାନାଳରେ ମାତିଲେ ଲୁଟେରା, ୫ଟି ଦୋକାନ ତାଲା ଭାଙ୍ଗି ଏକକାଳୀନ ଲୁଟ - ଢେଙ୍କାନାଳରେ ସିରିଜ ଲୁଟ

ଢେଙ୍କାନାଳରେ ପୋଲିସକୁ ଲୁଟେରା ଗ୍ୟାଙ୍ଗର ଚ୍ୟାଲେଞ୍ଜ । ଏକକାଳୀନ ତାଲା ଭାଙ୍ଗି ୫ଟି ଦୋକାନରୁ କଲେ ଲୁଟ । ଅଧିକ ପଢନ୍ତୁ

ଢେଙ୍କାନାଳରେ ମାତିଲେ ଲୁଟେରା, ୫ଟି ଦୋକାନ ତାଲା ଭାଙ୍ଗି ଏକକାଳୀନ ଲୁଟ

author img

By

Published : May 30, 2022, 11:14 AM IST

ଢେଙ୍କାନାଳ: ଜିଲ୍ଲାରେ ମାତିଲେ ଲୁଟେରା ଗ୍ୟାଙ୍ଗ । କଲେଜ ବାଏପାସ ଅଞ୍ଚଳରୁ କଲେ ସିରିଜ ଲୁଟ । ଏକକାଳୀନ ୫ଟି ଦୋକାନ ତାଲା ଭାଙ୍ଗି ଟଙ୍କା ଓ ଲକ୍ଷାଧିକ ଟଙ୍କାର ମୋବାଇଲ ସାମଗ୍ରୀ, ସ୍ନାକ୍ସ, ରେଷ୍ଟୁରାଣ୍ଟ ସାମଗ୍ରୀ ଆଦି ଲୁଟି ନେଇଛନ୍ତି ଲୁଟେରା । ଘଟଣା ସମ୍ପର୍କରେ ଖବର ପାଇବା ପରେ ଟାଉନ ଥାନା ପୋଲିସ ତଦନ୍ତ ଆରମ୍ଭ କରିଛି ।

ଢେଙ୍କାନାଳରେ ମାତିଲେ ଲୁଟେରା, ୫ଟି ଦୋକାନ ତାଲା ଭାଙ୍ଗି ଏକକାଳୀନ ଲୁଟ

ଲୁଟେରାମାନେ ପୋଲିସକୁ ଚ୍ୟାଲେଞ୍ଜ ଦେଇ କରିଛନ୍ତି ସିରିଜ ଲୁଟ । ଢେଙ୍କାନାଳ ସହରର କଲେଜ ବାଇପାସ ଛକରୁ ଗତ ରାତିରେ ଏକକାଳୀନ ୫ଟି ଦୋକାନରୁ ଲୁଟ ହୋଇଛି । ସମାନ ଢଙ୍ଗରେ ଦୋକାନ ଗୁଡି଼କର ତାଲା ଭାଙ୍ଗି ଲୁଟେରା ମାନେ ଟଙ୍କା ସହ ପ୍ରାୟ ସମସ୍ତ ସାମଗ୍ରୀ ଲୁଟି କଳାକାନା ବୁଲାଇଛନ୍ତି ।

ବାଏ ପାସ ଛକରେ ଥିବା ମନୀଷ ମହାନ୍ତିଙ୍କ ରେଷ୍ଟୁରାଣ୍ଟ, ଫଳ ଦୋକାନ, ରଞ୍ଜନ ସ୍ବାଇଁଙ୍କ ମୋବାଇଲ ସାମଗ୍ରୀ ଦୋକାନ, କବି ଚନ୍ଦ୍ର ଖଟୁଆଙ୍କ ସ୍ନାକ୍ସ ଓ ଭେରାଇଟି ଷ୍ଟୋର ଦୋକାନ, ରୂପେଶ ପଟ୍ଟନାୟକଙ୍କ ଚିକେନ୍ କାଉଣ୍ଟର ଆଦି କ୍ୟାସରେ ଥିବା ଟଙ୍କା ଓ ବିଭିନ୍ନ ଦୋକାନ ସାମଗ୍ରୀ ଆଦି ପ୍ରାୟ ୨୦ହଜାର ଟଙ୍କା ଓ ଲକ୍ଷାଧିକ ଟଙ୍କାର ସାମଗ୍ରୀ ଲୁଟି ନେଇଛନ୍ତି ଲୁଟେରା । ତେବେ ବହୁ ବିଳମ୍ବରେ ଟାଉନ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ଇଟିଭି ଭାରତ, ଢେଙ୍କାନାଳ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.