ETV Bharat / state

ଆସନ୍ତା ୨୫ରୁ ବିଶ୍ୱପ୍ରସିଦ୍ଧ ଯୋରନ୍ଦା ମେଳା, କୋଭିଡ ଟେଷ୍ଟ ରିପୋର୍ଟ ବାଧ୍ୟତାମୂଳକ

author img

By

Published : Feb 3, 2021, 7:51 PM IST

ଆସନ୍ତା ୨୫ରୁ ବିଶ୍ୱପ୍ରସିଦ୍ଧ ଯୋରନ୍ଦା ମେଳା । କୋଭିଡ କଟକଣାରେ ମେଳା କରିବାକୁ ଜିଲ୍ଲା ପ୍ରଶାସନର ନିଷ୍ପତ୍ତି । ଅଧିକ ପଢନ୍ତୁ....

joranda mela will start 25th february in dhenkanal
ଆସନ୍ତା ୨୫ରୁ ବିଶ୍ୱପ୍ରସିଦ୍ଧ ଯୋରନ୍ଦା ମେଳା

ଢେଙ୍କାନାଳ : କୋଭିଡ କଟକଣା ମଧ୍ୟରେ ହେବ ଯୋରନ୍ଦା ମେଳା । ବିଶ୍ବରେ ପ୍ରସିଦ୍ଧ ଲାଭ କରିଥିବା ମହିମା ଧର୍ମର ମୁଖ୍ୟପୀଠ ଢେଙ୍କାନାଳର ଯୋରନ୍ଦାସ୍ଥିତ ମହିମା ଗାଦିରେ ଏହି ମେଳା କୋଭିଡ କଟକଣା ମଧ୍ୟରେ ଆସନ୍ତା ୨୫ତାରିଖରୁ ଆରମ୍ଭ ହୋଇ ୨୭ତାରିଖରେ ଶେଷ ହେବ । ଏହି ଉପଲକ୍ଷେ ଆଜି(ବୁଧବାର) ଯୋରନ୍ଦା ମେଳା କମିଟି ପକ୍ଷରୁ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି ।

ଆସନ୍ତା ୨୫ରୁ ବିଶ୍ୱପ୍ରସିଦ୍ଧ ଯୋରନ୍ଦା ମେଳା

ବୈଠକରେ ଜିଲ୍ଲା ପ୍ରଶାସନ, ଉଭୟ ବକଳ ଓ କୌପନୀଧାରୀ ମହିମା ସାଧୁଙ୍କ ମୁଖିଆ ତଥା ସ୍ଥାନୀୟ ଯୋରନ୍ଦା ପଞ୍ଚାୟତ ସରପଞ୍ଚଙ୍କୁ ନେଇ ପ୍ରସ୍ତୁତି ଆରମ୍ଭ ହୋଇଛି । ତେବେ ଚଳିତ ବର୍ଷ କୋଭିଡ କଟକଣା ମଧ୍ୟରେ ମେଳା ଅନୁଷ୍ଠିତ ହେବ । ମହିମା ସାଧୁମାନଙ୍କର ପୂର୍ବରୁ କୋଭିଡ ଟେଷ୍ଟ କରାଯିବା ସହ ଗାଡି ମନ୍ଦିର ମଧ୍ୟକୁ ଯିବାକୁ ହେଲେ କୋଭିଡ ଟେଷ୍ଟ ରିପୋର୍ଟ ବାଧ୍ୟତା ମୂଳକ କରାଯାଇଛି । ଅପରପକ୍ଷରେ ବାହାର ଦୋକାନ ଉପରେ କଟକଣା ଲଗାଯାଇଛି । ଫଳରେ କୋଭିଡ ନିୟମକୁ ମାନି ସାଧୁ ଓ ଶ୍ରଦ୍ଧାଳୁମାନେ ସାମିଲ ହେବାକୁ କୌପନିଧାରୀ ମହିମା ସମାଜର ମୁଖ୍ୟ ଆହ୍ବାନ କରିଛନ୍ତି ।

ଢେଙ୍କାନାଳରୁ ଉର୍ମିଳା ପାତ୍ର,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.