ETV Bharat / state

ବେଆଇନ ଗୋରୁ ଚାଲାଣ ନିଶାରେ ଗୋରୁ ମାଫିଆ, ନୀରବଦ୍ରଷ୍ଟା ପ୍ରଶାସନ

ଧରପଗଡ ପରେ ବି ନୂଆ ତରିକାରେ ଗୋରୁ ଚାଲାଣ କରୁଛନ୍ତି ଗୋରୁ ମାଫିଆ । ଏହି କ୍ରମରେ ଶୁକ୍ରବାର, ଶନିବାର ଓ ରବିବାର ରାତି 12ଟାରୁ ସକାଳ 5ଟା ମଧ୍ୟରେ ଭୁବନ ଅଞ୍ଚଳରୁ ଗୋରୁମାନଙ୍କୁ ହରିପୁର ହାଟକୁ ଚାଲାଣ ହେଉଥିବା ଦେଖିବାକୁ ମିଳିଛି ।

ILLEGAL COW TRAFFICKING AT BHUBAN
ବେଆଇନ ଗୋରୁ ଚାଲାଣ ନିଶାରେ ଗୋରୁ ମାଫିଆ, ନୀରବଦ୍ରଷ୍ଟା ପ୍ରଶାସନ
author img

By

Published : Mar 16, 2020, 9:31 PM IST

ଢେଙ୍କାନାଳ: ରାଜ୍ୟରେ ଥମୁନି ଗୋରୁ ମାଫିଆଙ୍କ ଉତ୍ପାତ । ବାରମ୍ବାର ଧରପଗଡ ପରେ ବି ନୂଆ ତରିକାରେ ଗୋରୁ ଚାଲାଣ କରୁଛନ୍ତି ଗୋରୁ ମାଫିଆ ।

ଏହି ଗୋରୁ ମାଫିଆମାନେ ସମ୍ବଲପୁର, ସୁନ୍ଦରଗଡ, ଅନୁଗୋଳ ଜିଲ୍ଲାର ଉପାନ୍ତ ଅଞ୍ଚଳରୁ ହାଟ ଆଳରେ ଶହଶହ ଗୋରୁ ଭୁବନ ବ୍ଲକ ଅନ୍ତର୍ଗତ ଜିରାଳ ହାଟକୁ ଆଣୁଥିବା ଦେଖାଯାଉଛି । ପରେ ଜିରାଳ ହାଟରୁ ଗୋରୁ ଚାଲାଣକାରୀମାନେ ଶହଶହ ଗୋରୁ ବ୍ରାହ୍ମଣୀ ନଦୀ ପଠାରେ ଚଲେଇ ଚଲେଇ ସୁକିନ୍ଦା ଥାନା ଅନ୍ତର୍ଗତ ହରିପୁର ହାଟକୁ ନେଉଛନ୍ତି । ଏହା ପରେ ହରିପୁର ହାଟରୁ ବଡ ବଡ ଗାଡି ସାହାଯ୍ୟରେ ବାହାର ରାଜ୍ୟକୁ ଚାଲାଣ କରାଯାଉଥିବା ସୂଚନା ମିଳିଛି । ଏହି କ୍ରମରେ ଗତ ଶୁକ୍ରବାର, ଶନିବାର ଓ ରବିବାର ରାତି 12ଟାରୁ ସକାଳ 5ଟା ମଧ୍ୟରେ ଭୁବନ ଅଞ୍ଚଳରୁ ଗୋରୁମାନଙ୍କୁ ହରିପୁର ହାଟକୁ ଚାଲାଣ ହେଉଥିବା ଦେଖିବାକୁ ମିଳିଛି ।

ବେଆଇନ ଗୋରୁ ଚାଲାଣ ନିଶାରେ ଗୋରୁ ମାଫିଆ

ତେବେ ଏହି ବେଆଇନ ଗୋ ଚାଲାଣ ସମ୍ପର୍କରେ କାମାକ୍ଷାନଗର, ଭୁବନ ଓ ସୁକିନ୍ଦା ପୋଲିସ ଅବଗତ ଥିଲେ ମଧ୍ୟ ଚୁପ ରହିବା ଘଟଣା ଗୋରୁ ମାଫିଆଙ୍କୁ ମୁହଁ ବଢାଇଛି । ଯାହାକୁ ନେଇ ଜନ ଅସନ୍ତୋଷ ବଢିବାରେ ଲାଗିଛି ।

ଢେଙ୍କାନାଳରୁ ଉର୍ମିଳା ପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.