ETV Bharat / state

ବ୍ରାହ୍ମଣୀ ବାଲିଘାଟ ନିକଟରେ ଓଲଟିଲା ଟ୍ରାକ୍ଟର; ୨ ମୃତ, ୧ଗୁରୁତର

ଢେଙ୍କାନାଳ କାଲୁରିଆ ବ୍ରାହ୍ମଣୀ ବାଲି ଘାଟ ନିକଟରେ ହୋଇଥିବା ଦୁର୍ଘଟଣାରେ ଟ୍ରାକ୍ଟର ଓଲଟି ୨ ମୃତ ଓ ଜଣେ ଗୁରୁତର ହୋଇଛନ୍ତି । ଅଦିକ ପଢନ୍ତୁ...

author img

By

Published : Mar 29, 2021, 12:37 PM IST

ଟ୍ରାକ୍ଟର ଓଲଟି ୨ ମୃତ ଓ ଜଣେ ଗୁରୁତର
ଟ୍ରାକ୍ଟର ଓଲଟି ୨ ମୃତ ଓ ଜଣେ ଗୁରୁତର

ଢେଙ୍କାନାଳ: ବ୍ରାହ୍ମଣୀ ବାଲି ଘାଟ ନିକଟରେ ହୋଇଛି ମର୍ମନ୍ତୁଦ ଦୁର୍ଘଟଣା । ଢେଙ୍କାନାଳ କାଲୁରିଆ ବ୍ରାହ୍ମଣୀ ବାଲିଘାଟ ନିକଟରେ ହୋଇଥିବା ଦୁର୍ଘଟଣାରେ ଟ୍ରାକ୍ଟର ଓଲଟି ୨ ମୃତ ଓ ଜଣେ ଗୁରୁତର ହୋଇଛନ୍ତି ।

ଟ୍ରାକ୍ଟର ଓଲଟି ୨ ମୃତ ଓ ଜଣେ ଗୁରୁତର

ଢେଙ୍କାନାଳ ଜିଲ୍ଲା ସଦର ଥାନା ଅନ୍ତର୍ଗତ କାଲୁରିଆ ବ୍ରାହ୍ମଣୀ ନଦୀଘାଟ ନିକଟରେ ଏକ ବେଆଇନ ବାଲିଘାଟରୁ ଏକ ଚୋରା ବାଲି ବୋଝେଇ ଟ୍ରାକ୍ଟର ଓଲଟି ପଡିଛି । ଫଳରେ ୨ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ଜଣେ ଗୁରୁତର ହୋଇଛନ୍ତି। ମୃତକ ହେଲେ କାଲୁରିଆ ଗ୍ରାମର ନରୋତ୍ତମ ବେହେରା ଓ ରାଜୀବ ବେହେରା ।

ଅପର ପକ୍ଷରେ ଗୁରୁତର ଜଣଙ୍କ ଶ୍ରୀକାନ୍ତ ସାହୁ ବୋଲି ଜଣାପଡିଛି । ଗତ ବିଳମ୍ବିତ ରାତ୍ରିରେ ବାଲି ଚୋରା ଚାଲାଣ କରୁଥିବାବେଳେ ଏହି ଟ୍ରାକ୍ଟରଟି ଓଲଟି ପଡିବାରୁ ତିନି ଜଣ ଟ୍ରାକ୍ଟର ତଳେ ଚାପି ହୋଇଯାଇଥିଲେ । ତାଙ୍କୁ ତୁରନ୍ତ ଉଦ୍ଧାର କରି ଚିକିତ୍ସା ପାଇଁ ଗ୍ରାମବାସୀମାନେ ୩ଜଣଙ୍କୁ ଢେଙ୍କାନାଳ ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରିଛନ୍ତି । ମାତ୍ର ଦୁଇ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଶ୍ରୀକାନ୍ତ ସାହୁଙ୍କ ଅବସ୍ଥା ଗୁରୁତର ରହିଛି ।

ତେବେ ବେଆଇନ ଭାବେ ଚାଲୁଥିବା ଏହି ବାଲି ଘାଟରୁ ରାତିରେ ବାଲି ଚୋରା ଚାଲାଣ କରାଯାଉଥିବାରୁ ଏପରି ଅଘଟଣ ଘଟିଥିବା ଜଣାପଡିଛି । ଏ ସଂକ୍ରାନ୍ତରେ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ଢେଙ୍କାନାଳରୁ ଉର୍ମିଳା ପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.