ETV Bharat / state

ନିୟମ ଏଠି ବାଟବଣା, ନାଚଗୀତରେ ମସଗୁଲ ହୋଇ ଭୁଲିଗଲେ କୋଭିଡ କଟକଣା

ଢେଙ୍କାନାଳର ସଦର ଥାନା ଅନ୍ତର୍ଗତ ନରଣପୁର ଗ୍ରାମରେ କୋଭିଡ କଟକଣାକୁ ବେଖାତିର କରି ଚାଲିଛି ନାଚଗୀତ ।

କଟକଣା ଏଠି ବାଟବଣା , ନାଚ ତାମସା ପାଇଁ ଭୁଲିଗଲେ କୋଭିଡ କଟକଣା

author img

By

Published : Apr 22, 2021, 2:12 PM IST

ଢେଙ୍କାନାଳ: କୋଭିଡ କଟକଣା ଏଠି ହୋଇଯାଇଛି ବାଟବଣା । ନାଚଗୀତ ପାଇଁ ଭୁଲିଗଲେ କୋଭିଡ ନିୟମାବଳୀ । ଆଉ ଗାଁ ମଝିରେ କୋଭିଡ କଟକଣା ଭୁଲି ହଜାର ହଜାର ଲୋକଙ୍କୁ ନେଇ ଚାଲିଲା ନାଚଗୀତର ଆସର । ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ଢେଙ୍କାନାଳ ଜିଲ୍ଲା ସଦରଥାନା ଅନ୍ତର୍ଗତ ମଙ୍ଗଳପୁର ପଞ୍ଚାୟତ ନଢଣପୁର ଗାଁରେ । ଗତକାଲି ରାତି ତମାମ ଏଭଳି ନାଚ ଗୀତ ଚାଲିଥିଲା।

କଟକଣା ଏଠି ବାଟବଣା , ନାଚ ତାମସା ପାଇଁ ଭୁଲିଗଲେ କୋଭିଡ କଟକଣା

ଢେଙ୍କାନାଳ ମଙ୍ଗଳପୁର ମଜୁରୀ ,ମଙ୍ଗଳପୁର ,ନଢଣପୁର, ପାଞ୍ଚ କାହାଣିଆ,ନଛିପୁରା ଗାଁର ହଜାର ହଜାର ଲୋକ ଏକାଠି ହୋଇ ନାଚ ଗୀତ ଉପଭୋଗ କରୁଥିଲେ । ଗୋଟିଏ ପଟରେ କୋରନାର ଦ୍ବିତୀୟ ଲହର ଢେଙ୍କାନାଳରେ ମଧ୍ୟ ହୁ ହୁ ହୋଇ ସଂକ୍ରମଣଙ୍କ ସଂଖ୍ୟା ବଢି ଚାଲିଛି । ଫଳରେ ସାରା ରାଜ୍ୟରେ ରାତି ୯ଟା ପରଠାରୁ ସକାଳ ୫ଟା ଯାଏଁ ରାତ୍ରିକାଳୀନ କର୍ଫ୍ୟୁ ଜାରୀ କରିବା ସହ ସର୍ଟ ଡାଉନ ଘୋଷଣା କରାଯାଇଛି ।

ଢେଙ୍କାନାଳ ଜିଲ୍ଲା ପ୍ରଶାସନ ପକ୍ଷରୁ ଅନୁରୂପ ଘୋଷଣା ହୋଇଛି । ସାଧାରଣ ଲୋକଙ୍କ ପାଇଁ ପୋଲିସ ଫାଇନ ଠାରୁ ଆରମ୍ଭ କରି ଜୁଲମ କରିବାକୁ ପଛାଉନାହିଁ । ମାତ୍ର ଏପଟେ ରାତି ତମାମ ଖୋଲା ଖୋଲି ସରକାରଙ୍କ ଘୋଷଣାକୁ ଉଲ୍ଲଘଂନ କରାଯାଉଛି ।

ଏଠି ପ୍ରଶ୍ନ ଉଠୁଛି ଗାଁରେ କୋଭିଡ କଟକଣା ଉଲଘଂନ କରି ଏତେ ବଡ ଆୟୋଜନ କିପରି ହେଲା। ସ୍ଥାନୀୟ ପ୍ରଶାସନ ପୋଲିସ ଖବର ପାଇ ନାହିଁ ନା ଜାଣି ଅଜଣା ହୋଇରହୁଛି । ତାନେଇ ଏବେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.