ETV Bharat / state

କୃଷକ ବଜାର ଉଦଘାଟିତ, ଯୋଗାଣ ମନ୍ତ୍ରୀ କହିଲେ କାହିଁକି ବଢୁଛି ପିଆଦ ଦର - ଉଠିଲା ପିଆଜ ଦର ପ୍ରସଙ୍ଗ

ଦୀର୍ଘ 20 ବର୍ଷର ଅପେକ୍ଷା ଶେଷ ହୋଇଛି। ଢେଙ୍କାନାଳରେ ଲୋକର୍ପିତ ହେଲା କୃଷକ ବଜାର । ଖାଉଟି ସିଧା କୃଷକଙ୍କଠାରୁ ପାଇବେ କୃଷି ଉତ୍ପାଦିତ ଦ୍ରବ୍ୟ । ଏହାକୁ ରାଜ୍ୟ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ ଉଦଘାଟନ କରିଛନ୍ତି ।

_inaguration of krushaka bazar in dhenkanal
ଫଟୋ ସୌଜନ୍ୟ: ସମ୍ବାଦଦାତା, ଢେଙ୍କାନାଳ
author img

By

Published : Nov 27, 2019, 9:56 PM IST

ଢେଙ୍କାନାଳ: ଦୀର୍ଘ 20 ବର୍ଷର ଅପେକ୍ଷା ଶେଷ ହୋଇଛି । ଲୋକାର୍ପିତ ହୋଇଛି ଜିଲ୍ଲାରେ କୃଷକ ଓ ପରିବା ଚାଷୀଙ୍କ ପାଇଁ କୃଷକ ବଜାର । ରାଜ୍ୟ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ ଢେଙ୍କାନାଳ ଗସ୍ତରେ ଆସି ଏହି କୃଷକ ବଜାରକୁ ଲୋକାର୍ପଣ କରିଛନ୍ତି । ଏହି ଅବସରରେ ରାଜ୍ୟ ଖଣି ଓ ପୂର୍ତ୍ତ ବିଭାଗ ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ, ଢେଙ୍କାନାଳ ବିଧାୟକ ସୁଧୀର ସାମଲ, ଜିଲ୍ଲାପାଳ ଭୁମେଶ ଚନ୍ଦ୍ର ବେହେରା, ନିୟନ୍ତ୍ରିତ ବଜାର କମିଟିର ଅଧ୍ୟକ୍ଷ ତଥା ଉପଜିଲ୍ଲାପାଳ ସାଫଲ୍ୟ ମଣ୍ଡିତ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ ।

ଲୋକର୍ପିତ ହେଲା କୃଷକ ବଜାର

ଏହି ସମ୍ମିଳନୀରେ ଯୋଗଦେଇ ରାଜ୍ୟ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ପିଆଜ ଦରର ଅହେତୁକ ବୃଦ୍ଧି ସମ୍ପର୍କରେ ଆଲୋଚନା କରିଥିଲେ । ରାଜ୍ୟରେ ଦୁର୍ବିପାକ ଓ ପ୍ରାକୃତିକ ବିପର୍ଯ୍ୟୟ କାରଣରୁ ପିଆଜ ଉତ୍ପାଦନ ହୋଇପାରୁ ନାହିଁ ବୋଲି କହିଛନ୍ତି ମନ୍ତ୍ରୀ । ପିଆଜ ଉତ୍ପାଦନ ହେଉଥିବା ସ୍ଥାନରେ ପ୍ରାକୃତିକ ବିପର୍ଯ୍ୟୟ ହେଉଛି ଫଳରେ ପିଆଜ ଉତ୍ପାଦନରେ ବାଧା ସୃଷ୍ଟି ହେଉଛି । ଅନ୍ୟପକ୍ଷେ କେନ୍ଦ୍ର ସରକାର ବିଦେଶରୁ 6 ହଜାର ମ୍ୟାଟ୍ରିକ ଟନ୍ ପିଆଜ ଆମଦାନୀ କରିବେ ବୋଲି କହିଛନ୍ତି ମନ୍ତ୍ରୀ ।

