ETV Bharat / state

କଟକଣାରେ ଆରମ୍ଭ ଜୋରନ୍ଦା ମେଳା, ଚଳଚଞ୍ଚଳ ଢେଙ୍କାନାଳର ମହିମାଗାଦି

author img

By

Published : Feb 15, 2022, 10:49 AM IST

Updated : Feb 15, 2022, 8:04 PM IST

ଆଜିଠାରୁ ଆରମ୍ଭ ହୋଇଛି ଜୋରନ୍ଦା ମେଳା । ଚଳଚଞ୍ଚଳ ମହିମା ଧର୍ମର ମୁଖ୍ୟପୀଠ ଢେଙ୍କାନାଳର ମହିମାଗାଦି । ଜିଲ୍ଲା ପ୍ରଶାସନ ପକ୍ଷରୁ କୋଭିଡ କଟକଣା ଯୋଗୁଁ କେବଳ ନୀତିକାନ୍ତିରେ ଚାଲିଛି ମେଳା । ଅଧିକ ପଢନ୍ତୁ

କଟକଣାରେ ଜୋରନ୍ଦା ମେଳା , ଚଳ ଚଞ୍ଚଳ ଢେଙ୍କାନାଳର ମହିମାଗାଦି

ଢେଙ୍କାନାଳ: ଆଜି(ମଙ୍ଗଳବାର) ଠାରୁ ଆରମ୍ଭ ହୋଇଛି ଜୋରନ୍ଦା ମେଳା । ମହିମା ଧର୍ମର ମୁଖ୍ୟ ପୀଠ ଢେଙ୍କାନାଳର ଜୋରନ୍ଦା ସ୍ଥିତ ମହିମାଗାଦିର ମହିମା ସାଧୁ ମାନେ ଚଳିତ ବର୍ଷ ୧୪୯ତମ ବାର୍ଷିକ ଉତ୍ସବ ପାଳୁଛନ୍ତି । ମାତ୍ର କୋଭିଡ଼ ସଂକ୍ରମଣ ଯୋଗୁଁ ଚଳିତ ବର୍ଷ ମଧ୍ୟ ଜିଲ୍ଲା ପ୍ରଶାସନ ପକ୍ଷରୁ ମେଳା ଉପରେ କଟକଣା ଜାରି କରାଯାଇଛି । ଫଳରେ ଏକ ସପ୍ତାହ ପରିବର୍ତ୍ତେ ସନ୍ୟାସୀ ମାନେ କେବଳ ନୀତିକାନ୍ତିରେ ମେଳାକୁ ସୀମିତ ରଖିଛନ୍ତି ।

କଟକଣାରେ ଆରମ୍ଭ ଜୋରନ୍ଦା ମେଳା, ଚଳଚଞ୍ଚଳ ଢେଙ୍କାନାଳର ମହିମାଗାଦି

ଏହି ମେଳା ଏକ ସପ୍ତାହ ବ୍ୟାପୀ ହେବା ବଦଳରେ ମହିମା ସନ୍ନ୍ୟାସୀ ମାନେ ଦୁଇ ଦିନ ପାଳିଥାନ୍ତି। କୋଭିଡ଼ ଯୋଗୁଁ କେବଳ ନୀତିକାନ୍ତିରେ ମେଳାକୁ ସୀମିତ ରଖିଛନ୍ତି । ଫଳରେ ଆଜି ବାବା ମାନଙ୍କ ପ୍ରଭୁ ପୂର୍ଣ୍ଣିମା ଓ ବୁଧବାର ଗୁରୁ ପୂର୍ଣ୍ଣିମା ପାଳନ କରି ମେଳା ଉଦଯାପିତ କରିବେ । ତେବେ ଜିଲ୍ଲା ତଥା ରାଜ୍ୟ ବାହାର ଭକ୍ତଙ୍କୁ ମହିମା ଗାଦିକୁ ବାରଣ ରହିଛି । ତଥାପି ବିଭିନ୍ନ ପ୍ରାନ୍ତରରୁ ମହିମା ସନ୍ନ୍ୟାସୀ ଓ ଶ୍ରଦ୍ଧାକୁ ମାନେ ମହିମା ଗାଦିକୁ ଛୁଟି ଆସିଛନ୍ତି । ମହିମା ଧର୍ମର ସନ୍ନ୍ୟାସୀ ମାନଙ୍କ ତ୍ରିସନ୍ଧ୍ୟା ଶରଣ ଦର୍ଶନ ପରମ୍ପରା ମୁତାବକ ଆଜି(ମଙ୍ଗଳବାର) ପ୍ରାତଃ ୪ଟାରୁ ମହିମା ସନ୍ନ୍ୟାସୀ ମାନେ ନୀତିକାନ୍ତି ଆରମ୍ଭ କରି ଦେଇଛନ୍ତି ।

