ETV Bharat / state

ଯୋରନ୍ଦା ମେଳା ଉଦଯାପିତ

ଉଦଯାପିତ ହେଲା ଯୋରନ୍ଦା ମେଳା । ବାହୁଡ଼ିଲେ ମହିମା ସାଧୁ ।ସାଧୁ ଓ ଶ୍ରଦ୍ଧାଳୁଙ୍କ ସମୂହ ପ୍ରସାଦ ସେବନ ସହ ଭଜନ କୀର୍ତ୍ତନରେ ଫାଟିପଡିଲା ମହିମାଗାଦି । ଅଧିକ ପଢନ୍ତୁ...

last day of joranda mela
ଯୋରନ୍ଦା ମେଳା ଉଦଯାପିତ
author img

By

Published : Feb 13, 2020, 7:59 PM IST

ଢେଙ୍କାନାଳ: ବିଶ୍ବ ପ୍ରସିଦ୍ଧ ଜୋରନ୍ଦା ମେଳା ଉଦଯାପିତ ହୋଇଯାଇଛି । ମହିମା ଧର୍ମର ମୁଖ୍ୟ ପୀଠ ଢେଙ୍କାନାଳ ଜୋରନ୍ଦା ସ୍ଥିତ ମହିମାଗଦୀରେ ମାଘ ଶୁକ୍ଳ ଚତୁର୍ଦ୍ଦଶୀରୁ ଆରମ୍ଭ ହୋଇଥିଲା ମେଳା । ଦେଶର କୋଣ ଅନୁକୋଣରୁ ଆସିଥିବା ମହିମା ସାଧୁମାନେ ପରମ୍ପରା ମୁତାବକ ପୁଣି ବାହୁଡି ଯାଉଥିବା ଜଣାପଡିଛି । ଏହି ଉପଲକ୍ଷେ ଗୁରୁବାର ମହିମାଗାଦିରେ ବାହୁଡାପର୍ବ ଅନୁଷ୍ଠିତ ହୋଇଥିଲା ।

ଯୋରନ୍ଦା ମେଳା ଉଦଯାପିତ

ମହିମା ସାଧୁମାନେ ମେଳା ପଡିଆରେ ସମବେତ ହୋଇଥିଲେ । ପରେ ସମୂହ ପ୍ରସାଦ ସେବନ କରିବା ସହ ପରସ୍ପରକୁ ପ୍ରସାଦ ଖୁଆଇଥିଲେ । ପ୍ରସାଦ ସେବନ ପର୍ବ ପରେ ଗାଁଦିର ଧୁନି ମନ୍ଦିରରେ ଏକତ୍ରିତ ହୋଇଥିଲେ । ସେଠାରୁ ସମ୍ମିଳିତ ଭଜନ କୀର୍ତ୍ତନ କରି କରି ମୁଖ୍ୟ ଗାଦୀ ମନ୍ଦିରକୁ ଗୁରୁ ଆଜ୍ଞାପାଇଁ ଯାଇଥିଲେ ।

ଗାଦି ମନ୍ଦିରରେ ମହିମା ସାଧୁମାନେ ସାଷ୍ଟାଙ୍ଗ ପ୍ରଣିପାତ କରି ମହିମା ଆଲେଖଙ୍କ ଉଦ୍ଦେଶ୍ୟରେ ସମର୍ପିତ ହୋଇଥିଲେ । ଆଜ୍ଞା ନେଇ ମହିମାଗାଦିରୁ ମହିମା ସନ୍ୟାସୀମାନେ ଦେଶରର ବିଭିନ୍ନ ଅଞ୍ଚଳକୁ ବାହୁଡ଼ି ଯାଉଥିବା ଦେଖାଯାଇଛି ।

ଢେଙ୍କାନାଳରୁ ଉର୍ମିଳା ପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.