ETV Bharat / state

କପିଳାସରେ ଜାଗର ପ୍ରସ୍ତୁତି: ଜିଲ୍ଲା ବାହାର ଶ୍ରଦ୍ଧାଳୁଙ୍କୁ ମନ୍ଦିର ବାରଣ

ରାତି ପାହିଲେ ମହା ଶିବରାତ୍ରୀ । ଏନେଇ ଶୈବପୀଠ କପିଳାସରେ ପ୍ରସ୍ତୁତି ଜୋରଦାର ଚାଲିଛି । ଅଧିକ ପଢନ୍ତୁ

author img

By

Published : Feb 28, 2022, 7:05 PM IST

କପିଳାସରେ ଜାଗର ପ୍ରସ୍ତୁତି : ଜିଲ୍ଲା ବାହାର ଶ୍ରଦ୍ଧାଳୁଙ୍କୁ ମନ୍ଦିର ବାରଣ

ଢେଙ୍କାନାଳ : ରାତିପାହିଲେ ମହା ଶିବରାତ୍ରୀ । ଜାଗର ନେଇ ଚଳଚଞ୍ଚଳ ଗାଁ ଠୁ ସହର । ଏନେଇ ଢେଙ୍କାନାଳର ପ୍ରସିଦ୍ଧ ଶୈବପୀଠ କପିଳାସରେ ପ୍ରସ୍ତୁତି ଜୋରଦାର ଚାଲିଛି ।

ପ୍ରଭୁ ଚନ୍ଦ୍ରଶେଖରଙ୍କ ଏହି ପୀଠରେ ଜାଗର ଯାତ୍ରାରେ କୋଭିଡ କଟକଣା ମଧ୍ୟରେ କରାଯିବ । ଏନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ କଟକଣା ଜାରି କରାଯାଇଛି । ପୀଠକୁ ୬୦ ବର୍ଷରୁ ଅଧିକ ବୟସ୍କ ଓ ୧୦ବର୍ଷରୁ କମ ଶିଶୁଙ୍କୁ ଆସିବା ପାଇଁ ବାରଣ କରାଯାଇଛି ।

ଏହାବି ପଢନ୍ତୁ : Must Watch Panda's Funny Video: ଜଙ୍ଗଲରେ ଖେଳୁଛି ପାଣ୍ତା, ଦେଖନ୍ତୁ କୌତୁକିଆ ଭିଡିଓ

ଏହାସହ ଜିଲ୍ଲା ବାହାରୁ ଆସୁଥିବା ଶ୍ରଦ୍ଧାଳୁଙ୍କୁ ପୀଠକୁ ବାରଣ କରାଯାଇଛି । ଜିଲ୍ଲା ଭିତରର ଶ୍ରଦ୍ଧାଳୁମାନେ ସମସ୍ତେ ନିଜ ନିଜର ଆଧାର କାର୍ଡ ସାଥିରେ ଆଣିବାକୁ ବାଧ୍ୟତାମୂଳକ କରାଯାଇଛି । ତେବେ ପରମ୍ପରା ମୁତାବକ କପିଳାସ ପୀଠର ପ୍ରଭୁ ଚନ୍ଦ୍ର ଶେଖର ଜୀଉଙ୍କର ଚାରି ପ୍ରହର ଷୋଡ଼ଶ ଉପଚାରରେ ପୂଜା କରାଯିବ । ମହାଦୀପ ଭୋର ୩ଟା ୫୫ମିନିଟରେ ବେଢ଼ା ପରିକ୍ରମା କରାଯାଇ ୪ଟା ୨୦ରେ ମନ୍ଦିରଚୁଡାକୁ ଉଠିବ ପାଇଁ ସମୟ ନିର୍ଘଣ୍ଟ କରାଯାଇଛି । ତେବେ ଶ୍ରଦ୍ଧାଳୁଙ୍କ ସମାଗମକୁ ଆଖି ଆଗରେ ରଖି ରାସ୍ତା ଘାଟ, ପାନୀୟ ଜଳ ଓ ଆଲୋକୀକରଣ କରାଯିବା ସହ ଶାନ୍ତି ଶୃଙ୍ଖଳା ପାଇଁ ପୁଲିସ ମୁତୟନ ବ୍ୟବସ୍ଥା କରାଯାଇଥିବା ସୂଚନା ମିଳିଛି ।

ଢେଙ୍କାନାଳରୁ ଉର୍ମିଳା ପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.