କଟକଣାରେ ଆରମ୍ଭ ଜୋରନ୍ଦା ମେଳା

ମୁଖ୍ୟ ଗାଦି ମନ୍ଦିରରେ ଶିଦ୍ଧ ବକଳ ଧାରୀ ମହିମା ସନ୍ନ୍ୟାସୀ ମାନେ ରୁପା ଗରାରେ ଜଳ ଛିଞ୍ଚନ ପରେ କର୍ପୂର ଅଗୁର ପ୍ରଭୁତି ମିଶାଇ ଛେରା ପହଁରା କରିଛନ୍ତି । ପରେ ସୁନା ଚାମର ବ୍ୟଜନ କରି ମହିମା ଗୋସାଇଁଙ୍କ ବାଲ୍ୟ ଲୀଳା ନୀତିକାନ୍ତି କରାଯାଏ । ତେବେ ମେଳାର ପରମ୍ପରା ମୁତାବକ ମୁଖ୍ୟ ଗାଦି ମନ୍ଦିର ଦ୍ବିତୀୟ ବେଢାରେ ଅଖଣ୍ଡ ଧ୍ବନି ସ୍ଥାପନ କରି ମହିମା ସାଧୁ ମାନେ ଜଗତର କଲ୍ୟାଣ ପାଇଁ ଘୃତହୁତି କରୁଛନ୍ତି । ମଧ୍ୟାହ୍ନ ୧୨ଟା ୩୦ରେ ମଧ୍ୟାହ୍ନ ନୀତି କରାଯାଇଛି।

ପରେ ଅପରାହ୍ନ ୪ଟାରୁ ସନ୍ଧ୍ୟା ନୀତି ଆରମ୍ଭ ହୋଇ ୫ଟା ୧୫ସୁଦ୍ଧା ଶେଷ କରାଯିବ । ଆଉ ଠିକ ସେହି ସମୟରେ ସାରା ବିଶ୍ବରୁ ଅଜ୍ଞାନ ଅନ୍ଧକାର ଦୂର କରିବା ଓ ଜଗତ ଭଗତର କଲ୍ୟାଣ ଉଦ୍ଦେଶ୍ୟରେ ଗାଦି ମନ୍ଦିର ଚାରି ଦ୍ବାରରେ ଆକର୍ଷଣର କେନ୍ଦ୍ର ବିନ୍ଦୁ ଝାଡ଼ବତୀ ପ୍ରଜ୍ଜ୍ବଳନ କରାଯିବାର କାର୍ଯ୍ୟକ୍ରମ ନିର୍ଘଣ୍ଟ କରାଯାଇଛି । ଦୂରଦୂରାନ୍ତରୁ ଭକ୍ତ ମାନଙ୍କ ସୁଅ ଏହି ମେଳାକୁ ଛୁଟିଥାଏ । କିନ୍ତୁ କୋଭିଡ଼ କଟକଣା ଯୋଗୁଁ କମ ସଂଖ୍ୟକ ଭକ୍ତଙ୍କ ସମାଗମ ହୋଇଥିବା ପ୍ରକାଶ କରିଛନ୍ତି ଭକ୍ତ ।

ଢେଙ୍କାନାଳରୁ ଉର୍ମିଳା ପାତ୍ର, ଇଟିଭି ଭାରତ

Last Updated : Feb 15, 2022, 8:04 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.