ETV Bharat / state

ଚିକିତ୍ସାଧିନ ଅବସ୍ଥାରେ ଆଖି ବୁଜିଲା ଆହତ ଦନ୍ତା - ଢେଙ୍କାନାଳ ବନଖଣ୍ଡରେ ଆଖି ବୁଜିଲା ଆହତ ଦନ୍ତାହାତୀ

ଦୁଇ ଦିନର ଚିକିତ୍ସା ପରେ ଢେଙ୍କାନାଳ ବନଖଣ୍ଡରେ ଆଖି ବୁଜିଲା ଆହତ ଦନ୍ତା ହାତୀ । ମୃତ୍ୟୁର କାରଣ ଅସ୍ପଷ୍ଟ । ଅଧିକ ପଢନ୍ତୁ

injured elephant died in dhenkanal
injured elephant died in dhenkanal
author img

By

Published : Jun 9, 2023, 7:37 AM IST

injured elephant died in dhenkanal

ଢେଙ୍କାନାଳ: ଚିକିତ୍ସାଧିନ ଅବସ୍ଥାରେ ଆଖି ବୁଜିଲା ଆହତ ଦନ୍ତା । ଦୁଇଦିନ ଧରି ଢେଙ୍କାନାଳ ହିନ୍ଦୋଳ ରେଞ୍ଜର ଗୁରିଲୋ ଗ୍ରାମ ମଶାଣି ନିକଟରେ ହାତୀଟିର ଚିକିତ୍ସା ଚାଲିଥିବା ବେଳେ ଗୁରୁବାର ମୃତ୍ୟୁ ହୋଇଛି । ସାତକୋଶିଆରୁ ସ୍ୱତନ୍ତ୍ର ବନ୍ୟପ୍ରାଣୀ ଚିକିତ୍ସକ ଆହତ ଦନ୍ତାହାତୀକୁ ଚିକିତ୍ସା କରୁଥିଲେ ମଧ୍ୟ ବଞ୍ଚାଇବାରେ ବିଫଳ ହୋଇଛି । କେଉଁ କାରଣରୁ ହାତୀଟିର ମୃତ୍ୟୁ ହେଲା ତାହା ବର୍ତ୍ତମାନ ସୁଦ୍ଧା ଅସ୍ପଷ୍ଟ ରହିଛି । ହାତୀର ଶରୀରର କିଛି ସଂକ୍ରମଣ ଯୋଗୁଁ ମୃତ୍ୟୁ ଘଟିଥିବା ଆଶଙ୍କା କରାଯାଉଛି । ସେଥି ପାଇଁ ମୃତ ହାତୀର ରକ୍ତ ଓ ବିଭିନ୍ନ ଅଂଶ ପରୀକ୍ଷା ପାଇଁ ପଠାଯିବ ବୋଲି ଡିଏଫଓ ସୂଚନା ଦେଇଛନ୍ତି ।

ମିଳିଥିବା ସୂଚନା ଅନୁଯାୟୀ, କିଛିଦିନ ହେବ ହାତୀଟି ହିନ୍ଦୋଳ ବନାଞ୍ଚଳର କଇ ସଂରକ୍ଷିତ ଜଙ୍ଗଲରେ ଆହତ ଅବସ୍ଥାରେ ବୁଲୁଥିବା ସ୍ଥାନୀୟ ଲୋକେ ଦେଖି ବନବିଭାଗକୁ ଖବର ଦେଇଥିଲେ । ପରେ ହାତୀକୁ ଅସୁସ୍ଥ ଅବସ୍ଥାରେ ଗୁରିଲୋ ଗାଁ ପୋଖରୀ ନିକଟରୁ ଠାବ କରିଥିଲା ବନବିଭାଗ । ଏହାପରେ ଗତ ଦୁଇ ଦିନ ହେଲା ହାତୀର ଚିକିତ୍ସା ଚାଲିଥିଲା । ବନବିଭାଗ ପକ୍ଷରୁ ବନଖଣ୍ଡ ଅଧିକାରୀ ସୁମିତ କୁମାର କରଙ୍କ ତତ୍ତ୍ବାବଧାନରେ ପ୍ରାଣୀ ଚିକିତ୍ସକ ଓ ସାତକୋଶିଆରୁ ସ୍ୱତନ୍ତ୍ର ବନ୍ୟପ୍ରାଣୀ ଚିକିତ୍ସକଙ୍କ ମାଧ୍ୟମରେ ଚିକିତ୍ସା କରାଯାଉଥିଲା । ସ୍ଥାନୀୟ ପ୍ରାଣୀ ଚିକିତ୍ସକ ମାନେ ଏଥିରେ ସହଯୋଗ କରିଥିଲେ ।

ଏହା ମଧ୍ୟ ପଢନ୍ତୁ-ଶ୍ୟାମଚରଣପୁରରେ ବୁଲୁଛି ଦନ୍ତା, ଲୋକେ ଆତଙ୍କିତ

ବୁଧବାର ଭୁବନେଶ୍ୱରୁ ଏକ ବିଶେଷଜ୍ଞ ଡାକ୍ତରୀ ଦଳ ପହଞ୍ଚି ହାତୀର ସ୍ୱାସ୍ଥ୍ୟ ଅବସ୍ଥା ଯାଞ୍ଚ କରିଥିଲେ l ଆଣ୍ଟିବାଓଟିକ ଓ ସାଲାଇନ ଲାଗିବା ପରେ ହାତୀଟି ସୁସ୍ଥ ଅନୁଭବ କରି ଛିଡା ହେବା ସହ ଅଳ୍ପ କିଛି ବାଟ ଚଲାବୁଲା କରିଥିଲା । ବନ ବିଭାଗର ଅଧିକାରୀ ଓ କର୍ମଚାରୀ ମାନେ ହାତୀର ଗତିବିଧି ଉପରେ ନଜର ରଖିଥିଲେ । ତେବେ ଦୁଇ ଦିନ ଧରି ବିଶେଷଜ୍ଞ ଡାକ୍ତର ମାନେ ହାତୀର ଚିକିତ୍ସା ଜାରି ରଖିଥିବା ବେଳେ ଶେଷରେ ହାତୀଟିର ମୃତ୍ୟୁ ହୋଇଛି l କେଉଁ କାରଣରୁ ହାତୀଟିର ମୃତ୍ୟୁ ହେଲା ତାବା ଅସ୍ପଷ୍ଟ ରହିଥିବା ବେଳେ ବ୍ୟବଚ୍ଛେଦ ପରେ ତାହା ସ୍ପଷ୍ଟ । ଏହାପରେ ହାତୀଟିକୁ ପୋତା ଯିବ ବୋଲି ସୂଚନା ମିଳିଛି । ମେ 20 ତାରିଖରେ ଢେଙ୍କାନାଳରେ ହାତୀ ଆକ୍ରମଣରେ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଥିଲା । କାଜୁ ତୋଟାକୁ ଯାଇଥିବା ବେଳେ ହାତୀ ହାବୁଡରେ ପଡି ପ୍ରାଣ ହରାଇଥିଲେ ଚନ୍ଦ୍ରଶେଖରପୁର ଗ୍ରାମର କହ୍ନେଇ ସାମଲ ।

ଇଟିଭି ଭାରତ, ଢେଙ୍କାନାଳ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.