ETV Bharat / state

ଢେଙ୍କାନାଳରେ ଦିନକରେ ୩୬ କୋରୋନା ଆକ୍ରାନ୍ତ ଚିହ୍ନଟ, ୧୦୭ ସୁସ୍ଥ - Dhenkanal corona news

ଢେଙ୍କାନାଳ ଜିଲ୍ଲାରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ଠାରୁ ସୁସ୍ଥଙ୍କ ସଂଖ୍ୟା ବୃଦ୍ଧି ପାଇଛି । ଗୋଟିଏ ଦିନରେ ୧୦୭ ସୁସ୍ଥ ହୋଇଥିବାବେଳେ ୩୬ ଜଣ କୋରୋନା ପଜେଟିଭ ଚିହ୍ନଟ ହୋଇଛନ୍ତି ।

ଢେଙ୍କାନାଳ କୋରୋନା ନ୍ୟୁଜ
ଢେଙ୍କାନାଳ କୋରୋନା ନ୍ୟୁଜ
author img

By

Published : Oct 6, 2020, 5:04 PM IST

ଢେଙ୍କାନାଳ: ଆଜି(ମଙ୍ଗଳବାର) ଢେଙ୍କାନାଳ ଜିଲ୍ଲାରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ଠାରୁ ସୁସ୍ଥଙ୍କ ସଂଖ୍ୟା ବୃଦ୍ଧି ପାଇଛି । ତେବେ ଜିଲ୍ଲାରେ ଗୋଟିଏ ଦିନରେ ୧୦୭ସୁସ୍ଥ ହୋଇଥିବାବେଳେ ୩୬ଜଣ କୋରୋନା ପଜେଟିଭ ଚିହ୍ନଟ ହୋଇଛନ୍ତି । ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୪,୦୮୯ରେ ପହଞ୍ଚିଛି ।

ଏମାନଙ୍କ ମଧ୍ୟରୁ ଢେଙ୍କାନାଳ ସହର, ପରଜଙ୍ଗ, ହିନ୍ଦୋଳ ଓ ଗଦିଁଆରୁ ୩ଜଣ ଲେଖାଏଁ ଚିହ୍ନଟ କରାଯାଇଛି । ସେହିପରି କାମାକ୍ଷାନଗରରୁ ୧୨, ସଦର ୬, ଭୁବନ ଏନଏସି, ଓଡାପଡା ଓ ଭୁବନରୁ ୨ଜଣ ଲେଖାଏଁ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ୨୦ ଜଣ ହୋମକ୍ବାରେଣ୍ଟାଇନରୁ ଥିବାବେଳେ ସ୍ଥାନୀୟ ଆକ୍ରାନ୍ତ ୬ ଓ ଅନ୍ୟ ୧୦ଜଣ କଟକ ଭୁବନେଶ୍ବର ମେଡିକାଲରୁ ଚିହ୍ନଟ କରାଯାଇଛି ।

ଏହି ଆକ୍ରାନ୍ତଙ୍କୁ ଜିଲ୍ଲାର ବିଭିନ୍ନ କୋଭିଡ ହସ୍ପିଟାଲକୁ ପଠାଯାଇଛି। ବର୍ତ୍ତମାନ ସୁଦ୍ଧା ଜିଲ୍ଲାରେ ୪,୦୮୯ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ସେଥିରୁ ୩,୫୪୫ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଏଯାବତ ୫୩୪ଟି ସକ୍ରିୟ ମାମଲା ରହିଛି ।

ଢେଙ୍କାନାଳରୁ ଉର୍ମିଳା ପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.