ETV Bharat / state

ପବିତ୍ର ଶିବରାତ୍ରୀ ପାଇଁ ଚଳଚଞ୍ଚଳ ପ୍ରସିଦ୍ଧ କପିଳାସ ମନ୍ଦିର - ପବିତ୍ର ଶିବରାତ୍ରୀ

ପବିତ୍ର ଶିବରାତ୍ରୀ ଅବସରରେ ଚଳଚଞ୍ଚଳ ହୋଇ ଉଠିଛି ଢେଙ୍କାନାଳର କପିଲାସ ମନ୍ଦିର । ଏଥିପାଇଁ ସୁସଜ୍ଜିତ ହେଉଛି ପ୍ରଭୁ ଚନ୍ଦ୍ର ଶେଖରଙ୍କ ବିଜେସ୍ଥଳୀ । ଚଳିତ ବର୍ଷ ଶନିବାର ଭୋର ୪ଟା ୨୦ମିନିଟରେ ମହାଦୀପ ଉଠିବ ବୋଲି ରାଜ ପୁରୋଧା ସମୟ ନିର୍ଘଣ୍ଟ କରିଛନ୍ତି । ଅଧିକ ପଢନ୍ତୁ...

jagar preparation
ଶିବରାତ୍ରୀ ଚଳଚଞ୍ଚଳ କପିଳାସ ମନ୍ଦିର
author img

By

Published : Feb 20, 2020, 1:33 PM IST

Updated : Feb 20, 2020, 2:22 PM IST

ଢେଙ୍କାନାଳ: ରାଜ୍ୟର ଅନ୍ୟତମ ପ୍ରମୁଖ ଶୈବପୀଠ ଢେଙ୍କାନାଳର କପିଳାସରେ ଶିବରାତ୍ରୀ ଅବସରରେ ପାଳିତ ହେବାକୁ ଯାଉଛି ଜାଗରଯାତ୍ରା । ଏଥିପାଇଁ ସୁସଜ୍ଜିତ ହେଉଛି ପ୍ରଭୁ ଚନ୍ଦ୍ର ଶେଖରଙ୍କ ବିଜେସ୍ଥଳୀ । ପରମ୍ପରା ମୁତାବକ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ଆକର୍ଷଣ ମହାଦୀପ ଚଳିତ ବର୍ଷ ଶନିବାର ଭୋର ୪ଟା ୨୦ମିନିଟରେ ମନ୍ଦିର ଚୂଡାକୁ ଉଠିବ ବୋଲି ରାଜ ପୁରୋଧା ସମୟ ନିର୍ଘଣ୍ଟ କରିଛନ୍ତି । ଏହି ଜାଗର ଯାତ୍ରା ଅବସରରେ ପ୍ରତ୍ୟେକ ବର୍ଷ ପରି ଚଳିତ ବର୍ଷ ମଧ୍ୟ ରାଜ୍ୟର କୋଣ ଅନୁକୋଣରୁ ହଜାର ହଜାର ଶ୍ରଦ୍ଧାଳୁଙ୍କ ସମାଗମ ଘଟିବ । ଫଳରେ ପ୍ରଶାସନ ପକ୍ଷରୁ ସୁରକ୍ଷିତ ଦର୍ଶନ ପାଇଁ ପାହାଚ ରାସ୍ତା ଓ ବଡଦାଣ୍ଡରୁ ମନ୍ଦିର ପରିସର ଆଦି ବ୍ୟାରିକେଟ ବ୍ୟବସ୍ଥା କରାଯାଇଛି ।

ଜାଗରରେ ଚଳଚଞ୍ଚଳ କପିଳାସ ମନ୍ଦିର

ଉଭୟ ବାରବାଙ୍କ ଓ ପାହାଚ ରାସ୍ତା ଆଲୋକୀକରଣ ସାଙ୍ଗକୁ ପାନୀୟ ଜଳ ଓ ସ୍ୱତନ୍ତ୍ର ଟ୍ରାଫିକ ବ୍ୟବସ୍ଥା କରାଯାଇଛି । ଚଳିତ ବର୍ଷ ଜାଗର ଯାତ୍ରାରେ ପଲିଥିନ ବ୍ୟବହାର ଉପରେ ସମ୍ପୂର୍ଣ୍ଣ ନିଷେଧ କରାଯାଇଛି ବୋଲି ଦେବୋତ୍ତର ଅଧିକାରୀ ତଥା ଢେ଼ଙ୍କାନାଳ ଉପଜିଲ୍ଲାପାଳ ପ୍ରକାଶ କରିଛନ୍ତି। ଶାନ୍ତି ଶୃଙ୍ଖଳା ପାଇଁ ପୁଲିସ ପ୍ରଶାସନ ପକ୍ଷରୁ ୧୩ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯିବା ସହ ବିଭିନ୍ନ ଜାଗାରେ ସିସିଟିଭି ଲଗାଯାଇଛି । ଅପରାହ୍ନ ୩ଟା ପରଠାରୁ ବାରବାଙ୍କ ରାସ୍ତାରେ ଗାଡି ଚଳାଚଳ ସମ୍ପୂର୍ଣ୍ଣ କଟକଣା କରାଯାଇଛି । କପିଳାସ ପୀଠର ଅଧୀଶ୍ବର ପ୍ରଭୁ ଚନ୍ଦ୍ରଶେଖରଙ୍କ ଜାଗର ଯାତ୍ରା ପରମ୍ପରା ମୁତାବକ ଚାରି ପ୍ରହର ସ୍ୱତନ୍ତ୍ର ଭାବେ ଷୋଡ଼ଶ ଉପଚାରରେ ପୂଜା ଅର୍ଚ୍ଚନା କରାଯିବ ।

ଢେଙ୍କାନାଳରୁ ଉର୍ମିଳା ପାତ୍ରଙ୍କ ରିପୋର୍ଟ, ଇଟିଭି ଭାରତ

Last Updated : Feb 20, 2020, 2:22 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.