ETV Bharat / state

ବାବା ବୁଦ୍ଧେଶ୍ବରଙ୍କ ପୀଠରେ ଆରମ୍ଭ ହେଲା ବାଲିଯାତ୍ରା

କାର୍ତ୍ତିକ ପୂର୍ଣ୍ଣିମାରେ ଚଳଚଞ୍ଚଳ ଢେଙ୍କାନାଳ ଜିଲ୍ଲା ଭୁବନର ବାବା ବୁଦ୍ଧେଶ୍ବର ପୀଠ । ମେଳା ଦେଖିବା ପାଇଁ ହଜାର ହଜାର ଲୋକଙ୍କ ଭିଡ। ଆଗକୁ ପଢନ୍ତୁ...

ଚଳଚଞ୍ଚଳ ଭୁବନର ବାବା ବୁଦ୍ଧେଶ୍ବର ପୀଠ
author img

By

Published : Nov 12, 2019, 10:23 PM IST

ଢେଙ୍କାନାଳ: କାର୍ତ୍ତିକ ପୂର୍ଣ୍ଣିମାରେ ଚଳଚଞ୍ଚଳ ହୋଇ ଉଠିଥିଲା ଢେଙ୍କାନାଳ ଜିଲ୍ଲା ଭୁବନର ବାବା ବୁଦ୍ଧେଶ୍ବରଙ୍କ ପୀଠ । ସବୁ ବର୍ଷ ପରି ଏଠାରେ କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ବାଲିଯାତ୍ରା ଆରମ୍ଭ ହୋଇଛି । ଶତାଧିକ ବର୍ଷ ହେବ ଏହି ଶୈବପୀଠରେ ଆରମ୍ଭ ହୋଇଛି ବାଲିଯାତ୍ରା ।

ଚଳଚଞ୍ଚଳ ଭୁବନର ବାବା ବୁଦ୍ଧେଶ୍ବର ପୀଠ

ଦୂରଦୂରାନ୍ତରୁ ଶ୍ରଦ୍ଧାଳୁ ଓ ଭକ୍ତମାନେ ଛୁଟି ଆସିଥାଆନ୍ତି ବାଲିଯାତ୍ରାକୁ । ତିନିଦିନ ଧରି ଏହି ଯାତ୍ରା ଚାଲିବ ବୋଲି ଜଣାପଡିଛି । ଯାତ୍ରାରେ ଦୁଇ ଶହରୁ ଉର୍ଦ୍ଧ୍ବ ଦୋକାନ ଖୋଲାଯାଇଛି। ଏହାସହ ଭୁବନର ତୈଳିକ ସମାଜ ପକ୍ଷରୁ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ଏହି କାର୍ଯ୍ୟକ୍ରମରେ ଅଞ୍ଚଳର ବିଭିନ୍ନ ବିଦ୍ୟାଳୟରୁ ଛାତ୍ରଛାତ୍ରୀ ସାମିଲ ହୋଇଥିଲେ । ଚଳିତ ବର୍ଷ ଏହି ଯାତ୍ରାରେ ହଜାର ହଜାର ଲୋକଙ୍କର ସମାଗମ ହୋଇଛି ।

ଶାନ୍ତିଶୃଙ୍ଖଳା ଦୃଷ୍ଟିରେ ରଖି ଭୁବନ ପୁଲିସ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଥିଲା । ଭୁବନର ତୈଳିକ ୟୁଥ୍ ( ତୃପ୍ତି ) ପକ୍ଷରୁ ବ୍ରାହ୍ମଣୀ ନଦୀରେ ବୋଇତ ବନ୍ଦାଣ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ଜାତୀୟ ଶିଳ୍ପୀ ଗୁରୁ ପ୍ରଦୀପ ନାୟକ, ସ୍ଥାନୀୟ ଭୁବନ ଥାନା ଅଧିକାରୀ ଓ ସମାଜସେବୀ ରାଜନାରାୟଣ ତ୍ରିପାଠୀ ମଧ୍ୟ ଉପସ୍ଥିତ ଥିଲେ ।

