ETV Bharat / state

ପୋଲିସର ଚଢ଼ାଉ, ବିପୁଳ ଦେଶୀ ଓ ବିଦେଶୀ ମଦ ଜବତ

author img

By

Published : May 10, 2021, 1:31 PM IST

ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା ଆମ୍ବପଳାଶ ଗ୍ରାମରେ ପରଜଙ୍ଗ ପୋଲିସ ବିଭିନ୍ନ ସ୍ଥାନରେ ଚଢ଼ାଉ କରି ବିପୁଳ ପରିମାଣର ବିଦେଶୀ ଓ ଦେଶୀ ମଦ ଜବତ କରିଛି । ଅଧିକ ପଢନ୍ତୁ...

ପୋଲିସର ଚଢ଼ାଉ, ବିପୁଳ ପରିମାଣରେ ଦେଶୀ ଓ ବିଦେଶୀ ମଦ ଜବତ

ଢେଙ୍କାନାଳ: କୋରୋନା ମହାମାରୀ ପାଇଁ ଲକଡାଉନ ଜାରି ରହିଥିବା ବେଳେ ଏହାର ଫାଇଦା ଉଠାଇଛନ୍ତି କିଛି ଚୋରାମଦ ବ୍ୟବସାୟୀ । ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା ଆମ୍ବପଳାଶ ଗ୍ରାମରେ ପରଜଙ୍ଗ ପୋଲିସ ବିଭିନ୍ନ ସ୍ଥାନରେ ଚଢ଼ାଉ କରି ବିପୁଳ ପରିମାଣର ବିଦେଶୀ ଓ ଦେଶୀ ମଦ ଜବତ କରିଛି ।

ଆମ୍ବପଳାଶ ଗ୍ରାମରେ ଜଣଙ୍କ ଘରୁ ୧୫୦ ଲିଟର ଦେଶୀ ମଦ ଓ ୧୭୩ ବୋତଲ ବିଦେଶୀ ସହ ଏକ ବଡ଼ ଫ୍ରିଜରକୁ ପୋଲିସ ଜବତ କରିବା ସହିତ 2ଦମ୍ପତିକୁ ଗିରଫ କରିଛି । ଗିରଫ ଦମ୍ପତି ହେଲେ ବିଚନ୍ଦି ଦେହୁରୀ ଓ ସ୍ତ୍ରୀ ସରଜିତା ଦେହୁରୀ । ଉଭୟଙ୍କୁ କୋର୍ଟ ଚାଲାଣ କରାଯାଇଛି ।

ସେହିପରି ଗ୍ରାମର ଅନ୍ୟ ଏକ ସ୍ଥାନରେ ଚଢ଼ାଉ କରି ୯୫୫ ଲିଟର ଦେଶୀ ମଦ ଜବତ କରିବା ସହ ଗୋଟିଏ ସ୍କରଫିଓଗାଡ଼ି, ଗୋଟିଏ ବାଇକ, ଗୋଟିଏ ସ୍କୁଟି କୁ ଜବତ କରିଛି। ଏବଂ ଘଟଣାସ୍ଥଳରୁ ମାଫିଆ ମାନେ ଖସି ପଳାଇ ଯାଇଛନ୍ତି । ଏଥିରେ ସମ୍ପୃକ୍ତ ଥିବା ଚାରିଜଣ ମଦମାଫିଆଙ୍କ ନାମରେ ମାମଲା ରୁଜୁ କରିଛି ପୋଲିସ ।

ଢେଙ୍କାନାଳରୁ ଉର୍ମିଲା ପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.