ETV Bharat / state

ଫେସବୁକ୍ ଲାଇଭରେ ଯୁବକଙ୍କ ଆତ୍ମହତ୍ୟା, ଭିଡିଓ ଭାଇରାଲ

author img

By

Published : Jan 25, 2021, 5:03 PM IST

ଜଣେ ଯୁବକ ବିଷପାନ କରି ଆତ୍ମହତ୍ୟା କରୁଥିବାର ଭିଡିଓ ଭାଇରାଲ ହେବାରେ ଲାଗିଛି । ଯୁବକ ଜଣଙ୍କ ଫେସବୁକରେ ବିଷ ପାନ କରୁଥିବା ସମୟର 1 ମିନିଟ 47 ସେକେଣ୍ଡର ଲାଇଭ୍ ଭିଡିଓ କରିଛନ୍ତି । ଅଧିକ ପଢନ୍ତୁ...

ଫେସବୁକ୍ ଲାଇଭରେ ଆତ୍ମହତ୍ୟା କଲେ ଯୁବକ
ଫେସବୁକ୍ ଲାଇଭରେ ଆତ୍ମହତ୍ୟା କଲେ ଯୁବକ

ଢେଙ୍କାନାଳ: ଜଣେ ଯୁବକ ବିଷ ପାନ କରି ଆତ୍ମହତ୍ୟା କରୁଥିବାର ଭିଡିଓ ଭାଇରଲ ହେବାରେ ଲାଗିଛି । ଯୁବକ ଜଣଙ୍କ ଫେସବୁକରେ ବିଷ ପାନ କରୁଥିବା ସମୟର 1 ମିନିଟ 47 ସେକେଣ୍ଡର ଲାଇଭ୍ ଭିଡିଓ କରିଛନ୍ତି । ତେବେ ପାରିବାରିକ କିଛି ବିବାଦକୁ ନେଇ ଗ୍ରାମର କିଛି ଲୋକଙ୍କ ଚାପ ଯୋଗୁଁ ସେ ଏପରି ଆତ୍ମହତ୍ୟା କରୁଥିବା ଭାଇରଲ ଭିଡ଼ିଓରେ ଅନୁମାନ କରାଯାଉଛି ।

ଫେସବୁକ୍ ଲାଇଭରେ ଆତ୍ମହତ୍ୟା କଲେ ଯୁବକ

ଯୁବକ ଜଣଙ୍କ ଢେଙ୍କାନାଳ ସଦର ଥାନା ଅନ୍ତର୍ଗତ ତରଭା ଗ୍ରାମର କୁନାଲ ସ୍ବାଇଁ ବୋଲି ଜଣାପଡିଛି । ରବିବାର ରାତିରେ ବିଷ ପାନ ପରେ ଗୁରୁତର ହେବାରୁ ତାଙ୍କୁ ସାଙ୍ଗମାନେ କଟକ ଡାକ୍ତରଖାନାକୁ ଚିକିତ୍ସା ପାଇଁ ନେଇଥିଲେ । ମାତ୍ର ଆଜି(ସୋମବାର) ସକାଳେ କଟକ ଏସସିବିରେ କୁନାଲଙ୍କର ମୃତ୍ୟୁ ଘଟିଥିବା ଜଣାପଡିଛି । ତାଙ୍କ ମୃତ୍ୟୁ ପରେ ତାଙ୍କ ଫେସବୁକରେ ଭିଡିଓ ଭାଇରାଲ୍ ହୋଇଥିଲା ।

ତେବେ ଘଟଣା ପ୍ରଘଟ ହେବାପରେ ସଦର ଥାନା ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି । ପ୍ରାଥମିକ ତଦନ୍ତରୁ ରବିବାକ ତରଭା ଗ୍ରାମର କେତେକ ମୁଖିଆ ଲୋକ ଗାଁରେ ସଭାରେ କୁନାଲଙ୍କ ପରିବାର କଥା ପକାଇଥିଲେ । ତେବେ ଏହି ଗାଁ ବୈଠକରେ କୁନାଲ ବ୍ୟକ୍ତିଗତ ଘଟଣାକୁ ନେଇ ଚାପରେ ରହିଥିଲେ ଓ ଏହି କାରଣରୁ ସେ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି ।

ଢେଙ୍କାନାଳରୁ ଉର୍ମିଳା ପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.