ଢେଙ୍କାନାଳରୁ ଉର୍ମିଳା ପାତ୍ର, ଇଟିଭି ଭାରତ

Intro:ବୁଦ୍ଧେଶ୍ବର ବାଲିଯାତ୍ରା/କାର୍ତ୍ତିକ ପୂର୍ଣ୍ଣିମାରେ ଚଳଚଞ୍ଚଳ ଢେଙ୍କାନାଳ ଜିଲ୍ଲା ଭୁବନର ବାବା ବୁଦ୍ଧେଶ୍ବର ପୀଠ/ ବାଲିଯାତ୍ରାର ହଜାର ହଜାର ଲୋକଙ୍କ ଭିଡ

ଆଙ୍କର- କାର୍ତ୍ତୀକ ପୂର୍ଣ୍ଣିମାରେ ଚଳଚଞ୍ଚଳ ହୋଇ ଉଠିଥିଲା ଢେଙ୍କାନାଳ ଜିଲ୍ଲା ଭୁବନର ବାବା ବୁଦ୍ଧେଶ୍ବରଙ୍କ ପୀଠ । ସବୁ ବର୍ଷ ପରି ଏଠାରେ କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ବାଲିଯାତ୍ରା ହୋଇଥିଲା। ଶତାଧିକ ବର୍ଷ ହେବ ଏହି ଶୈବ ପୀଠରେ ଆରମ୍ଭ ହୋଇଛି ଏହି ବାଲିଯାତ୍ରା । Body:କାହୁଁ ଦୂରଦୂରାନ୍ତରରୁ ଶ୍ରଦ୍ଧାଳୁ ଓ ଭକ୍ତମାନେ ଛୁଟି ଆସିଥାଆନ୍ତି ବାଲିଯାତ୍ରାକୁ । ତିନିଦିନ ଧରି ଯାତ୍ରା ଚାଲିବ। ଯାତ୍ରାରେ ଜନସମାଗମକୁ ଆଖି ଆଗରେ ରଖି ଦୁଇ ଶହରୁ ଉର୍ଦ୍ଧ୍ବ ଷ୍ଟଲରେ ବିଭିର୍ଣ୍ଣ କିସମର ଦୋକାନ ସେମାନଙ୍କର ପସରା ମେଲିଛନ୍ତି। ଏହି ଅବସରରେ ଭୁବନର ତୈଳିକ ସମାଜ ପକ୍ଷରୁ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଥିଲା ।ଏହି କାର୍ଯ୍ୟକ୍ରମରେ ଅଞ୍ଚଳର ବିଭିର୍ଣ୍ଣ ବିଦ୍ୟାଳୟରୁ ଛାତ୍ରଛାତ୍ରୀ ଯୋଗଦେଇଥିଲେ । ଚଳିତ ବର୍ଷ ଏହି ଯାତ୍ରାରେ ହଜାରହଜାର ଲୋକମାନଙ୍କର ସମାଗମ ହୋଇଥିବା ପରିଲକ୍ଷିତ ହୋଇଛି । ଶାନ୍ତିଶୃଙ୍ଖଳା ପାଇଁ ଭୁବନ ପୁଲିସ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଥିଲା । ଭୁବନର ତୈଳିକ ୟୁଥ୍ ( ତୃପ୍ତି ) ପକ୍ଷରୁ ବ୍ରାହ୍ମଣୀ ନଦୀରେ ବୋଇତ ବନ୍ଦାଣ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା Conclusion:ଏହି କାର୍ଯ୍ୟକ୍ରମରେ ଜାତୀୟ ଶିଳ୍ପୀ ଗୁରୁ ପ୍ରଦିପ ନାୟକ, ସ୍ଥାନୀୟ ଭୁବନ ଥାନା ଅଧିକାରୀ ଓ ସମାଜସେବୀ ରାଜନାରାୟଣ ତ୍ରିପାଠୀ ଯୋଗଦେଇଥିଲେ ।
ଢେଙ୍କାନାଳରୁ ଉର୍ମିଳା ପାତ୍ର।ଇଟିଭି ଭାରତ।
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.