ତେବେ ଆରଏମସି ପକ୍ଷରୁ ଢେଙ୍କାନାଳର କୃଷକ ଓ ପରିବା ଚାଷୀମାନଙ୍କ କୃଷି ଉତ୍ପାଦିତ ଜିନିଷକୁ ସିଧା ସଳଖ ଖାଉଟି ମାନଙ୍କୁ ବିକ୍ରି କରିବା ଏହି ବଜାରର ମୁଖ୍ୟ ଉଦ୍ଦେଶ୍ୟ । ତେବେ ଏହାର ସଂପ୍ରସାରଣ ପାଇଁ ପରବର୍ତ୍ତି ସମୟରେ ଉଦ୍ୟମ କରାଯାଉଛି ବୋଲି ଯୋଗାଣ ମନ୍ତ୍ରୀ ପ୍ରକାଶ କରିଛନ୍ତି । ଢେଙ୍କାନାଳ ସହରର ରଥଗଡା ଠାରେ ୯୯ଲକ୍ଷ ଟଙ୍କା ବ୍ୟୟରେ ଗତ ୧୯୯୯ ମସିହାରେ ମୁଖ୍ୟମନ୍ତ୍ରୀ ଦ୍ବାରା ଏହାର ଶିଳାନ୍ୟାସ କରିଥିଲା ।ଲୋକାର୍ପିତ କୃଷକ ବଜାରରେ ୫୬ଟି ଦୋକାନ ଗୃହ, ୩ଟି ଗୋଦମ ଓ ବଳକା ପନିପରିବା ରଖିବା ପାଇଁ ଶିତଳ ଭଣ୍ଡାର ସହ ଗୋଟିଏ କ୍ୟାଣ୍ଟିନର ବ୍ୟବସ୍ଥା ରହିଛି ।

ଢେଙ୍କାନାଳରୁ ଉର୍ମିଳା ପାତ୍ର, ଇଟିଭି ଭାରତ

Intro:ଢେଙ୍କାନାଳରେ କୃଷକ ବଜାର ଲୋକାର୍ପଣ/କୃଷି ଉତ୍ପାଦିତ ସାମଗୀ ଓ ପନି ପରିବା ଚାଷୀଙ୍କ ପାଇଁ ସରକାର ଆଣିଲେ ସୂଯୋଗ
ଆଙ୍କର- ଢେଙ୍କାନାଳ ଜିଲ୍ଲାର କୃଷକ ଓ ପରିବା ଚାଷୀ ମାନଙ୍କ ବହୁ ପ୍ରତିକ୍ଷିତ କୃଷକ ବଜାରକୁ ବୁଧବାର ଲୋକାର୍ପଣ କରାଯାଇଛି। ରାଜ୍ୟ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ ଢେଙ୍କାନାଳ ଗ୍ରସ୍ତରେ ଆସି ଏହି କୃଷକ ବଜାରକୁ ଲୋକାର୍ପଣ କରିଛନ୍ତି। Body:ଏହି ଅବସରରେ ରାଜ୍ୟ ଖଣି ଓ ପୁର୍ତ ବିଭାଗ ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ,ଢେଙ୍କାନାଳ ବିଧାୟକ ସୁଧୀର ସାମଲ,ଜିଲ୍ଲାପାଳ ଭୁମେଶ ଚନ୍ଦ୍ର ବେହେରା, ନିୟନ୍ତ୍ରିତ ବଜାର କମିଟିର ଅଧ୍ୟକ୍ଷ ତଥା ଉପଜିଲ୍ଲାପାଳ ସାଫଲ୍ୟ ମଣ୍ଡିତ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ।ଆରଏମସି ପକ୍ଷରୁ ଢେଙ୍କାନାଳର କୃଷକ ଓ ପରିବା ଚାଷୀ ମାନଙ୍କ କୃଷି ଉତ୍ପାଦିତ ଜିନିଷକୁ ସିଧି ସଳଖ ଖାଉଟି ମାନଙ୍କୁ ବିକ୍ରି କରବା ସୁଯୋଗ ସୃଷ୍ଟି କରିବ ଏହି କୃଷକ ବଜାର। ତେବେ ଏହାର ସଂପ୍ରସାରଣ ପାଇଁ ପରବର୍ତି ସମୟରେ ଉଦ୍ୟମ କରାଯାଉଛି ବୋଲି ଯୋଗାଣ ମନ୍ତ୍ରୀ ଏହି ଅବସରରେ ପ୍ରକାଶ କରିଛନ୍ତି। ଢେଙ୍କାନାଳ ସହରର ରଥଗଡା ଠାରେ ୯୯ଲକ୍ଷ ଟଙ୍କା ବ୍ୟୟରେ ଗତ ୧୯୯୯ ମସିହାରେ ମୁଖ୍ୟମନ୍ତ୍ରୀ ଦ୍ବାରା ଏହାର ଶିଳାନ୍ୟାସ କରାଯାଇଥିଲା। Conclusion:ଲୋକାର୍ପିତ ଏହି କୃଷକ ବଜାରରେ ୫୬ଟି ଦୋକାନ ଗୃହ,୩ଟି ଗୋଡାନ ଓ ବଳକା ପନିପରିବା ରଖିବା ପାଇଁ ଶିତଳ ଗୃହ ସହ ଗୋଟିଏ କ୍ୟାଣ୍ଟିନର ବ୍ୟବସ୍ଥା ରହିଛି।
ବାଇଟ- ରଣେନ୍ଦ୍ର ପ୍ରତାପ ସ୍ବାଇଁ, ରାଜ୍ୟ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ
ଢେଙ୍କାନାଳରୁ ଉର୍ମିଳା ପାତ୍ର।ଇଟିଭି ଭାରତ।
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.