ETV Bharat / state

ବିଦ୍ୟୁତ୍‌ ଆଘାତରେ ଟଳି ପଡିଲେ ଲାଇନମ୍ୟାନ

author img

By

Published : Dec 22, 2022, 8:05 AM IST

ବିଦ୍ୟୁତ ଖୁଣ୍ଟରେ ଚଢି କାମ କରୁଥିବା ବେଳେ ବିଦ୍ୟୁତ ଆଘାତରେ ଢେଙ୍କାନାଳ କୋରେହିଁ ଗାଡ଼ିଆରେ ଲାଇନ ମ୍ୟାନଙ୍କ ମୃତ୍ୟୁ । ଅଧିକ ପଢନ୍ତୁ

lineman died
lineman died

ଢେଙ୍କାନାଳ: ବେପରୁଆ କାର୍ଯ୍ୟ ନେଲା ଜୀବନ । ବିଦ୍ୟୁତ ଖୁଣ୍ଟରେ ଚଢି କାମ କରୁଥିବା ବେଳେ ବିଦ୍ୟୁତ୍‌ ଆଘାତରେ ଢେଙ୍କାନାଳ କୋରେହିଁ ଗାଡ଼ିଆରେ ଲାଇନ ମ୍ୟାନଙ୍କ ମୃତ୍ୟୁ । ବିଦ୍ୟୁତ୍‌ ବିଭାଗର ଉପରିସ୍ଥ କର୍ମଚାରୀ ମାନଙ୍କର ବେଫିକର ମନୋଭାବ ନେଲା ଜଣେ ବିଦ୍ୟୁତ୍‌ ଲାଇନ ମ୍ୟାନଙ୍କ ଜୀବନ । ତେବେ ଢେଙ୍କାନାଳ ସଦର ଥାନା କୋରେଇଁ ଗାଡ଼ିଆ ଗ୍ରାମରେ ଘଟିଛି ଏହି ଅଘଟଣ ।

ସୂଚନା ମୁତାବକ, ଖୁଣ୍ଟରେ ଚଢି କାମ କରୁଥିବା ବେଳେ ବିଦ୍ୟୁତ୍‌ ଆଘାତ ଯୋଗୁଁ ଲାଇନ ମ୍ୟାନର ମୃତ୍ୟୁ ଘଟିଛି । ମୃତକ ଲାଇନମ୍ୟାନ ଜଣଙ୍କ ପାଟଣା ଗ୍ରାମର ସନ୍ଦୀପ ବେହେରା । ସନ୍ଦୀପ ଟାଟା ପାୱାରରେ ଲାଇନ ମ୍ୟାନ ଭାବେ କାମ କରୁଥିଲେ । ତେବେ ସେ କୋରେଇଁ ଗାଡ଼ିଆ ଗ୍ରାମ ନିକଟରେ ବିଦ୍ୟୁତ୍‌ କାର୍ଯ୍ୟ ଚାଲିଥିଲା । ବିଦ୍ୟୁତ ଖୁଣ୍ଟରେ ଚଢି ସନ୍ଦୀପ କାମ କରୁଥିବା ସମୟରେ ଭୁଲ ବଶତଃ କରେଣ୍ଟ ଚାର୍ଜ ହୋଇଯାଇଥିଲା । ଫଳରେ ବିଦ୍ୟୁତ୍‌ ଆଘାତରେ ସନ୍ଦୀପ ଗୁରୁତର ହୋଇଥିଲେ । ତାଙ୍କୁ ଉଦ୍ଧାର କରି ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ମାତ୍ର ବାଟରେ ତାଙ୍କର ମୃତ୍ୟୁ ଘଟିଥିବା ଡାକ୍ତରଖାନା ସୂତ୍ରରୁ ଜଣାପଡ଼ିଛି । ଏହି ଘଟଣାକୁ ନେଇ ବିଦ୍ୟୁତ୍‌ ସରବରାହ କାର୍ଯ୍ୟ ଠିକା ଭାବେ ନେଇଥିବା ଟାଟା ପାୱାର କର୍ମଚାରୀ ମାନଙ୍କ ମହଲରେ ଚାପା ଉତ୍ତେଜନା ପ୍ରକାଶ ପାଇଛି।

ଇଟିଭି ଭାରତ, ଢେଙ୍କାନାଳ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.