ETV Bharat / state

ଆଜିଠୁ ପ୍ରସିଦ୍ଧ ଯୋରନ୍ଦା ମେଳା; ଖାଁ ଖାଁ ମନ୍ଦିର ପରିବେଶ - mahima gadi dhenkanal

କୋରୋନା କଟକଣା ଭିତରେ ଆଜିଠାରୁ ଆରମ୍ଭ ହୋଇଛି ପ୍ରସିଦ୍ଧ ମହିମା ଧର୍ମର ବାର୍ଷିକ ଉତ୍ସବ ଯୋରନ୍ଦା ମେଳା । ତିନିଦିନ ବ୍ୟାପୀ ଏହି ମେଳାକୁ ନୀତିକାନ୍ତିରେ ମହିମା ସାଧୁମାନେ ପାଳିବେ । ପରମ୍ପରା ମୁତାବକ ମୁଖ୍ୟ ଗାଦୀ ମନ୍ଦିରର ଚାରି ଦ୍ବାରରେ ସନ୍ଧ୍ୟା ପରେ ଝାଡ଼ ବତୀ ପ୍ରଜ୍ବଳନ କରିବେ ମହିମା ସାଧୁ । କୋରୋନାକୁ ଦୃଷ୍ଟିରେ ରଖି ମହିମା ଗାଦୀରେ ୭ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ହୋଇଛି ।

ଆଜିଠୁ ପ୍ରସିଦ୍ଧ ଜୋରୋନ୍ଦା ମେଳା; ଖାଁ ଖାଁ ମନ୍ଦିର ପରିବେଶ

author img

By

Published : Feb 25, 2021, 10:37 AM IST

ଢେଙ୍କାନାଳ: କୋରୋନା କଟକଣା ଭିତରେ ଆଜିଠାରୁ ଆରମ୍ଭ ହୋଇଛି ପ୍ରସିଦ୍ଧ ମହିମା ଧର୍ମର ବାର୍ଷିକ ଉତ୍ସବ ଯୋରନ୍ଦା ମେଳା । ହେଲେ ଖାଁ ଖାଁ ରହିଛି ମହିମା ଗାଦୀର ପରିବେଶ । ଜିଲ୍ଲା ବାହାର ସାଧୁ ଓ ଶ୍ରଦ୍ଧାଳୁଙ୍କୁ ମହିମା ଗାଦୀ ବାରଣ କରାଯାଇଛି । ଢେଙ୍କାନାଳ ମହିମା ଗାଦୀରେ ୭ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ହୋଇଛନ୍ତି । ଟ୍ରାଫିକ ନିୟନ୍ତ୍ରଣ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା ଗ୍ରହଣ କରାଯାଇଛି। ଆଜି ସନ୍ଧ୍ୟାରେ ଜାଡବତୀ ଜଳିବାର ସମ୍ପୂର୍ଣ୍ଣ ବ୍ୟବସ୍ଥା ସରିଛି ।

ଆଜିଠୁ ପ୍ରସିଦ୍ଧ ଜୋରୋନ୍ଦା ମେଳା; ଖାଁ ଖାଁ ମନ୍ଦିର ପରିବେଶ

ମହିମା ପରମ୍ପରା ମୁତାବକ ଆଜିଠାରୁ ତିନିଦିନ ବ୍ୟାପି ଏହି ମେଳାକୁ ନୀତିକାନ୍ତିରେ ମହିମା ସାଧୁମାନେ ପାଳିବେ । ପରମ୍ପରା ମୁତାବକ ମୁଖ୍ୟ ଗାଦୀ ମନ୍ଦିରର ଚାରି ଦ୍ବାରରେ ସନ୍ଧ୍ୟା ପରେ ଝାଡ଼ ବତୀ ପ୍ରଜ୍ବଳନ କରିବେ ମହିମା ସାଧୁ । ଜଗତର କଲ୍ୟାଣ ପାଇଁ ଝାଡ଼ ବତୀରେ ମହାନ ମହାନ ଘୃତହୁତି କରିବେ ମହିମା ସାଧୁ । ଏଥିପାଇଁ ଭଣ୍ଡାର ଘରୁ ସମସ୍ତ ଉପକରଣ ଗାଦୀ ମନ୍ଦିରକୁ ଆଣାଯାଇଛି । ଫଳରେ ଆଜି ଭୋର ସମୟରୁ ଗାଦୀର ମହିମା ସାଧୁ ମାନେ ନୀତିକାନ୍ତି ଆରମ୍ଭ କରିଛନ୍ତି ।

ତେବେ କୋରୋନା ସଂକ୍ରମଣ ଆଶଙ୍କାରେ ଜିଲ୍ଲା ବାହାର ସାଧୁ ଓ ଶ୍ରଦ୍ଧାଳୁଙ୍କୁ ମହିମା ଗାଦିକୁ ସମ୍ପୂର୍ଣ୍ଣ ବାରଣ କାରାଯାଇଛି । ଫଳରେ ମୁଖ୍ୟ ଗାଦୀ ମନ୍ଦିରଠୁ ଆରମ୍ଭ କରି ମେଳା ପଡିଆ ପର୍ଯ୍ୟନ୍ତ ସବୁଠି ଖାଁ ଖାଁ ପରିବେଶ ରହିଛି। କେବଳ ନୀତିକାନ୍ତିରେ ସୀମିତ ରହିଛି ଏହି ମେଳା ଉତ୍ସବ । ଗାଦି ମନ୍ଦିର ଭିତରକୁ ପ୍ରବେଶ ପାଇଁ ବ୍ୟାରିକେଟ ପ୍ରସ୍ତୁତ କରାଯାଇଛି। କହିବାକୁ ଗଲେ କେବଳ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଚଳିତ ବର୍ଷ ଏହି ଯୋରନ୍ଦା ମେଳାର ମହଲ ସୀମିତ ରହିବ ବୋଲି ଆଜିର ପରିବେଶରୁ ଅନୁମାନ କରାଯାଇଛି।

ଢେଙ୍କାନାଳରୁ ଉର୍ମିଳା ପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.