ETV Bharat / state

ଅପହୃତ ଅଙ୍ଗନବାଡ଼ି କର୍ମୀଙ୍କୁ ଉଦ୍ଧାର କଲା ଗଁନ୍ଦିଆ ପୋଲିସ - ଅପହରଣ

ଢେଙ୍କାନାଳ ଝାରଦା ଗ୍ରାମର ଏକ ବନ୍ଦ ଘରୁ ଅପହରଣ ହୋଇଥିବା ଅଙ୍ଗନବାଡି କର୍ମୀଙ୍କୁ ଉଦ୍ଧାର କରିଛି ଗଁନ୍ଦିଆ ପୋଲିସ ।

ଅପହରଣ ଅଙ୍ଗନବାଡ଼ି କର୍ମୀଙ୍କୁ ଉଦ୍ଧାର
ଅପହରଣ ଅଙ୍ଗନବାଡ଼ି କର୍ମୀଙ୍କୁ ଉଦ୍ଧାର
author img

By

Published : Mar 7, 2021, 7:46 PM IST

ଢେଙ୍କାନାଳ: ଉଦ୍ଧାର ହେଲେ ଅପହରଣ ହୋଇଥିବା ଅଙ୍ଗନବାଡ଼ି କର୍ମୀ । ଢେଙ୍କାନାଳ ଝାରଦା ଗ୍ରାମର ଏକ ବନ୍ଦ ଘରୁ ଅପହରଣ ହୋଇଥିବା ଅଙ୍ଗନବାଡି କର୍ମୀଙ୍କୁ ଉଦ୍ଧାର କରିଛି ଗଁନ୍ଦିଆ ପୋଲିସ । ଏହାସହ ଅପହରଣକାରୀ ଯୁବକକୁ ଗିରଫ କରିବାରେ ସଫଳ ହୋଇଛି ପୋଲିସ ।

ଅପହରଣ ଅଙ୍ଗନବାଡ଼ି କର୍ମୀଙ୍କୁ ଉଦ୍ଧାର

ପ୍ରେମ ସମ୍ପର୍କ ପରେ ଉତ୍ତୋଳନ କରିଥିବା କିଛି ଅଶ୍ଳୀଳ ଭିଡିଓ କ୍ଲିପକୁ ଭାଇରାଲ କରିବା ଧମକ ଦେଇ ଅପହରଣ କରିନେଇଥିବା ଜଣେ ଅଙ୍ଗନବାଡି କର୍ମୀଙ୍କୁ ଉଦ୍ଧାର କରିଛି ପୋଲିସ। ଢେଙ୍କାନାଲ ଜିଲ୍ଲା ଗଁନ୍ଦିଆ ପୁଲିସ ଝାରଦା ଗ୍ରାମର ଏକ ଘରୁ ଏହି ୨୩ବର୍ଷୀୟା ଅଙ୍ଗନବାଡି କର୍ମୀକୁ ଉଦ୍ଧାର କରିଛି ।

ସୂଚନା ମୁତାବକ, ଅପହରଣ ହୋଇଥିବା ଅଙ୍ଗନବାଡିକର୍ମୀ ଜଣଙ୍କ ଢେଙ୍କାନାଳ ଜିଲ୍ଲା ଭୁବନ ବିଜ୍ଞାପିତ ଅଞ୍ଚଳ ପରିଷଦର ଅଞ୍ଚଳର ବୋଲି ଜଣାପଡିଛି । ଏହି ଅଙ୍ଗନଓ୍ବାଡି କର୍ମୀଙ୍କ ସହ ଭୁବନ ବିଜ୍ଞାପିତ ଅଞ୍ଚଳ ଓ୍ବାର୍ଡ ନଂ ୧୧ର ଜଗବନ୍ଧୁ ଗୁରୁ ନାମକ ଜଣେ ୨୬ ବର୍ଷୀୟ ଯୁବକଙ୍କ ସହ ପ୍ରେମ ସମ୍ପର୍କ ରଖି ଚଞ୍ଚକତାର ସହ ଯୁବତୀଙ୍କ ଅଶ୍ଳୀଳ ଭିଡିଓ ଉତ୍ତୋଳନ କରିଥିଲା । ପରେ ଯୁବକ ଜଣକ ଯୁବତୀର ପରିବାର ଲୋକଙ୍କୁ ମାରି ଦେବାର ଧମକ ଏବଂ ଯୁବତୀର ଅଶ୍ଳିଳ ଭିଡିଓ ଭାଇରାଲ କରିବାର ଧମକ ଦେଇଥିଲା ।

ଏହାପରେ ଅଙ୍ଗନବାଡି କର୍ମୀଙ୍କୁ ଗତ ୫ତାରିଖରେ ଅପହରଣ କରିନେଇଥିଲା । ତେବେ ଅପହରଣ ହୋଇଥିବା ଉକ୍ତ ଅଙ୍ଗନବାଡି କର୍ମୀଙ୍କୁ ଗଁନ୍ଦିଆ ଥାନା ଅନ୍ତର୍ଗତ ଝାରଦା ଗ୍ରାମରେ ଜଗବନ୍ଧୁ ତାର ଜଣେ ସମ୍ପର୍କୀୟଙ୍କ ଘରେ ରଖିଥିଲା । ତେବେ ଯୁବତୀ ଜଣଙ୍କ କୌଶଳକ୍ରମେ ଜଣେ ସମ୍ପର୍କୀୟଙ୍କ ମାଧ୍ୟମରେ ଗଁନ୍ଦିଆ ଥାନା ଅଧିକାରୀଙ୍କୁ ଯୋଗାଯୋଗ କରିଥିଲେ । ପରେ ଗଁନ୍ଦିଆ ପୋଲିସ ଝାଡଦା ଗ୍ରାମରେ ପହଞ୍ଚି ଅଙ୍ଗନଓ୍ବାଡି କର୍ମୀଙ୍କୁ ଉଦ୍ଧାର କରିବା ସହିତ ଯୁବକ ଜଣକୁ ଗିରଫ କରି ତାଙ୍କ କବଳରୁ ଯୁବତୀଙ୍କୁ ଉଦ୍ଧାର କରିଛି ।

ଏ ସମ୍ପର୍କରେ ଗଁନ୍ଦିଆ ଥାନାରେ ଏକ ଅପହରଣ ଓ ଧମକ ଜନିତ ମମାଳା ରୁଜୁ କରିଛି। ଉଭୟଙ୍କୁ ଡାକ୍ତରୀମାଇନା କରି ଗିରଫ ଯୁବକ ଜଣକୁ କୋର୍ଟ ଚାଲାଣ କରିଛି ।

ଢେଙ୍କାନାଳରୁ ଉର୍ମିଳା ପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.